ପାତ୍ରବସା ରାଧାକୃଷ୍ଣ ମନ୍ଦିରରେ ଅହରହ ବାଜୁଛି ଡ଼ାକବାଜି ଯନ୍ତ୍ର : ନିର୍ବାଚନ ଆଚରଣ ସଂହିତାକୁ ଖୋଲା ଉଲଂଘନ ଅଭିଯୋଗ !!
କଲମପୁର -୫/୫(ତର୍ଜମା ନ୍ୟୁଜ) ନିର୍ବାଚନ ସମୟରେ ଆଚରଣ ସଂହିତାକୁ କଡାକଡି ପାଳନ କରିବା ପାଇଁ ନିର୍ଦ୍ଦେଶ ରହିଥିବା ବେଳେ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ପଣ୍ଡିଗାଁ ପଞ୍ଚାୟତ ଅଧିନସ୍ତ ପାତ୍ରବସା ଗ୍ରାମରେ ଥିବା ରାଧାକୃଷ୍ଣ ମନ୍ଦିର ଏହାର ଖୋଲା ଉଲଂଘନ କରି ଚାଲିଛି, ଏଠାରେ ଅହରହ ଡ଼ାକବାଜି ଯନ୍ତ୍ର ବାଜୁଥିବା ବେଳେ ଶବ୍ଦ ପ୍ରଦ୍ୟୁଷଣ ଯୋଗୁଁ ତୀବ୍ର ଜନ ଅସନ୍ତୋଷ ପ୍ରକାଶ ପାଇଛି, ଏହି ମନ୍ଦିର ବ୍ୟକ୍ତିଗତ ମାଲିକାନାରେ ରହି ଥିବା ଜଣାପଡିଥିବା ବେଳେ ପ୍ରଶାସନ ମଧ୍ୟ ଅହେତୁକ ଅନୁକମ୍ପା ଯୋଗାଇ ଦେଇ ଚାଲିଛି, ସୂଚନା ଯେ ବ୍ୟକ୍ତିଗତ ମନ୍ଦିରକୁ ସରକାରୀ ଅନୁଦାନ ଦେବା ବାରଣ ହୋଇଥିବା ବେଳେ ବ୍ଳକ ପ୍ରଶାସନ ମନ୍ଦିର ନିମନ୍ତେ ସରକାରୀ ଅନୁଦାନ ଯୋଗାଇ ଦେଇଛନ୍ତି, ପ୍ରଶ୍ନ ଉଠୁଛି ଯେ ବର୍ଷ ବର୍ଷ ଧରି ଏପରି ଅଭିଯୋଗ ହେଉଥିବା ମନ୍ଦିର ପ୍ରତି କାହିଁକି ପ୍ରଶାସନ ଅଙ୍କୁଶ ଲଗାଇ ପାରୁନାହିଁ । ନିର୍ବାଚନ ଆଚରଣବିଧିକୁ ମାନୁ ନ ଥିବା ଏହି ମନ୍ଦିର ପ୍ରତି ନିର୍ବାଚନ ଦାୟିତ୍ବରେ ଥିବା କର୍ମଚାରୀ ମାନେ ମଧ୍ୟ କାହିଁକି ଅଣଦେଖା କରୁଛନ୍ତି ତାହାହିଁ ବଡପ୍ରଶ୍ନ ସୃଷ୍ଟି କରିଛି,ଏନେଇ ନିର୍ବାଚନ ତଦାରଖ କରୁଥିବା କର୍ମଚାରୀ ମାନଙ୍କ କାର୍ଯ୍ୟ ଦକ୍ଷତା ଉପରେ ଜନ ସାଧାରଣ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି, ପୂର୍ବରୁ ଅନେକ ଥର ପାତ୍ରବସା ଦଳିତ ପଡାବାସୀ କଲମପୁର ଥାନା ଅଧିକାରୀ ପ୍ରଦିପ୍ତ କୁମାର କାନୁନଗୋ ଓ ଏଏସଆଇ ଶେଖର ଜେନାଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ବି କୋୖଣସି ସୁଫଳ ପାଇ ପାରି ନ ଥିବା ପ୍ରକାଶ କରିଛନ୍ତି । ଏହି ପଡାର ଜନୈକ ମୁରବୀ ସଦୃଶ୍ୟ ବୟୋଜ୍ୟେଷ୍ଠ ବ୍ୟକ୍ତି ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ ଯଦି ଆମେ ମାଇକ ବାଜିବା ସଂପର୍କରେ ଦୃଢ଼ ପ୍ରତିବାଦ କଲେ ଆମକୁ ଜାତୀଆଣ ଭେଦଭାବର ଶିକାର ହେବାକୁ ପଡୁଛି । ମନ୍ଦିର ହେଉଛି ଗାଁର ଗୌନ୍ତିଆ ବାବୁଙ୍କର ,ତାଙ୍କ ପାଖରେ ଲୋକବଳ ଅଛି ବାହୁବଳ ଅଛି, ଆମେ ନିରିହ ଲୋକେ,ତାଙ୍କୁ ସାମ୍ନା କରିବା ଆମ ପକ୍ଷରେ ସମ୍ଭବ ହେଉ ନାହିଁ ବୋଲି ଦୁଃଖର ସହିତ ପ୍ରକାଶ କରିଛନ୍ତି ।ଏଥିପ୍ରତି ଜିଲ୍ଲା ଉଚ୍ଚ କର୍ତ୍ତୃପକ୍ଷ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ପାତ୍ରବସା ଗ୍ରାମବାସୀ ମହଳରେ ଦାବି ହେଉଛି ।
ଜୁନାଗଡ଼ରୁ ରଘୁମଣୀ ପୁଝାରୀଙ୍କ ରିପୋର୍ଟ, ତର୍ଜମା ନ୍ୟୁଜ
Post a Comment