ବାଇପାସ୍ ରାସ୍ତା ଶୋଚନୀୟ, ଯାତାୟାତ ଠପ୍ !!!
କଲମପୁର -୩୦/୬(ତର୍ଜମା ନ୍ୟୁଜ) ଜୁନାଗଡ ପୂର୍ତ୍ତ ବିଭାଗ ଅଧୀନରେ କଲମପୁର ବ୍ଲକ ଅନ୍ତର୍ଗତ ସିଂଘାରୀ ଛକରୁ ପାତ୍ରବସା ଭାୟା ମୁଖିଗୁଡା ରାସ୍ତା ଅଦ୍ୟାବଧି ନିର୍ମାଣ ଚାଲିଛି, ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ସମୟରୁ ହିଁ ରାସ୍ତା ନିର୍ମାଣରେ ମନମାନି ଓ ଲାଭଖୋର ମନୋବୃତ୍ତି ନେଇ ବିଭାଗୀୟ କର୍ମଚାରୀ ଓ ଠିକାଦାର ଉଦ୍ୟମ କରୁଥିବା ଅଭିଯୋଗ ହୋଇ ଆସୁଛି, ଏନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ନ ଦେବାରୁ ଏହାର ପରିଣାମ ଏବେ ଗ୍ରାମବାସୀ ମାନେ ଭୋଗ କରି ଆସୁଛନ୍ତି, ଗତକାଲି ଶନିବାର ଦିନ ସାମାନ୍ୟ ବର୍ଷାରେ ଘରେ ଘରେ ପାଣି ପଶିଯାଇଥିଲା, ରାସ୍ତା ନିର୍ମାଣକାରୀ ସଂସ୍ଥା ପାଣି ନିଷ୍କାସିତ ନାଳ ଗୁଡିକ ପୋତି ପକାଇ ଥିବାରୁ ଏଭଳି ଅବସ୍ଥା ଦେଖାଦେଇ ଜନ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଆଜି ରବିବାର ଦିନ ପାତ୍ରବସା ଗ୍ରାମ ନିକଟସ୍ଥ ତିନି ଛକ ଠାରେ ଏକ ବାଇପାସ୍ ରାସ୍ତା ଶୋଚନୀୟ ହେବାରୁ ଯାତାୟାତ ହୋଇନପାରି ଅନେକ ଯାନବାହାନ ଅଟକି ରହିଛି, ଏଥିପାଇଁ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତି, ଏଭଳି ସମୟରେ ବିଭାଗୀୟ କର୍ମଚାରୀ ମାନଙ୍କ ଦେଖା ଦର୍ଶନ ମିଳିନାହିଁ, ସୂଚନା ଯେ ଏହି କାମ ଜନୈକ ଠିକାଦାର ନେଇଥିବା ବେଳେ ସେ କୁଆଡ଼େ ଅନ୍ୟଏକ ପେଟି ଠିକାଦାରଙ୍କୁ କାମ ବିକି ଥିଲେ, ଏବେ ସେ ପେଟି ଠିକାଦାର ମଧ୍ୟ ଅନ୍ୟ ଏକ ଠିକାଦାରଙ୍କୁ କାମ ଦେଇଥିବା କୁହାଯାଉଛି, ଅନ୍ୟପକ୍ଷେ ଆସନ୍ନ ବର୍ଷା ଋତୁକୁ ଦୃଷ୍ଟି ଦେଇ ବିଭାଗ ପଦକ୍ଷେପ ନେବା ବଦଳରେ ଠିକାଦାରଙ୍କୁ ସୁହାଇଲା ଭଳି ସ୍ଥାନ ମାନଙ୍କରେ କାମ ଯୋରଶୋରେ ସାରିଦେଇ ଅତ୍ୟନ୍ତ ଆବଶ୍ୟକ ସ୍ଥାନ ମାନଙ୍କରେ କାମ ଗୁଡିକ ପକାଇ ରଖିଛନ୍ତି, ଫଳରେ ଏଭଳି ସମସ୍ୟା ଉପୁଜି ଥିବା ଅଭିଯୋଗ ହୋଇଛି, ଏନେଇ ବିଭାଗୀୟ ଯନ୍ତ୍ରୀଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ନ ଥିବା ବେଳେ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଜନସାଧାରଣରେ ଦାବି ହେଉଛି ।
କଲମପୁରରୁ ସୁରେନ୍ଦ୍ର କୁମାର ନାଏକଙ୍କ ରିପୋର୍ଟ, ତର୍ଜମା ନ୍ୟୁଜ
Post a Comment