ଅଧ୍ୟାପକଙ୍କ ପାଇଁ ବାଟ ହୁଡୁଛି ଅବକାରୀ ନିତି, ଅଧିକ୍ଷକ ନିଦାବିଷ୍ଣୁ !!
କଲମପୁର -୧୨/୩ (ତର୍ଜମା ନ୍ୟୁଜ)। କଳାହାଣ୍ଡି ଜିଲ୍ଲା କଲମପୁର ଅଞ୍ଚଳରେ ବିଚିତ୍ର ବ୍ୟବସ୍ଥା ମଧ୍ୟରେ ଗତି କରୁଛି ଅବକାରୀ ନିତି,ଭାତ ହାଣ୍ଡିରୁ ଗୋଟିଏ ଚିପୁଡିଲା ସଦୃଶ୍ୟ ବରଗାଁ ଛକରେ ଥିବା ଠିପିବନ୍ଦ ବିଦେଶୀ ମଦ ଦୋକାନର କାର୍ଯ୍ୟ କଳାପକୁ ନିରିଖେଇ ଦେଖିଲେ ଏହା ଜଳ ଜଳ ଭାବେ ବାରି ହୋଇ ପଡୁଛି । ନିୟମ ମୁତାବକ ଠିପି ବନ୍ଦ ବିଦେଶୀ ମଦ ଦୋକାନରେ ମଦ ପିଇବା ବାରଣ କରାଯାଇଛି । ହେଲେ ଏହି ଦୋକାନ ପ୍ରତି ବିଭାଗୀୟ କର୍ମଚାରୀ ମାନଙ୍କ ଅହେତୁକ ଅନୁକମ୍ପା ଯୋଗୁଁ ଉପରୋକ୍ତ ନିୟମ ଏଠାରେ କାମ କରୁନାହିଁ । ଫଳରେ ଟେଣ୍ଟ ଲଗାଇ କାର୍ପେଟ ବିଛାଇ ବେନିୟମ ଭାବେ ଭଳିକି ଭଳି ମଦ ପରସା ଯାଉଛି । ସ୍ପଷ୍ଟ ଦିବାଲୋକରେ ଚାଲିଛି ଏପରି ବ୍ୟବସ୍ଥା ।ମଦ ବ୍ୟବସାୟୀ ମାନଙ୍କ ସହିତ ଅସାଧୁ କର୍ମଚାରୀ ମାନଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏପରି କାର୍ଯ୍ୟ ଏଠାରେ ସମ୍ଭବ ହୋଇ ପାରିଛି । ଏହି ନିର୍ଦ୍ଧିଷ୍ଟ ଦୋକାନ ପ୍ରତି ଅଭିଯୋଗ ହେବା କାରଣ ପଛର ଅସଳ ରହସ୍ୟ ହିଁ ତଦନ୍ତ ସାପେକ୍ଷ । ଏହି ଦୋକାନର ଲାଇସେନ୍ସ ଧାରି ପରିବାର ଭିତରୁ ଅନ୍ୟ ଜଣେ ବ୍ୟକ୍ତି ହୋଇଥିବା ବେଳେ ମାଳିକ କାର୍ଯ୍ୟ ତୁଲାଉଛନ୍ତି କଲମପୁର ଅମୋହମଣୀ+୨ କଲେଜର ଜନୈକ ଅଧ୍ୟାପକ,ଦେଶର ଭବିଷ୍ୟତ ଗଢୁଥିବା ଜଣେ ଅଧ୍ୟାପକ ମଦ କାରବାରରେ ଜଡ଼ିତ ରହିବା ଘଟଣା ଛାତ୍ରଛାତ୍ରୀ ମାନଙ୍କୁ ବିସ୍ମିତ କରିଛି ।କେବଳ ଟେଣ୍ଟ ଲଗାଇ କାର୍ପେଟ ବିଛାଇ ମଦ କାରବାର ଚାଲିଛି ତାହା ନୁହେଁ । ଏଠାରୁ ଗାଁ କୁ ଗାଁ ମଟରସାଇକେଲରେ ମଦ ପଠାଇ ବେନିୟମ ଭାବେ ଦୋକାନ ଗୁଡିକ ଖୋଲିଛନ୍ତି,ଏଥିସହ ବିଲମ୍ବିତ ରାତି ପର୍ୟ୍ୟନ୍ତ ବି ଦୋକାନ ଖୋଲା ରଖୁଛନ୍ତି , ରାଜ୍ୟ ରାଜପଥ ଉପରେ ଦୋକାନ ରହିଥିବାରୁ ସେଠାରେ ସର୍ବଦା ଅଶାନ୍ତି ଓ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ଲୋକେ ଏହି ଦୋକାନ ହଟାଇବାକୁ ଦାବି କରୁଥିବା ବେଳେ ମାଳିକ ଦାୟିତ୍ଵ ନିର୍ବାହ କରୁଥିବା କରିତକର୍ମା ବାବୁଙ୍କ ଦବଦବା ଯୋଗୁଁ ତାଙ୍କ ପାଖକୁ ଆଇନ କାନୁନ ଅପହଞ୍ଚ ହୋଇ ରହି ଯାଉଛି । ଏନେଇ ଜୁନାଗଡ଼ ଅବକାରୀ ନୀରିକ୍ଷିକା ଲକ୍ଷ୍ମୀ ପ୍ରିୟା ମଲ୍ଲିକଙ୍କ ସହ ଯୋଗାଯୋଗ ନହେବାରୁ ମତାମତ ମିଲିପାରି ନଥିବା ବେଳେ କଳାହାଣ୍ଡି ଜିଲ୍ଲା ଅବକାରୀ ଅଧିକ୍ଷକ ସେପରି ହେବା ନୀୟମର ବିରୁଦ୍ଧାଚରଣ କରୁଛି,ଯଦି ହେଉଥାଏ ଓ ଅଭିଯୋଗ ହୁଏ ତେବେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।





Post a Comment