//BREAKING//
Loading...

ତର୍ଜମା ନ୍ୟୁଜର ପ୍ରଭାବ ଖବର ପ୍ରଶାରଣ ପରେ ଗଞ୍ଜେଇ ଗଛ ଉଭାନ, ପ୍ରଶାସନ ପାଖରେ ଖବର ନାହିଁ !

 ତର୍ଜମା ନ୍ୟୁଜର ପ୍ରଭାବ 

ଖବର ପ୍ରଶାରଣ ପରେ ଗଞ୍ଜେଇ ଗଛ ଉଭାନ, ପ୍ରଶାସନ ପାଖରେ ଖବର ନାହିଁ ! 



କଲମପୁର -୨୭/୫(ତର୍ଜମା ନ୍ୟୁଜ) ଗତ ଶନିବାର ଦିନ 'କଲ୍ୟାଣ ମଣ୍ଡପ ସମ୍ମୁଖରେ ଗଞ୍ଜେଇ ଗଛ, ପ୍ରଶାସନ ନିଦାବିଷ୍ଣୁ ' ଶିର୍ଷକ ଖବର ତର୍ଜମା ନ୍ୟୁଜରେ ପ୍ରସାରିତ ହୋଇଥିଲା,ଖବର ପ୍ରଶାରଣ ପରେ ସଂପୃକ୍ତ ସ୍ଥାନରୁ ଏବେ ଗଞ୍ଜେଇ ଗଛ ଉଭାନ ହୋଇ ଯାଇଛି, ଏପରିକି ତା'ର ଚିହ୍ନ ବର୍ଣ୍ଣ ମଧ୍ୟ ସେଠାରେ ଦେଖିବାକୁ ମିଳୁନାହିଁ, ତେବେ ଏହି ଗଞ୍ଜେଇ ଗଛକୁ ନେଲା କିଏ ତାହା ହିଁ ଏଠାରେ ବଡପ୍ରଶ୍ନ, ପ୍ରାୟ ୫ଫୁଟ ଉଚ୍ଚତା ପର୍ଯ୍ୟନ୍ତ ତାକୁ କିଏ ନେଇ ନ ଥିଲା ହେଲେ ଖବର ପ୍ରଶାରଣ ପରେ ନେଇଗଲା, ପୁଣି ଚିହ୍ନ ବର୍ଣ୍ଣ ମଧ୍ୟ ରଖିଲା ନାହିଁ,ଏହା ପ୍ରମାଣ ନଷ୍ଟ ପାଇଁ କରାଯାଇ ନାହିଁତ ସେ ପ୍ରଶ୍ନର ଉତ୍ତର କାହାଠାରୁ ମିଲି ପାରୁନାହିଁ, ପ୍ରକାଶ ଯେ କଲମପୁର କଲ୍ୟାଣ ମଣ୍ଡପ ସମ୍ମୁଖରେ ପ୍ରାୟ ୫ଫୁଟର ଗଞ୍ଜେଇ ବଢ଼ି ଉଠିଥିଲା, ସର୍ବସାଧାରଣ ବ୍ୟବହୃତ ସ୍ଥାନ ଓ ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ମାନେ ସେଠାର ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଗୁଡ଼ିକ ଆୟୋଜନ 

କରୁଥିଲେ, ପୁଣି ବ୍ଳକ ପ୍ରଶାସନ ଏହି କଲ୍ୟାଣ ମଣ୍ଡପକୁ ପରିଚାଳନା କରୁଥିବା ବେଳେ ଉକ୍ତ ଗଛ ପ୍ରତି କାହାରି ଦୃଷ୍ଟି ପଡୁନଥିଲା, କିଛି ଗ୍ରାମବାସୀ ଏ ବିଷୟରେ ଜଣାଇବା ପରେ ଖବର ପ୍ରଶାରଣ ହୋଇଥିଲା, ଏବେ ଗଞ୍ଜେଇ ଗଛ ଆଉ ସେଠାରେ ଦେଖିବାକୁ ମିଳୁନାହିଁ,ଏନେଇ ଜୁନାଗଡ଼ ଅବକାରୀ ନିରୀକ୍ଷକ ଲକ୍ଷ୍ମୀ ପ୍ରିୟା ମଲ୍ଲିକ ଫୋନ ନ ଉଠାଇବାରୁ ମତାମତ ମିଲିପାରି ନ ଥିଲା,ଜିଲ୍ଲା ଅବକାରୀ ଅଧିକ୍ଷକ ରଞ୍ଜନ ନାୟକ ନିଶ୍ଚିତ ପଦକ୍ଷେପ ଗ୍ରହଣ କରିବାକୁ ପ୍ରକାଶ କରିଥିବା ବେଳେ ରାତାରାତି ଉଭାନ ହୋଇଗଲା ଗଞ୍ଜେଇ ଗଛ,

କଲମପୁରରୁ ସୁରେନ୍ଦ୍ର କୁମାର ନାଏକଙ୍କ ରିପୋର୍ଟ, ତର୍ଜମା ନ୍ୟୁଜ

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe