କଲମପୁର ବ୍ଲକ- ଖୋଲିଲା ବନ୍ଧକନା ଓ ବଙ୍କାପଲା ଧାନ ମଣ୍ଡି !!!
କଲମପୁର -,୨୫/୫ (ତର୍ଜମା ନ୍ୟୁଜ) କଳାହାଣ୍ଡି ଜିଲ୍ଲାରେ ରବିଧାନ ମଣ୍ଡି ମେ ମାସ ୨୦ ତାରିଖରେ ଆରମ୍ଭ ହୋଇଯାଇଛି , ଏପରିପେକ୍ଷିରେ କଲମପୁର ଅଞ୍ଚଳର ବିଭିନ୍ନ ଧାନ ମଣ୍ଡି ଶୁଭାରମ୍ଭ ହୋଇଯାଇଛି । ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରଶାସନ ବିଭିନ୍ନ ସ୍ଥାନରେ ମଣ୍ଡି ବ୍ୟବସ୍ଥା କରିଥିବା ବେଳେ ବନ୍ଧକନା ଓ ବଙ୍କାପଲା ଠାରେ ଧାନ ମଣ୍ଡି ଶୁଭାରମ୍ଭ ହୋଇଯାଇଛି,ବନ୍ଦକନା ଧାନ ମଣ୍ଡିକୁ ଯୋଗମାୟା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପରିଚାଳନା କରୁଥିବା ବେଳେ ବନ୍ଧକନା ସରପଞ୍ଚ ହିମାଦ୍ରୀ ବାଗ ପୂଜାର୍ଚ୍ଚନା ପୂର୍ବକ ଶୁଭାରମ୍ଭ କରିଛନ୍ତି, ସେହିଭଳି ବଙ୍କାପଳା ମଣ୍ଡିକୁ କଲମପୁର ଭାରପ୍ରାପ୍ତ ତହସିଲଦାର ମୋହନ ଚରଣ ଜେନା , ପେକ୍ସ ସଭାପତି ଶଙ୍କର୍ଷଣ ବେହେରା , ଏଆରସିଏସ ଧର୍ମଗଢ଼ କେ ପ୍ରଧାନ , ପେକ୍ସ ସମ୍ପାଦକ କ୍ଷେତ୍ରମୋହନ ବାଗ , ଚାଷୀ , ମିଳର୍ସ ପ୍ରମୁଖଙ୍କ ଉପସ୍ଥିତିରେ ମଣ୍ଡି ଶୁଭାରମ୍ଭ ହୋଇଛି, କଲମପୁରରୁ ସୁରେନ୍ଦ୍ର କୁମାର ନାଏକଙ୍କ ରିପୋର୍ଟ, ତର୍ଜମା ନ୍ୟୁଜ



Post a Comment