ରୂପାନ୍ତରିକରଣ କାର୍ଯ୍ୟର ଦୃଷ୍ଟି ଆଢ଼ୁଆଳରେ କଲମପୁର ହର୍ଟିକଲଚର ଅଫିସ !!
କଲମପୁର -୨୩/୫(ତର୍ଜମା ନ୍ୟୁଜ) ସରକାର ମାଳମାଳ ଯୋଜନା ମାଧ୍ୟମରେ ବିଭିନ୍ନ କାର୍ଯ୍ୟାଳୟ ଗୁଡିକୁ ରୂପାନ୍ତରିକରଣ କରି ଚାଲିଛନ୍ତି, ଫଳରେ ସରକାରୀ କାର୍ଯ୍ୟାଳୟ ଗୁଡିକ ଚକାଚକ ହେବାରେ ଲାଗିଛି, ବିଡ଼ମ୍ବନା ଏହି ଯେ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା କଲମପୁର ହର୍ଟିକଲଚର ଅଫିସକୁ ଏଭଳି ଯୋଜନା ଅପହଞ୍ଚ ହୋଇ ରହି ଯାଇଥିବା ଜଣାପଡିଛି, ଯଦ୍ୱାରା ଏହି ଦୃଷ୍ଟି ଆଢ଼ୁଆଳରେ ରହି ଯାଇଥିବା ଅଫିସକୁ ନିରିଖେଇ ଦେଖିଲେ ସରକାରଙ୍କ ରୂପାନ୍ତରିତ ଯୋଜନା ଏହି କାର୍ଯ୍ୟାଳୟ ପ୍ରତି ଉପହାସ ନୁହେଁ କି ବୋଲି ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି, ପୂର୍ବରୁ କଲମପୁର ବ୍ଳକ ମୂଖ୍ୟାଳୟରେ ହର୍ଟିକଲଚର ଅଫିସ ନଥିଲା, ଏହାକୁ ଦୃଷ୍ଟିରେ ରଖି ସରକାର ଏକ ସରକାରୀ ଜମିରେ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ଏକ ହର୍ଟିକଲଚର ଅଫିସ ନିର୍ମାଣ କରି ଦେଲେ, ନିର୍ମାଣ ସରିବାର କିଛି ବର୍ଷ ପର୍ଯ୍ୟନ୍ତ ଅଫିସ ଖୋଲାଯାଇ ପାରି ନ ଥିଲା,ଏ ନେଇ ଲୋକେ ଅଭିଯୋଗ କରିବାରୁ ଚାରି ବର୍ଷ ହେବ ଅଫିସ କାର୍ଯ୍ୟକାରୀ ହୋଇ ଆସୁଛି, ସରକାର ଅଫିସ ନିର୍ମାଣ କରିଦେଇ ନିଜ କାମ ସାରି ଦେଇଛନ୍ତି, ହେଲେ ଏଥିରେ ଏପର୍ଯ୍ୟନ୍ତ କୈାଣସି ଆନୁସଙ୍ଗିକ ବ୍ୟବସ୍ଥା କରି ଦେଲେ ନାହିଁ, ବିଦ୍ୟୁତ ଖୁଣ୍ଟ ନିକଟରେ ଥାଇ ମଧ୍ୟ ବିଦ୍ୟୁତ ବ୍ୟବସ୍ଥା ନାହିଁ, ଅଫିସରେ ଶୌଚାଳୟ ଅଛି ପାଣିର ବ୍ୟବସ୍ଥା ନାହିଁ, ଅଫିସ ପରିସରରେ ଖାଳ ଥିବାରୁ ବର୍ଷା ପାଣି ଜମି ରହୁଛି, ପାଚେରୀ ବ୍ୟବସ୍ଥା ନାହିଁ କି ରାତ୍ର ଜଗୁଆଳି ବ୍ୟବସ୍ଥା ନାହିଁ ଏପରିକି ଶିତଳଭଣ୍ଡାର ନାହିଁ ତଥାପି ଲକ୍ଷାଧିକ ଟଙ୍କାର ବିଭିନ୍ନ କିସମର ଚାରା ଓ ସାମଗ୍ରୀ ଆବଶ୍ୟକତା ନ ଥିବା ସତ୍ତ୍ବେ ପଠାଇ ଦିଆ ଯାଉଛି, ଫଳରେ ରକ୍ଷଣାବେକ୍ଷଣ ଅଭାବ କାରଣରୁ ଏସବୁ ନଷ୍ଟ ହୋଇ ଯାଇଥିବା ବେଳେ ଏ ଅଫିସରେ ଜଣେ ମାତ୍ର ମହିଳା କର୍ମଚାରୀ ନିୟୋଜିତ ହୋଇଛନ୍ତି , ଏତେ ସବୁ ଅବ୍ୟବସ୍ଥା ସତ୍ତ୍ୱେ କାହିଁକି ଏହି ଅଫିସ ଦୃଷ୍ଟି ଆଢ଼ୁଆଳରେ ରହି ଯାଇଛି ତାହାହିଁ ବଡପ୍ରଶ୍ନ, ଏନେଇ ଜିଲ୍ଲା ହର୍ଟିକଲଚର ଅଧିକାରୀଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ପାରି ନଥିବା ବେଳେ କଲମପୁର ହର୍ଟିକଲଚର ଓବରସିୟର ସୂର୍ଯ୍ୟ କାନ୍ତି ଶବର ଙ୍କୁ ପଚାରିବାରୁ ସେ ଏ ବିଷୟରେ ଏକାଧିକ ଥର ଜିଲ୍ଲା ଅଧିକାରୀଙ୍କୁ ଅବଗତ କରି ଆସିଥିବା କହିଛନ୍ତି, ଜିଲ୍ଲା ଅଧିକାରୀ ସବୁ ବ୍ୟବସ୍ଥା ଅଟକଳରେ ରହିଛି ଖୁବଶିଘ୍ର କରାଯିବ ବୋଲି ଆଶ୍ଵାସନା ଦେଇ କହିଥିବା ସେ ପ୍ରକାଶ କରିଛନ୍ତି,ହେଲେ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟ ଆରମ୍ଭ ହୋଇ ପାରି ନାହିଁ ବୋଲି ଓବରସିୟର ଶ୍ରୀମତୀ ଶବର କହିଥିବା ବେଳେ କେବେ ଏହି ସରକାରୀ ଅଫିସ ପ୍ରତି ସରକାରଙ୍କ ନିଦ ଭାଙ୍ଗିବ ତାହା ଦେଖିବାକୁ ବାକି ରହିଲା,
କଲମପୁରରୁ ସୁରେନ୍ଦ୍ର କୁମାର ନାଏକଙ୍କ ରିପୋର୍ଟ, ତର୍ଜମା ନ୍ୟୁଜ



Post a Comment