*ଡ଼ି.ଆର.ଏମଙ୍କୁ ସାକ୍ଷାତ କଳା କଳାହାଣ୍ଡି ରେଳଯାତ୍ରୀ ସଂଘ : ଭବାନୀପାଟଣା ରେଳଷ୍ଟେସନରେ ଦ୍ଵିତୀୟ ପ୍ଲାଟଫର୍ମ ଦାବୀ*
ଭବାନୀ ପାଟଣା:--------
(ତର୍ଜମା ବ୍ୟୁରୋ)
କଳାହାଣ୍ଡି ରେଳ ବିକାଶ ପାଇଁ କଳାହାଣ୍ଡି ରେଳଯାତ୍ରୀ ସଙ୍ଘ ର ଅଧ୍ୟକ୍ଷ ଡ଼ଃ ଭବାନୀଶଙ୍କର ନିଆଲ,ଉପ ସଭାପତି ବଣ୍ଟି ଅଗ୍ରୱାଲ, ରାକେଶ ସାହୁ ଏବଂ ସାଧାରଣ ସଂପାଦକ ପ୍ରଦୀପ କୁମାର ଦାସ ଆଜି ସମ୍ବଲପୁର ଡ଼ି.ଆର.ଏମ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ତୁଷାର କାନ୍ତ ପାଣ୍ଡେଙ୍କ ସହ ସାକ୍ଷାତ କରି କଳାହାଣ୍ଡି ତଥା ଭବାନୀପାଟଣା କେସିଙ୍ଗା ରେଳଷ୍ଟେସନର ବିଭିନ୍ନ ସମସ୍ୟା ଉପରେ ବିଶେଷ ଆଲୋଚନା କରିଥିଲେ । ତନମଧ୍ୟରୁ ରାୟଗଡା଼ ରୁ ବିଶାଖାପାଟଣା ଏବଂ ବିଶାଖାପାଟଣା ରୁ ରାୟଗଡା ପର୍ଯ୍ୟନ୍ତ କେସିଙ୍ଗା ଷ୍ଟେସନରେ ଉଭୟ ଏକ୍ସପ୍ରେସ ଏବଂ ପାସିଞ୍ଜର ଟ୍ରେନ୍ରରେ ଅନଲୋଡିଂ ସୁବିଧା,କେସିଙ୍ଗା ଠାରୁ ଭୁବନେଶ୍ୱରକୁ ସିଧାସଳଖ ଟ୍ରେନ୍, ସପ୍ତାହରେ ୩ ଦିନ କେସିଙ୍ଗା ପର୍ଯ୍ୟନ୍ତ ଇସ୍ପାଟ ଟ୍ରେନ୍ ସମ୍ପ୍ରସାରଣ,ବିଶାଖାପାଟଣା ରୁ ରାୟଗଡା଼ ପର୍ଯ୍ୟନ୍ତ ସମସ୍ତ ଡାଉନ୍ ଟ୍ରେନ୍ ୪ନଂ ପ୍ଲାଟଫର୍ମରେ ଦେବା,ଟ୍ରେନ୍ ଆସିବା ପୂର୍ବରୁ ଘୋଷଣା କରିବା ଜରୁରୀ,ରେଳ ଟିକେଟ୍ କୋଟା ଅନ୍ତର୍ଗତ କେସିଙ୍ଗା ଷ୍ଟେସନକୁ ମଧ୍ୟ ଅନ୍ତର୍ଭୁକ୍ତ କରିବା,ରାୟଗଡରୁ ଟିଟିଲାଗଡ଼ ପର୍ଯ୍ୟନ୍ତ ଏକ ଟ୍ରେନ୍ ଯାହା ପୁରୀ ଦୁର୍ଗ ଟ୍ରେନ୍ ଧରିବାରେ ସାହାଯ୍ୟ କରିବ,କେସିଙ୍ଗାକୁ ଇସ୍ପାଟ ଏକ୍ସପ୍ରେସର ବିସ୍ତାର,ନର୍ଲା, ରୁପ୍ରା ରୋଡ୍,ଲାଞ୍ଜିଗଡ ରୋଡ୍, ଜୁନାଗଡ,ଧର୍ମଗଡ଼,ରାମଚନ୍ଦ୍ରପୁର,ଦେପୁରର ର ବିଭିନ୍ନ ଦାବୀ,ନର୍ଲାରୋଡ଼ ଷ୍ଟେସନରେ ସମତା,ତିରୁପତି ଓ ଧାନବାଦ ଏକ୍ସପ୍ରେସ ଟ୍ରେନ ରହଣି, ଭବାନୀପାଟଣା ପାଖ କୁଟୁରୁଖମାର ନୂଆ ହସ୍ପିଟାଲ ପାଖରେ ଏକ ଅଣ୍ଡର ବ୍ରିଜ ନିର୍ମାଣ ଏବଂ ସବୁଠାରୁ ମହତ୍ୱପୂର୍ଣ୍ଣ କଥା ହେଲା ଯେ କଳାହାଣ୍ଡି ଭବାନୀପାଟଣା ରେଲୱେ ଷ୍ଟେସନରେ ଦ୍ଵିତୀୟ ନଂ ପ୍ଲାଟଫର୍ମ ନିର୍ମାଣ ଦାବୀ ପ୍ରମୁଖ ଉପରେ ବିଶେଷ ଚର୍ଚ୍ଚା ହୋଇଥିଲା। ଉକ୍ତ ବୈଠକରେ ଡ଼ି. ଆର. ଏମ ବ୍ୟତୀତ, ସିନିଅର କମରସିଆଲ ମେନେଜର, ଡିଭିଜନାଳ ରେଲୱେ ଇଞ୍ଜିନିଅର,ଏ.ଡ଼ି.ଆର.ଏମ ପ୍ରମୁଖ ଉପସ୍ଥିତ ଥିଲେ।
ଏଠାରେ ସୁଚନା ଯୋଗ୍ୟ ଯେ, ଗତ 2014 ମସିହା ସାଧାରଣ ନିର୍ବାଚନ ପୁର୍ବରୁ ପୁର୍ବତନ ସାଂସଦ ଓ ପୁର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଭକ୍ତ ଚରଣ ଦାସ ଙ୍କ ଅକ୍ଲାନ୍ତ ଉଦ୍ୟମଫଳରେ ଲାଞ୍ଜିଗଡ଼__ଜୁନାଗଡ ରେଲ ଚଳା ଚଳ ଆରମ୍ଭ ପରେ ଗତ ଦଶ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ ର କୌଣସି ଉନ୍ନତି ମୂଳକ କାର୍ଯ୍ୟ ହୋଇନାହିଁ। ଏପରିକି ଦୀର୍ଘ୍ ଦିନ ହେଲା କୁତ୍ରୁଖମାର ର ନୂଆଁ ସ୍ଵାସ୍ଥ୍ୟ କେନ୍ଦ୍ର ର ନୂତନ ଗୃହ ନିର୍ମାଣ ସରିଥିଲେ ମଧ୍ୟ ଏହାର ଉଦ୍ଦଘାଟନ ମଧ୍ୟ ହୋଇ ନାହିଁ ।କଳାହାଣ୍ଡି ଜିଲ୍ଳା କୁ କେନ୍ଦ୍ର ର ବିଜେପି ସରକାର ଏବଂ ରାଜ୍ୟ ବିଜେଡ଼ି ସରକାର ଲଗାତାର ଅବହେଳା କରୁଥିଲେ ମଧ୍ୟ ନିର୍ବାଚିତ ପ୍ରତିନିଧି ମାନେ ନିରବ ଦ୍ରଷ୍ଟା । କେବଳ ରାଜନୈତିକ ସ୍ବାର୍ଥ ହାସଲ ପାଇଁ ଜିଲ୍ଲା ର ବିଭିନ୍ନ ପ୍ରସଙ୍ଗ କୁ ନେଇ ସାଧାରଣ ଲୋକଙ୍କୁ ଭୁଆଁ ବୁଲେଇବା ଚାଲିଛି । ତେବେ ଆସନ୍ତା କାଲି ଭୋଟ ଗଣତି ପରେ କେନ୍ଦ୍ରର ଓ ରାଜ୍ୟ ରେ ନୂଆଁ ସରକାର ଗଠନ ହେଲେ ଯାଇ ଜିଲ୍ଲା ର ସମସ୍ୟା କୁ ନେଇ ନବ ନିର୍ବାଚିତ ପ୍ରତିନିଧି ଏବଂ ରାଜନେତା କେତେ ଦୂର ଦାବୀ ଉପସ୍ଥାପନ ଓ ତାର କାର୍ଯ୍ୟକାରିତା ଉପରେ ଗୁରୁତ୍ବ ପ୍ରଦାନ କରିବେ ଦେଖିବାକୁ ବାକି ରହିଲା ।
Post a Comment