//BREAKING//
Loading...

ଆତଙ୍କ ଖେଳାଉଛି ଗୋଠଛଡା ହାତୀ !!

 ଆତଙ୍କ ଖେଳାଉଛି ଗୋଠଛଡା ହାତୀ 


କଲମପୁର -୨୨/୫(ତର୍ଜମା ନ୍ୟୁଜ) କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନାଞ୍ଚଳ ଅଧିକାରୀଙ୍କ ଅଧିନସ୍ତ କଲମପୁର ବନପାଳଙ୍କ କାର୍ଯ୍ୟାଳୟ ଅଞ୍ଚଳରେ ବିଗତ ଚାରିଦିନ ହେବ ଏକ ଗୋଠଛଡା ହାତୀ ଆତଙ୍କ ଖେଳାଇ ଚାଲିଛି, ଫଳରେ ପାହାଡ଼ର ପାଦଦେଶରେ ଥିବା ଗ୍ରାମ ଗୁଡିକର ଲୋକେ ଭୟଭୀତ ହୋଇପଡିଛନ୍ତି,ଘୋଡାବନ୍ଧା,ଘର୍ଲା, ଗଞ୍ଜେଇଗୁଡା ଆଦି ଗ୍ରାମର ଲୋକେ ସଂଧ୍ୟା ହେଲେ ତାଟି କବାଟ ପକାଇ ଅନ୍ୟ ସ୍ଥାନକୁ ରାତ୍ରି ଯାପନ ପାଇଁ ଚାଲିଯାଉଛନ୍ତି,ଦେବଗିରୀ ପାହାଡ,ବାଇଗନ ଗୁଡା ଘାଟି,ଭାଲୁ ଘାଟି ଅଞ୍ଚଳରେ ଏହି ଗୋଠଛଡା ହାତୀ ଘୁରି ବୁଲୁଥିବା ବେଳେ ରାତିରେ ଜନବସତି ମୁହାଁ ହୋଇ ପନିପରିବା ଓ ଧାନ ଫସଲ ନଷ୍ଟ କରିବାରେ ଲାଗିଛି,ଏ ପର୍ଯ୍ୟନ୍ତ ବିଶେଷ କ୍ଷତି କରିନଥିଲେ ବି ହାତୀ ଘଉଡାଇବା ପାଇଁ ଦିବାରାତ୍ରି ପ୍ରଚେଷ୍ଟା କରି ଆସୁଛନ୍ତି, ହେଲେ ସେଥିରୁ ସଫଳତା ମିଲି ପାରୁନାହିଁ,ବନପାଳ ପ୍ରକାଶ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏକ ବନ କର୍ମଚାରୀ ଦଳ ହାତୀ ଘଉଡାଇବା କାର୍ଯ୍ୟ ଜାରୀ ରଖିଛନ୍ତି,ଏନେଇ ବନପାଳ ଶ୍ରୀ ମିଶ୍ର କହିଛନ୍ତି ଯେ କିଛି ଦିନ ଗୋଟିଏ ହାତୀ ପାହାଡ଼ର ପାଦଦେଶରେ ଘୁରି ବୁଲୁଛି, କିଛି ଧାନ ଓ ପନିପରିବା ଫସଳ ନଷ୍ଟ କରିଛି, ଭୟଭୀତ ଗ୍ରାମବାସୀଙ୍କ ଥଇଥାନ ପାଇଁ ବ୍ୟବସ୍ଥା କରାଯାଇଛି, ହାତୀ ଘଉଡାଇବା କାର୍ଯ୍ୟ ଯାରି ରହିଛି ବୋଲି କହିଛନ୍ତି,

କଲମପୁରରୁ ସୁରେନ୍ଦ୍ର କୁମାର ନାଏକଙ୍କ ରିପୋର୍ଟ, ତର୍ଜମା ନ୍ୟୁଜ

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe