ତର୍ଜମା ନ୍ୟୁଜ ବ୍ୟୁରୋ:-ଲାଞ୍ଜିଗଡ ଦୁର୍ଗମ ଅଞ୍ଚଳ ମାନଙ୍କରେ ଦିନକୁ ଦିନ ଜଙ୍ଗଲୀ ହାତୀ ଙ୍କ ଉପଦ୍ରଵ ବୃଦ୍ଧି ପାଉଥିବା ବେଲେ ଆଜି ମଧ୍ୟ ରାତ୍ରିରେ ତ୍ରିଲୋଚନପୁର ପଞ୍ଚାୟତ ଗଉଡ଼ ଥୁଆଗୁଡା ଗାଁ କୁ ପଶିଥିଲେ ଜଙ୍ଗଲୀ ହାତୀ, ଗାଁରେ ଥିବା ଚାଷ କୁ କ୍ଷ୍ୟତି କରିବା ସହ ଗାଁରେ ଥିବା ଅଙ୍ଗନବାଡି କେନ୍ଦ୍ର କୁ ଭାଙ୍ଗି କେନ୍ଦ୍ର ଭିତରେ ଥିବା ଚାଉଳ, ଡାଲି ଖାଇବା ସହ ବିଭିନ୍ନ ପ୍ରକାର ସାମଗ୍ରୀ କୁ ନଷ୍ଟ କରିଛନ୍ତି. ପ୍ରତିଦିନ ଏହି ହାତୀ ପଲ ସନ୍ଧ୍ୟା ହେଲେ ଜଙ୍ଗଲ ରେ ନ ରହି ଗାଁ ମୁହାଁ ହେଉଛନ୍ତି. ହାତୀ କୁ ନେଇ ଦୁର୍ଗମ ଅଞ୍ଚଳ ବସି ଭୟଭୀତ ଅବସ୍ଥାରେ ରହିଛନ୍ତି. ହାତୀର ଗତିପଥ କୁ ଲକ୍ଷ ରଖିବା ପାଇଁ ବନବିଭାଗ ପକ୍ଷରୁ ଏଲିଫେଣ୍ଟ ସ୍କ୍ୱାର୍ଡ ଗଠନ କରାଯାଇଛି. ଏହି ସ୍କ୍ୱାର୍ଡ ହାତୀର ଗତି ପଥ କୁ ଦୃଷ୍ଟି ରଖି ଗାଁ ଲୋକଙ୍କୁ ଆଗୁଆ ସୂଚନା ଦେଇ ସଚେତନ କରିବା କଥା ହେଲେ ଏହିସବୁ କାର୍ଯ୍ୟକ୍ରମ କେବଳ କାଗଜ ପାତ୍ରରେ ଚାଲିଥିବା ଅଭିଯୋଗ ହେଉଛି. ଏହି ଘଟଣା ଘଟିବା ପରେ ବନବିଭାଗ ପକ୍ଷରୁ ତଦନ୍ତ ଚାଲିଥିବା କୁହାଯାଇଛି |
ଅଙ୍ଗନବାଡି କେନ୍ଦ୍ର କୁ ଭାଙ୍ଗିଲେ ଜଙ୍ଗଲୀ ହାତୀପଲ
By: Tarzama News
0
Post a Comment