କଲମପୁର - କଲ୍ୟାଣ ମଣ୍ଡପ ସମ୍ମୁଖରେ ଗଞ୍ଜେଇ ଗଛ, ପ୍ରଶାସନ ନିଦାବିଷ୍ଣୁ !!!
କଲମପୁର :-
(ତର୍ଜମା ନ୍ୟୁଜ )
ସରକାର ଜନସାଧାରଣଙ୍କ ବିବାହ,ବ୍ରତ,ସଭା, ସମିତି, ଆଦି କାର୍ଯ୍ୟ ପାଇଁ କଲ୍ୟାଣ ମଣ୍ଡପ ନିର୍ମିତ କରିଛନ୍ତି, ସେଠାରେ ବିପୁଳ ଜନସମାଗମ ହୋଇ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁ ରହିଛି, ଜନସାଧାରଣ ସମେତ ନେତା ମନ୍ତ୍ରୀ ଓ ସରକାରୀ କର୍ମଚାରୀ ମଧ୍ୟ ସେଠାରେ ଉପସ୍ଥିତ ରହୁଛନ୍ତି, ବିଡ଼ମ୍ବନା ସେପରି ସ୍ଥାନରେ ଏକ ପ୍ରାୟ ୫ଫୁଟର ଗଞ୍ଜେଇ ଗଛ ରହି ଥିବା ବେଳେ ପ୍ରଶାସନ ଏ ଦିଗରେ କୋୖଣସି ପଦକ୍ଷେପ ନେଉ ନାହାନ୍ତି, ଏପରି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କଲମପୁର ଅଞ୍ଚଳରେ ଥିବା ବିଜୁ କଲ୍ୟାଣ ମଣ୍ଡପ ସମ୍ମୁଖରେ, ଗଞ୍ଜେଇ ଚାଷ ଉପରେ ସରକାର କଟକଣା ଲଗାଇଥିବା ବେଳେ ଏହି ନିଷିଦ୍ଧ ଗଛ ୫ଫୁଟ ଉଚ୍ଚତା ହେବା ପର୍ଯ୍ୟନ୍ତ କାହିଁକି ଅପେକ୍ଷା କରାଯାଇଛି ତାହା ବୁଝା ପଡୁନାହିଁ, ଏନେଇ ଜୁନାଗଡ଼ ଅବକାରୀ ନିରୀକ୍ଷିକା ଲକ୍ଷ୍ମୀ ପ୍ରିୟା ମଲ୍ଲିକଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ପାରି ନ ଥିବା ବେଳେ ଏଥିପ୍ରତି ପଦକ୍ଷେପ ନେବାକୁ ପ୍ରଶାସନର ନିଦ କେବେ ଭାଙ୍ଗିବ ତାହା ଦେଖିବାକୁ ବାକି ରହିଲା,
କଲମପୁରରୁ ସୁରେନ୍ଦ୍ର କୁମାର ନାଏକଙ୍କ ରିପୋର୍ଟ, ତର୍ଜମା ନ୍ୟୁଜ




Post a Comment