//BREAKING//
Loading...

--ବିପର୍ଯ୍ୟସ୍ତ ଗଣ ମାଧ୍ୟମ ---

 ---ବିପର୍ଯ୍ୟସ୍ତ ଗଣ ମାଧ୍ୟମ ---



ଗଣତନ୍ତ୍ର ର ସ୍ୱରୂପ ବଦଳିବାରେ ଲାଗୁଥିବା ଅନୁଭବ ହେଉଛି। ବିଶ୍ଵର ସର୍ବ ବୃହତ ଗଣତନ୍ତ୍ର ରାଷ୍ଟ୍ର ଭାବେ ପରିଚିତ ଆମ ଦେଶ ରେ ଚତୁର୍ଥ ସ୍ତମ୍ଭ ର ଆଖ୍ୟା ଦିଆ ଯାଇଛି ।ସାମ୍ବିଧାନିକ ବିଧି ବ୍ୟବସ୍ଥା ରେ କିନ୍ତୁ ଚତୁର୍ଥ ସ୍ତମ୍ଭ କୁ ନେଇ କୌଣସି ଆଲେଖ୍ୟ ନାହିଁ । ତିନୋଟି ସ୍ତମ୍ଭ କୁ ସନ୍ତୁଳିତ କରିବା ପାଇଁ ଚତୁର୍ଥ ସ୍ତମ୍ଭ କେବଳ ବାଧ୍ୟ ବାଧକତା ରେ ନାମ କରଣ କରା ଯାଇଛି । ତେବେ ଏହି ତଥା କଥିତ ଚାରୋଟି ସ୍ତମ୍ଭ ପାଇଁ ସାମ୍ୱିଧାନିକ ବ୍ୟବସ୍ଥା ଭିତରେ ତିନୋଟି ସ୍ତମ୍ଭ ପାଇଁ ଲକ୍ଷ୍ମଣ ରେଖା ବା ନିର୍ଦ୍ଧିଷ୍ଟ ଆଇନ ରହି ଥିବା ବେଳେ ଚତୁର୍ଥ ସ୍ତମ୍ଭ ପାଇଁ କୌଣସି ନୀତିନିୟମ ବା ଲକ୍ଷ୍ମଣ ରେଖା ନ ଥିବା ଅନୁଭବ ହୁଏ । ମିଡିଆ ଧର୍ମ ନିରପେକ୍ଷ ରାଷ୍ଟ୍ର ରେ ଧର୍ମ ନିରପେକ୍ଷ ବିଚାର ଧାରା କୁ ନେଇ ନିରପେକ୍ଷତା ଅବଲମ୍ବନ କରିବା ବଦଳ ରେ ଆଜି ଦେଶର ମିଡିଆ ଉପରେ ସାଧାରଣ ଲୋକଙ୍କ ବିଶ୍ୱାସ ଉଠି ଯାଇଛି । ସରକାର କେବଳ "ପ୍ରେସ କାଉନସିଲ ଅଫ ଇଣ୍ଡିଆ" ଗଠନ କରି ନିଜ କର୍ତ୍ତବ୍ୟ ସାରି ଦେଇଥିବା ବେଳେ ପ୍ରେସ କାଉନସିଲ ଅଫ ଇଣ୍ଡିଆ ର କୌଣସି ଭୂମିକା ନାହିଁ କେବଳ ନିର୍ଦ୍ଦିଷ୍ଟ ଅଭିଯୋଗ ହେଲେ ତାର ବିଚାର କରିବା ଛଡା କୌଣସି ଭୂମିକା ନାହିଁ।ମିଡିଆ ହାଉସ ଗୁଡ଼ିକ କ୍ଷମତା ଶାଳୀ ପକ୍ଷ ଙ୍କ ଦୋଷ ତ୍ରୁଟି, ସାଧାରଣ ଲୋକଙ୍କ ମୌଳିକ ସମସ୍ୟା, ସାଧାରଣ ଲୋକଙ୍କ ମୌଳିକ ଅଧିକାର ରକ୍ଷା ପାଇଁ କଲମ ଚାଳନା କରିବା ପରିବର୍ତ୍ତେ କ୍ଷମତା ଶାଳୀ ଙ୍କ ହାତ ବାରିଶି ହେବାକୁ କୁଣ୍ଠା ବୋଧ କରୁ ନାହିଁ ଫଳରେ ଗଣତନ୍ତ୍ର ର ମୌଳିକ ମୂଲ୍ୟବୋଧ  ପ୍ରତି ବିପଦ ସୃଷ୍ଟି କରିଛି । ସଂପ୍ରତି  ପେଡ ନ୍ୟୁଜ ଯୁଗ ଆରମ୍ଭ ହୋଇଛି, ପ୍ରତ୍ୟେକ ସଚେତନ ନିଜ ଆତ୍ମ  ପ୍ରଚାର, କ୍ଷମତା ଦଖଲ ହଉ କି ଦୁର୍ନିତି, ପ୍ରିୟା ପ୍ରୀତି ପୋଷଣ କୁ ଘଣ୍ଟ ଘୋଡାଇବାକୁ ଏହି ପେଡ ନ୍ୟୁଜ କୁ ବ୍ୟବହାର କରୁଛନ୍ତି।

 ବିଶେଷ କରି ପ୍ରିଣ୍ଟ ମିଡିଆ ଯୁଗରୁ ଆଧୁନିକତା ର ଚକ୍ରବ୍ୟୁହ ରେ ଛନ୍ଦି ହୋଇ ଦୁନିଆଁ କୁ ନିଜ ହାତ ମୁଠାରେ ରଖି ବୈଦ୍ୟୁତିକ ଗଣ ମାଧ୍ୟମ, ଉପଗ୍ରହ ମାଧ୍ୟମରେ (ସାଟେଲାଇଟ) ଚେନାଲ ର ଆବିର୍ଭାବ ହେବା ଓ ସଂପ୍ରତି ୟୁ ଟ୍ୟୁବ୍   ଚେନାଲ ର ଆଗମନ ସାମ୍ବାଦିକତା ମୌଳିକ ମୂଲ୍ୟବୋଧ, ଓ ଲକ୍ଷ୍ମଣ ରେଖା ଉଲଙ୍ଘନ ବହୁ ମାତ୍ରା ରେ ବୃଦ୍ଧି ପାଇଛି । ଗ୍ରାମରୁ ନେଇ ପଞ୍ଚାୟତ, ବ୍ଲକ, ଉପଖଣ୍ଡ, ଜିଲ୍ଲା ରେ ସହ ସହ ସାମ୍ବାଦିକ ନିଯୁକ୍ତି ଓ କିଛି ମିନିଟ ଭିତରେ ଖବର ପ୍ରକାଶନ ର ସୁଯୋଗ ଅନଭିଜ୍ଞ  ଙ୍କୁ ପଥ ଭ୍ରଷ୍ଟ କରିବାକୁ ଲାଗିଛି । ପ୍ରତ୍ୟେକ ମୁହୂର୍ତ୍ତ ରେ ଏହାକୁ ସଂପୂର୍ଣ୍ଣ ଭାବରେ ଏକ ବ୍ୟବସାୟ ରେ ପରିଣତ ହେବାକୁ ଲାଗିଛି । ପ୍ରକାଶନ ସଂସ୍ଥା ଗୁଡ଼ିକ ମାତ୍ର କିଛି ଟଙ୍କା ବଦଳ ରେପ୍ରେସ କାର୍ଡ ସଂକୋଚ ଭାବରେ ଦେଇ ଫାଷ୍ଟ ନ୍ୟୁଜ ପ୍ରକାଶନ ପାଇଁ ପ୍ରତିଯୋଗିତା କରି ଚାଲି ଛନ୍ତି । କିଛି ପ୍ରକାଶନ ସଂସ୍ଥା ନିଜ ପ୍ରତିନିଧି ମାନଙ୍କୁ ପର୍ଯ୍ୟାପ୍ତ ସମସ୍ତ ପ୍ରକାର ସୁବିଧା , ମାସିକ ବେତନ ଦେଉଥିବା ଓ ସେମାନଙ୍କୁ ସଂସ୍ଥା ର ବରିଷ୍ଠ କର୍ମକର୍ତ୍ତା ଗଣ ଗାଇଡ କରୁଥିବ ଯୋଗୁଁ  ଦେଶ ରେ ଅନେକ ଯୋଗ୍ୟ ଗଣମାଧ୍ୟମ ପ୍ରତିନିଧି ନିଜ କାର୍ଯ୍ୟ ଦକ୍ଷତା ପ୍ରତିପାଦନ କରି ସୁନାମ ମଧ୍ୟ ଅର୍ଜନ କରୁଛନ୍ତି । କିନ୍ତୁ ଅଧିକାଂଶ ପ୍ରକାଶନ ସଂସ୍ଥା ନିଜର  ପ୍ରତିନିଧି ନିଯୁକ୍ତି କରିବା ପୁର୍ବରୁ ତାଙ୍କ ଯୋଗ୍ୟତା, ଚରିତ୍ର, କିମ୍ୱା ଅପରାଧିକ ପୃଷ୍ଠ ଭୂମି କିମ୍ୱା ଗଣ ମାଧ୍ୟମ ର ପ୍ରତିନିଧି ଭାବରେ ନିଯୁକ୍ତି ପାଇବା ର ଯୋଗ୍ୟତା ରହିଛି ନା ନାହିଁ ତାର ତଦନ୍ତ ନ କରି ମାତ୍ର କିଛି ଟଙ୍କା ବଦଳ ରେ ପ୍ରେସ କାର୍ଡ ଦେଇ ବାହାଦୂରୀ ନେଉଛନ୍ତି । ଗଣ ମାଧ୍ୟମ ର  କର୍ତ୍ତବ୍ୟ, କିମ୍ୱା କାର୍ଯ୍ୟ ସମ୍ପାଦନ ଓ ନିଜ ର କ୍ଷମତା ବା ଲକ୍ଷ୍ମଣ ରେଖା ସମ୍ପର୍କ ରେ ଅନଭିଜ୍ଞ ପ୍ରତିନିଧି ଗଣ ନିଜକୁ ଦେଶ ର ସବୁଠୁ ଶକ୍ତିଶାଳୀ ଭାବରେ ନିଜକୁ ଭାବି ନେଉଛନ୍ତି । ନ୍ୟୁଜ ଅଢ଼ୁଆଳ ରେ ବ୍ୟକ୍ତି ଗତ ଆକ୍ରୋସ, ସହ ନିଜେ ଅଭିଯୋଗ କର୍ତ୍ତା, ନିଜେ ନ୍ୟାୟ କର୍ତ୍ତା, ଓ ନିଜକୁ ସମାଜ ର ହର୍ତା କର୍ତ୍ତା ବିଧାତା ଭାବି ଦୈନଦିନ ଜୀବନ ରେ ବ୍ୟବସାୟ କରିବା ଓ ସମସ୍ତ ମର୍ଯ୍ୟାଦା ଉଲଙ୍ଘନ କରିବାକୁ ମଧ୍ୟ କୁଣ୍ଠାବୋଧ କରୁ ନାହାନ୍ତି । ବେଳେ ବେଳେ ନିଜର ଆତ୍ମ ମର୍ଯ୍ୟାଦା କୁ ବି ଭୁଲି ଯାଇ ଅନେକ ସ୍ଥାନ ରେ ଅପଦସ୍ଥ ହେବା ଘଟଣା ଗଣ ମାଧ୍ୟମ ପ୍ରତିନିଧି  ଙ୍କ  ଆତ୍ମ ମର୍ଯ୍ୟାଦା କୁ କଳୁଷିତ କରୁଛି । ତଥାପି ଏହା ଉପରେ ସଂପୃକ୍ତ ପ୍ରକାଶନ ସଂସ୍ଥା ଅନଭିଜ୍ଞ ନା  ସବୁ ଜାଣି କାହିକି ନୀରବ ତାହା କୁ ବୁଝିବା କଷ୍ଟକର  ଅଟେ ।

             ତେବେ ସଂପ୍ରତି ଗଣ ମାଧ୍ୟମ ର ଭୂମିକା ଉପରେ ଲାଗି ଥିବା ପ୍ରଶ୍ନବାଚୀ, ଅବିଶ୍ବାସ ଉପରେ ଲାଗି ଥିବା ଏ ପ୍ରଶ୍ନ ଚିହ୍ନ କୁ ନେଇ କଠୋର ହେବା ର ସମୟ ଆସିଛି ।

ପ୍ରକାଶନ ସଂସ୍ଥା ଗୁଡ଼ିକ ଗ୍ରାମ ରୁ ନେଇ ଜିଲ୍ଲା ପର୍ୟ୍ୟନ୍ତ ନିଜ ସଂସ୍ଥା ପାଇଁ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ନିଯୁକ୍ତି ଦେବା ପୂର୍ବରୁ  ଯୋଗ୍ୟତା, ଚାଲ, ଚେହେରା ଓ ଚରିତ୍ର ସମ୍ପର୍କ ରେ ସମସ୍ତ ପ୍ରକାର ତଥ୍ଯ ସଂଗ୍ରହ କରି କିଛି ବରିଷ୍ଠ ଅଭିଜ୍ଞ ମାନଙ୍କ ସହଯୋଗୀ ଭାବରେ ଅନୁନ୍ୟ ଏକ ବର୍ଷ ଟ୍ରେନିଂ ବ୍ୟବସ୍ଥା ଓ ଟ୍ରେନିଂ ପରେ ପ୍ରେସ କାର୍ଡ ଦେବାର ଆବଶ୍ୟକତା ରହିଛି । ଗଣମାଧ୍ୟମ କୁ ବ୍ୟବସାୟୀ କରଣ କରିବା ଓ ଚାରୋଟି ସ୍ତମ୍ଭ ରୁ କେବଳ ଚତୁର୍ଥ ସ୍ତମ୍ଭ ହିଁ ଶ୍ରେଷ୍ଠ ଭାବି ନିୟମିତ ଲକ୍ଷ୍ମଣ ରେଖା ଅତିକ୍ରମ କରିବା ବନ୍ଦ ହୋଇ ପାରିବ ନଚେତ ସମୟ ଆସିବ ଗଣମାଧ୍ୟମ କୁ ସାଧାରଣ ଲୋକ ଘୃଣା କରିବା ସହ ଚାଲ, ଚେହେରା ଓ ଚରିତ୍ର ହିନ  ଭାବି  ତାଛଲ୍ୟ କରିବାକୁ ପଛେଇବେ ନାହିଁ । ତେବେ ନିଯୁକ୍ତ ଗଣମାଧ୍ୟମ ପ୍ରତିନିଧି ମାନେ ମଧ୍ୟ ନିଜର ଲକ୍ଷ୍ମଣ ରେଖା ସମ୍ପର୍କରେ  ସଦା ସର୍ବଦା ସଚେତନ ରହିବା ଓ ନିଜ ଆତ୍ମ ମର୍ଯ୍ୟାଦା ବଜାୟ ରଖିବାକୁ  ନିଜର ମୌଳିକ କର୍ତ୍ତବ୍ୟ ଭାବରେ ଗ୍ରହଣ କରିବାର ଆବଶ୍ୟକତା ରହିଛି ।


      ମହମ୍ମଦ ଅଲ୍ଲୀ ଖାଁ, 

ବରିଷ୍ଠ ସାମ୍ବାଦିକ, ମୁଖ୍ୟ ସଂପାଦକ

        " ତର୍ଜମା ନ୍ୟୁଜ"

       ସଭାପତି, 

କଳାହାଣ୍ଡି ସାମ୍ବାଦିକ ୟୁନିୟନ୍,

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe