//BREAKING//
Loading...

କଲମପୁରରେ ନକଳି ସାର ବିହନ କାରବାର ନେଇ ଚିନ୍ତାରେ ଚାଷୀ__ବିଭାଗ ନିଦାବିଷ୍ଣୁ

 କଲମପୁରରେ ନକଳି ସାର ବିହନ କାରବାର ନେଇ ଚିନ୍ତାରେ ଚାଷୀ__ବିଭାଗ ନିଦାବିଷ୍ଣୁ


!!

କଲମପୁର -୧/୭(ତର୍ଜମା ନ୍ୟୁଜ) ଚାଷକାର୍ଯ୍ୟ ପାଇଁ ଚାଷୀ ତରତର ହେଉଥିବା ବେଳେ ନକଳି ସାର ବିହନ କାରବାରଙ୍କୁ ନେଇ ଚାଷୀ ଚିନ୍ତାରେ ପଡିଯାଇଛନ୍ତି, ବିଳମ୍ବିତ ମୌସୁମୀ ଫଳରେ ଚାଷକାର୍ଯ୍ୟ ଆଗେଇ ପାରି ନ ଥିବା ବେଳେ ଏଭଳି ତବରିଆ ସମୟରେ ନକଳି ସାର ବିହନ କାରବାର ଘଟଣା ମୁଣ୍ଡବିନ୍ଧାର କାରଣ ପାଲଟିଛି, ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଏହି ଘଟଣା ସାମ୍ନାକୁ ଆସୁଥିବା ବେଳେ ଏବେ କଲମପୁର ଅଞ୍ଚଳରେ ମଧ୍ୟ ଏହାକୁ ନେଇ ଅଭିଯୋଗ ହେବାରେ ଲାଗିଛି, ଗୋଲାମୁଣ୍ଡା ଅଞ୍ଚଳରେ କିଷାନ ସାର ନାମରେ ପ୍ରାୟ ୪୮୦ ବସ୍ତା ସାର ଓ ପ୍ରାୟ ୮୦ ଲିଟର କୀଟନାଶକ ଧରାପଡି ଏହି ବେନିୟମ ଅନୁପ୍ରବେଶ କାରବାରର ସୁରାଗ ମିଲିଥିବା ବେଳେ ଏହି ବ୍ଲକ ଅନ୍ତର୍ଗତ ବିଜମରା ଠାରେ ଏକ ଟ୍ରକ ସାର ଧରାପଡ଼ି ବିଭାଗକୁ ସଜାଗ ରହିବା ପାଇଁ ସଙ୍କେତ ଦେଇଥିଲା, ହେଲେ ବିଭାଗୀୟ କର୍ମଚାରୀ ମାନେ ଏସବୁକୁ ହାଲୁକା ଭାବେ ନେଇ କଡାକଡି ଯାଞ୍ଚ କରୁନଥିବାରୁ ଏ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି, କଲମପୁର ଅଞ୍ଚଳରେ ୩୬ ଟି ଲାଇସେନ୍ସ ପ୍ରାପ୍ତ ରାସାୟନିକ ସାର ଓ କିଟନାଶକ ଔଷଧ ଦୋକାନ ରହିଥିବା ବେଳେ ଅଣ ଲାଇସେନ୍ସ ପ୍ରାପ୍ତ ଦୋକାନ ଗୁଡିକ ଏହାଠୁ ଅଧିକା ଥିବା ଚାଷୀ ମହଳରେ ଅଭିଯୋଗ ହେଉଛି, ସେମାନେ ଅନଭିଜ୍ଞ ଓ ଲାଭଖୋର ଶ୍ରେଣୀର ହୋଇଥିବା ବେଳେ ବିଭାଗର ଯାଞ୍ଚ ପ୍ରକ୍ରିୟା ଆଶାନୁରୂପ ହୋଇ ପାରୁନାହିଁ, ଏପରି ସ୍ଥଳେ ଖୋଳା ଧାନ ବିହନ କେଜିରେ ବିକ୍ରୟ ହେଉଛି,ଏଧାନ ପ୍ରକୃତରେ ବିହନ ଯୋଗ୍ୟ କି ନୁହଁ ,ଏହାର ଧାର୍ଯ୍ୟ ମୂଲ୍ୟ କେତେ ଏ ନେଇ କାହାରି ପାଖରୁ ଉତ୍ତର ମିଳୁନାହିଁ, ସେହିଭଳି ଗାଁ ଗାଁରେ ଗୋଦାମ ଖୋଲି ସାର ବିହନ କାରବାର ଚାଲୁଥିବା ବେଳେ ଏ ସାର ବିହନ କିଏ ଯୋଗାଉଛି,ଏହା ନକଳି ନା ଅସଳି ସେ ନେଇ ମଧ୍ୟ କାହାରି ପାଖରେ ଉତ୍ତର ନାହିଁ,ବିଗତ ଦିନରେ ତତ୍କାଳୀନ କୃଷି ଅଧିକାରିଣୀ ସୂଜାତା ଛତ୍ରିଆ ଓ ତହସିଲଦାର କରିଷ୍ମା ବେଶ୍ରା ଏଭଳି ଅଭିଯୋଗ ହେବାରୁ ବିଭିନ୍ନ ଦୋକାନ ଉପରେ ମିଲିତ ଚଡାଉ କରିଥିଲେ, ଏଥିରେ ସାହୁ ଟ୍ରେଡର୍ସ, କଲମପୁର,(ବେଲପଡା)ଜୈନ ଏଗ୍ରୋସେଲ,ପାତ୍ରବସା ଓ ରାମାନୁଜ ଏଗ୍ରୋସେଲ ବାବୁକେନ୍ଦୁଗୁଡା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ବେଳେ ୧୦ ଟି ଦୋକାନ ଉପରେ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ, ସେଥିରେ  ୭ ଦିନ ମଧ୍ୟରେ ଜବାବ ନ ରଖିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉଲ୍ଲେଖ ରହିଥିଲା, ଫଳରେ ଅସାଧୁ ବ୍ୟବସାୟୀ ମହଳରେ କୋକୁଆ ଭୟ ସୃଷ୍ଟି ହୋଇଥିଲା, ତହସିଲଦାର ଓ କୃଷି ଅଧିକାରିଣୀଙ୍କ ବଦଳି ପରେ ସେହି କାର୍ଯ୍ୟାନୁଷ୍ଠାନ ନାଲିଫିତା ତଳେ ଚାପିହୋଇ ରହିଥିବା ବେଳେ ସେବେଠାରୁ ସେଭଳି ଯାଞ୍ଚ ହେଉଥିବା ଦେଖିବାକୁ ମିଳୁନାହିଁ, କଲମପୁର ଅଞ୍ଚଳରେ ପ୍ରାୟ ୯ ଶହ ହେକ୍ଟର ଜମିରେ ଧାନଚାଷ କରାଯାଉଛି, ସେଥିପାଇଁ ପ୍ରାୟ ୩୬୫ ମେଟ୍ରିକ୍ ଟନ ସାରର ଆବଶ୍ୟକତା ରହି ଥିବା ବେଳେ ଠିକ ସମୟରେ ଠିକ ପରିମାଣରେ କେବେବି ସାର ଯୋଗାଇ ଦିଆଯାଉଥିବା ନଜିର ନାହିଁ, ଫଳରେ ଅର୍ଦ୍ଧାଧିକ ଚାଷୀ ଏଣୁତେଣୁ ସାର ଓ ବିହନ ସଂଗ୍ରହ କରି ଚାଷ କରିଥାନ୍ତି,  ଏହାର ସୁଯୋଗ ନେଇ କଳା ବେପାରୀ ମାନେ ନକଳି କାରବାରର ସୁଯୋଗ ପାଇଥାନ୍ତି, ଏନେଇ କଲମପୁର କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ସହକାରୀ ଅଧିକାରୀ ଅଜୟ କୁମାର ବେମାଲଙ୍କୁ ପଚାରିବାରୁ ସେ ଆମ ପାଖରେ ସେଭଳି ଅଭିଯୋଗ ଆସିନାହିଁ, ଯଦି ଆମ ପାଖରେ ଅଭିଯୋଗ ହୁଏ ତେବେ ଆମେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି କହିଥିଲେ,ବିହନ ଅଙ୍କୁରୋଧ୍ଗମ ନ ହେବ  ଓ ସାର କାମ ନ ଦେବ ତେବେ ଯାଇ ଅଭିଯୋଗ ହେବ, ସେତେବେଳକୁ ନେଡ଼ିଗୁଡ଼ କହୁଣିକୁ ବୋହିସାରି ଥିବା ପର୍ଯ୍ୟନ୍ତ ଅପେକ୍ଷା ନ କରି ଜିଲ୍ଲା ଉଚ୍ଚ କର୍ତ୍ତୃପକ୍ଷ ବେଳ ଥାଉ ଥାଉ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ଚାଷୀଙ୍କ ମହଳରେ ଦାବି ହେଉଛି,

କଲମପୁରରୁ ସୁରେନ୍ଦ୍ର କୁମାର ନାଏକଙ୍କ ରିପୋର୍ଟ, ତର୍ଜମା ନ୍ୟୁଜ !!

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe