ବଦଳିଲା ଦେଢ଼ଶହ ବର୍ଷ ଇଂରେଜ ଅମଳର ଭାରତୀୟ ଦଣ୍ଡ ସଂହିତା(ଆଇପିସି) ଆଇନ !!!ସାମ୍ବାଦିକଙ୍କ ସମ୍ମୁଖରେ ବିସ୍ତୃତ ବିବରଣୀ ଦେଲେ !!
ଭବାନୀ ପାଟଣା:---
(ତର୍ଜମା ବ୍ୟୁରୋ )
ଗତକାଲି ମଧ୍ୟ ରାତ୍ରରୁ ଆଇନ ବ୍ୟବସ୍ଥାରେ ବଡ଼ଧରଣର ପରିବର୍ତ୍ତନ ହୋଇଛି, ଆଜି ଠାରୁ ଉକ୍ତ ଆଇନ ବଳବତ୍ତର ରହିବ, ଏନେଇ କଳାହାଣ୍ଡି ଏସ ପି ଙ୍କ କାର୍ଯ୍ୟାଳୟ ରେ ଆଜି ସାମ୍ବାଦିକଙ୍କ ସମ୍ମୁଖରେ ବିଶଦ ବିବରଣୀ ପ୍ରଦାନ କରିଛନ୍ତି, ଏସ ପି ଜି ଅଭିଳାଷ ଜି, ଆଇ ପି ଏସ । ସୂଚନା ଅନୁସାରେ ସାରା ଦେଶରେ ତିନୋଟି ଅପରାଧିକ ଆଇନ ଆଜି ସୋମବାର ଠାରୁ କାର୍ଯ୍ୟକାରୀ ହେବ ।ଏହା ଦେଢ଼ଶହ ବର୍ଷ ବ୍ରିଟିଶ ଅମଳର ଆଇନର ଅନ୍ତ ଘଟାଇବା ସହିତ ଭାରତର ଅପରାଧିକ ନ୍ୟାୟ ବ୍ୟବସ୍ଥାରେ ବଡ ପରିବର୍ତ୍ତନ ଆଣିବାରେ ସହାୟକ ହେବ ବୋଲି ଲକ୍ଷ ରଖାଯାଇଛି, ଏଥିରେ ଭାରତୀୟ ଦଣ୍ଡ ସଂହିତା (ଆଇପିସି) , ଫୌଜଦାରୀ ଅପରାଧ ସଂହିତା (ସିଆରପିସି) ଏବଂ ଭାରତୀୟ ସାକ୍ଷ୍ୟ ଆଇନ ସ୍ଥାନରେ ଯଥାକ୍ରମେ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ସୁରକ୍ଷା ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନୀୟମ କାର୍ଯ୍ୟକାରୀ କରାଯାଇଛି । ସେହି ପରି କଲମପୁର ଥାନା ଅଧିକାରୀ ପ୍ରଦିପ୍ତ କୁମାର କାନୁନଗୋ ଏକ ସାମ୍ବାଦିକ ସମ୍ମିଳନୀ ରେ ଏହି ଆଇନ୍ ସମ୍ପର୍କରେ ବିଷଦ ଭାବେ ସୁଚନା ପ୍ରଦାନ କରିଛନ୍ତି । ଏଠାରେ ସୁଚନା ଯୋଗ୍ୟ ଯେ, ଏହି ଆଇନ୍ ସମ୍ପର୍କରେ ବ୍ୟାପକ ପ୍ରଚାର ପାଇଁ ପୋଲିସ ବିଭାଗ ଦ୍ବାରା ସାମ୍ବାଦିକ ସମ୍ମିଳନୀ ଜରିଆରେ ସୁଚନା ପ୍ରଦାନ କରାଯାଉଛି ।
ତର୍ଜମା ବ୍ୟୁରୋ ନ୍ୟୁଜ,
Post a Comment