//BREAKING//
Loading...

ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ !!

 ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ !!



ଭବାନୀ ପାଟଣା:----

( ତର୍ଜମା ନ୍ୟୁଜ )


ଅଦ୍ୟ ତା୦୯-୦୩-୨୪ରିଖ ଅପରାହ୍ନ  ସମୟରେ ବରିଷ୍ଠ ନାଗରିକ ସଂଘ, ଭବାନୀପାଟଣା ତରଫରୁ ଡି . ଏସ୍ . ଏସ୍ . ଓ ଙ୍କ କାର୍ଯ୍ୟାଳୟ ପରିସରରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯାଇଥିଲା। ଏଥିପାଇଁ ଏକ ମହିଳା ସମାବେଶ ର ଆୟୋଜନ କରାଯାଇ ଥିଲା। 

                ଏହି ସମାବେଶରେ ଭବାନୀପାଟଣା ପୌରାଞ୍ଚଳ, ଅଧ୍ଯକ୍ଷା ଶ୍ରୀମତୀ ସଂଯୁକ୍ତା ବେହେରା, ମୁଖ୍ଯ ଅତିଥି 

ଓ ଭବାନୀପାଟଣା ପୌରାଞ୍ଚଳ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଡକ୍ଟର ସତ୍ଯ ସଂପର୍ଣ୍ଣା ରାଉତ ମୁଖ୍ଯ ବକ୍ତା ଭାବେ ଯୋଗ ଦାନ କରି ମହିଳା ମାନେ କିପରି ନିଜର ଉନ୍ନତି କରି ପାରିବେ, ଆର୍ଥିକ ସ୍ବାବଲମ୍ବୀ ହୋଇ ପାରିବେ ଓ ସମାଜର ମୁଖ୍ଯ ସ୍ରୋତ ରେ ସାମିଲ ହୋଇ ପାରିବେ, ସେ ବିଷୟରେ ଦିଗ୍ ଦର୍ଶନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଡକ୍ଟର ହେମାଙ୍ଗିନୀ ମେହେର ଯୋଗଦାନ କରି ମହିଳା ଦିବସର ତାତ୍ପର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ। ବରିଷ୍ଠ ନାଗରିକ ସଂଘ ର ସଦସ୍ଯା ସୁଶ୍ରୀ ସବିତା ପଟ୍ଟନାୟକ ସମାବେଶ ରେ ସଭାପତିତ୍ୱ କରିଥିଲେ। ଅନ୍ୟତମ ସଦସ୍ୟା  ସୁଶ୍ରୀ ସଂଘମିତ୍ରା କାନୁନଗୋ ଅତିଥିମାନଙ୍କ ପରିଚୟ ପ୍ରଦାନ କରି ଥିଲେ ଓ ଶ୍ରୀମତୀ ବିଜୟଲକ୍ଷ୍ମୀ ବେହେରା ଧନ୍ଯବାଦ ଅର୍ପଣ କରିଥିଲେ। ସଦସ୍ୟା ଶ୍ରୀମତୀ ସରସ୍ୱତୀ ହୋତା ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ। 

                 ସେବା କ୍ଷେତ୍ର ରେ ସୁନାମ ଅର୍ଜନ କରିଥିବା ଶ୍ରୀମତୀ ପଦ୍ମା କିଶୋରୀ ସରାଫ ଓ ବରିଷ୍ଠ ମହିଳା ଶ୍ରୀମତୀ ସ୍ନେହଲତା ବେହେରା ଙ୍କୁ ସମାବେଶ ରେ ସମ୍ମାନିତ କରାଯାଇ ଥିଲା। 

   ଶତାଧିକ ମହିଳା ଏହି ସମାବେଶରେ ଯୋଗଦାନ କରିଥିଲେ।                       ବରିଷ୍ଠ ନାଗରିକ ସଂଘ ଭବାନୀପାଟଣା ର ସଭାପତି, କାର୍ଯ୍ୟ କାରୀ ସଭାପତି, ସଂପାଦକ ଓ ଅନ୍ଯାନ୍ଯ ସଦସ୍ଯ ମାନେ ଏହି ସମାବେଶ ର ସଫଳତା ପାଇଁ ସହଯୋଗ କରିଥିଲେ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe