//BREAKING//
Loading...

ଖଣ୍ଡି ଡଙ୍ଗରିଗୁଡା ହାତୀ ନଦୀ ଲିଜ ବାଲିଘାଟ ମାମଲା, *ହାଇକୋର୍ଟଙ୍କ ନିର୍ଦ୍ଦେଶ ଓ ପ୍ରଶାସନର ଉପସ୍ଥିତିରେ ବି ଗ୍ରାମବାସୀଙ୍କ ବିରୋଧ !!

 ଖଣ୍ଡି ଡଙ୍ଗରିଗୁଡା ହାତୀ ନଦୀ ଲିଜ ବାଲିଘାଟ ମାମଲା,

*ହାଇକୋର୍ଟଙ୍କ ନିର୍ଦ୍ଦେଶ ଓ ପ୍ରଶାସନର ଉପସ୍ଥିତିରେ ବି ଗ୍ରାମବାସୀଙ୍କ ବିରୋଧ !!





*ସ୍ଥଗିତ ରହିଲା କାର୍ଯ୍ୟାନୁଷ୍ଠାନ,

କଲମପୁର -୨୮/୬(ତର୍ଜମା ନ୍ୟୁଜ) କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଖଣ୍ଡି ଡଙ୍ଗରିଗୁଡା ହାତୀ ନଦୀ ବାଲିଘାଟ ମାମଲା ଜଟିଳ ହେବାରେ ଲାଗିଛି, ଲିଜ ଧାରୀ ଓ ଗ୍ରାମବାସୀ ଏନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ବେଳେ ହାଇକୋର୍ଟ ଲିଜଧାରୀଙ୍କ ସପକ୍ଷରେ ରାୟ ଦେଇ ଲିଜ ଧାରୀଙ୍କୁ ସଂପୃକ୍ତ ସ୍ଥାନରୁ ବାଲି ଉଠାଣରେ ସହଯୋଗ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ, ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆଜି କଲମପୁର ଭାରପ୍ରାପ୍ତ ତହସିଲଦାର ମୋହନ ଜେନା, ଜିଲ୍ଲା ସାଇନ୍ସ ଅଧିକାରୀ  ମୂରଲୀଧର ନାଏକ, କଲମପୁର ଥାନା ଅଧିକାରୀ ପ୍ରଦିପ୍ତ କାନୁନଗୋ,ଏସଆଇ ଡୋଲାମଣୀ ବିଷି, କଲମପୁର ଏଏସଆଇ ଶେଖର ଜେନା,ବଡକୁଟୃ ଏଏସଆଇ ଶିବ ମହାନ୍ତି ସମେତ ଏକ ପ୍ଲାଟୁନ ପୋଲିସ ଫୋର୍ସ ଓ  ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ରହି ଥିବା ବେଳେ ସଂପୃକ୍ତ ଲିଜ ଧାରୀ ବିବାଦୀୟ ସ୍ଥାନରୁ ବାଲି ଉଠାଣ ପାଇଁ ଉଦ୍ୟମ କରିଥିଲେ,ଏ ସମୟରେ ଗ୍ରାମବାସୀ ଏହାକୁ ବିରୋଧ କରିବାରୁ ପ୍ରଶାସନିକ ଅଧିକାରୀମାନେ ଗ୍ରାମବାସୀ ମାନଙ୍କୁ ବୁଝାସୁଝା କରିଥିଲେ ବି ଗ୍ରାମବାସୀ ମାନେ ନିଜ ଜିଦରେ ଅଟଳ ରହିଥିଲେ, ଫଳରେ ବାଲି ଉଠାଣ ହୋଇ ପାରି ନ ଥିଲା, ସାମାନ୍ୟ ପାଟିତୁଣ୍ଡକୁ ଛାଡ଼ିଦେଲେ କୌଣସି ଅପ୍ରିତୀକର ପରିସ୍ଥିତି ସେଠାରେ ଦେଖାଦେଇ ନ ଥିବା ବେଳେ ସମସ୍ତ କର୍ମଚାରୀ ଓ ଲିଜ ଧାରୀ  ଘଟଣା ସ୍ଥଳରୁ ଫେରି ଆସିଥିଲେ, ସୂଚନା ଯେ - ଏହି ବାଲିଘାଟରୁ ବାଲି ଉଠାଣ ହେଲେ ନଇଁ କୂଳରେ ଥିବା ପଡାଗ୍ରାମ କୂଳ ଖାଇ ଧ୍ୱଂସ ହୋଇଯିବା ଆଶଙ୍କା ପ୍ରକଟ କରି ଏମାନେ ତାହାକୁ ବିରୋଧ କରି ଆସୁଛନ୍ତି, ହେଲେ ସେହି ପଡାଗ୍ରାମ ବାଲି ଉଠାଣ ଠାରୁ ପ୍ରାୟ ଅଧ କିଲୋମିଟର ଦୂରରେ ରହିଥିବା ବେଳେ ରାସ୍ତା ଏପଟେ ନଦୀ ଓ ସେପଟେ ପଡାଗ୍ରାମ ରହିଛି , ତେବେ ନଦୀର ସ୍ରୋତରେ ପଡାଗ୍ରାମ ବିଲିନ ହୋଇଯିବା ଆଶଙ୍କା କରି ଏଭଳି ବିରୋଧ କରିବା ପଛରେ କି ରହସ୍ୟ ଲୁଚି ରହିଛି ତାହାହିଁ ତଦନ୍ତ ସାପେକ୍ଷ, ପ୍ରଶାସନିକ ଅଧିକାରୀ ମାନେ ଏହାହିଁ ଅନୁମାନ କରିଥିବା ବେଳେ ଯଦି ଘାଇ ସୃଷ୍ଟି ହେବା ଆଶଙ୍କା ଶତପ୍ରତିଶତ ତେବେ ସେଠାରେ ପଥର ବନ୍ଧ ବ୍ୟବସ୍ଥା କରିଦେଲେ ସବୁ ସମସ୍ୟାର ସମାଧାନ ହୋଇ ପାରନ୍ତା, କୁହାଯାଉଛି ଗ୍ରାମବାସୀ ମାନେ ଏଥିରେ ମଧ୍ୟ ଅସହମତ ପ୍ରକାଶ କରିଛନ୍ତି ତେବେ ଏହାର ପଛରେ ନିଶ୍ଚିତ କିଛି ରହସ୍ୟ ଲୁଚି ଥିବା ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ, 

କଲମପୁରରୁ ସୁରେନ୍ଦ୍ର କୁମାର ନାଏକଙ୍କ ରିପୋର୍ଟ, ତର୍ଜମା ନ୍ୟୁଜ

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe