//BREAKING//
Loading...

ମାନଝରି ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଦୁଇ ବାଇକ ଆରୋହୀ ଗୁରୁତର


ତର୍ଜମା ନ୍ୟୁଜ ବ୍ୟୁରୋ
:-କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ମାନଝରି ଠାରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସୂଚନା ଥାଉ କି ଡ଼ଙ୍ଗରିଗୁଡା ଗ୍ରାମର ଜଳନ୍ଧର ଅଘରିଆ , ହରେକୃଷ୍ଣ ଅଘରିଆ ନିଜ ଗାଁ ରୁ ଓଡି08 3118 ନମ୍ବର ବିଶିଷ୍ଟ ବାଇକ ଯୋଗେ ଗୋଲାମୁଣ୍ଡା ରାସ୍ତା ଦେଇ ଯାଉଥିବା ବେଳେ ରାସ୍ତା ପାର୍ଶ୍ଵ ରେ ଥିବା ଏକ ଖୁଣ୍ଟ କୁ ଧକ୍କା ଦେଇ ଦୁଇ ବାଇକ ଛିଟିକିପଡି ଗୁରୁତର ହୋଇଥିଲେ। ଦୁର୍ଘଟଣା ହେବା ଖବର ପାଇ ସ୍ଥାନୀୟ ଲୋକେ ଘଟଣା ସ୍ଥଳକୁ ପହଞ୍ଚି ଅଗ୍ନିଶମ ବିଭାଗ କୁ ଯୋଗାଯୋଗ କରିଥିବାରୁ ଅଗ୍ନିଶମ ବିଭାଗ ଗାଡିରେ ଗୋଲାମୁଣ୍ଡା ଡାକ୍ତରଖାନା କୁ ନେଇ ଭର୍ତ୍ତି କରିଥିଲେ। ଅଧିକ ଗୁରୁତର ଥିବାରୁ ଡାକ୍ତର ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା କୁ ସ୍ଥାନାନ୍ତର କରିଥିଲେ। ଦୁର୍ଘଟଣା ହେବା ଫଲରେ ଦୁଇ ବାଇକ ଆରୋହୀଙ୍କ ବିଭିନ୍ନ ସ୍ଥାନରେ କ୍ଷତାକ୍ତ ହୋଇଛି।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe