ବିଜେଡ଼ି ସରକାରଙ୍କ ଧଳା ହସ୍ତୀ, ସରକାରୀ ରାସ୍ତା ଉପରେ ଆଳିଶାନ ହୋଟେଲ !!
କଳାହାଣ୍ଡି ( ତର୍ଜମା ବ୍ୟୁରୋ ନ୍ୟୁଜ ) ତା ୦୨.୦୭.୨୦୨୪ କଳାହାଣ୍ଡି ଜିଲ୍ଲାରେ ବିଗତ ବିଜେଡ଼ି ସରକାରଙ୍କ ଅମଳରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇ ଆସୁଛି । ବାଲି ପଥର ଖଣି ଖାଦାନ ହରିଲୁଟ ସାଙ୍ଗକୁ ଖାଉଟି ସାମଗ୍ରୀ ର ଚୋରା କାରବାର ଇତ୍ୟାଦି ବହୁମାତ୍ରାରେ ହୋଇଥିବା ଅଭିଯୋଗ ହେଉଥିଲେ ହେଁ ସେସବୁ କେବଳ ନାଲିଫିତା ତଳେ ଚାପି ହୋଇଯାଉଥିବା ଅଭିଯୋଗ ହେଉଛି । ସରକାରୀ ଜମି ହେରାଫେରି, ସରକାରୀ ଅଫିସ ରେ ଦଳୀୟ କର୍ମୀ ଙ୍କ କବଜା ଇତ୍ୟାଦି ବହୁ ଅଭିଯୋଗ ହୋଉଥିଲେ ହେଁ ସେସବୁ ଅଭିଯୋଗ ପ୍ରତି ପ୍ରଶାସନ ର କୌଣସି ନିଘା ନ ଥିବା ଜଣାପଡିଛି । ବିଗତ ବିଜେଡ଼ି ସରକାର ଙ୍କ ଅମଳରେ କଳାହାଣ୍ଡି ର ମୁଖ୍ୟ ବାଣିଜ୍ୟିକ କେନ୍ଦ୍ରସ୍ଥଳ ଜୁନାଗଡ ସହର ରେ ଜାତୀୟ ରାଜପଥ ପାର୍ଶ୍ବରେ ବ୍ୟାପକ ଭାବେ ସରକାରୀ ଜମି ଜବର ଦଖଲ ହୋଇଥିବା ଅଭିଯୋଗ ହେଉଛି ।
ଜୁନାଗଡ ସହର ର ଜାତୀୟ ରାଜପଥ-୨୬ ରୁ ରେଲୱେ ଷ୍ଟେସନ ତଥା ତହସିଲ ଅଫିସ କୁ ଯିବା ପାଇଁ ଜନୈକ ଦଳିତ ବ୍ୟକ୍ତିଙ୍କ ନାମରେ ଥିବା ଜମି ଉପରେ ରାସ୍ତା ରହିଛି । ସେହିପରି ଜାତୀୟ ରାଜପଥ-୨୬ ରୁ ସାପ୍ତାହିକ ବଜାର ପଡିଆ କୁ ଯିବା ପାଇଁ ସିଧା ସଳଖ ଭାବେ ପ୍ଳଟ ନମ୍ବର ୧୦୦୯ ଉପରେ ଷ୍ଟାଡିୟମ ଓ ହିଞ୍ଜିଳୀବାହାଲି ପଡ଼ା ତଥା ବଜାର ପଡିଆକୁ ସଂଯୋଗ କରିବା ପାଇଁ ସରକାରୀ ରାସ୍ତା ରହିଛି । ଏହି ସରକାରୀ ରାସ୍ତା କୁ ଜବର ଦଖଲ କରି ତତ୍କାଳୀନ ଶାସକ ବିଜେଡ଼ି ଦଳର ଧଳା ହସ୍ତୀ ତଥା ସ୍ଥାନୀୟ ବିଧାୟକ ଏବଂ ବିଜେଡ଼ି ଜିଲ୍ଲା ପର୍ଯ୍ୟବେକ୍ଷକ ଙ୍କ ପାଖ ଲୋକ ବୋଲି ପରିଚୟ ଦେଉଥିବା ସହରର ଜଣାଶୁଣା ଭାଙ୍ଗ ବ୍ୟବସାୟୀ ସନ୍ତୋଷ କୁମାର ସାହୁ ସେହି ସରକାରୀ ରାସ୍ତା ଉପରେ ଆଳୀଶାନ ଓରିଅନ ହୋଟେଲ ନିର୍ମାଣ କରିଦେଇଥିବା ଅଭିଯୋଗ ହେଉଛି । ଏହି ହୋଟେଲ ରେ ବିଜେଡ଼ି ର ସ୍ଥାନୀୟ ବିଧାୟକ ପ୍ରାୟତଃ ଦଳୀୟ କାର୍ଯ୍ୟକ୍ରମ କରୁଥିବା ବେଳେ ଏହି ହୋଟେଲ ସହ ଘନିଷ୍ଠ ସମ୍ପର୍କ ଥିବା ସାଧାରଣରେ ଚର୍ଚ୍ଚା ହୋଇଥାଏ ।
ସୂଚନାଯୋଗ୍ୟ ଯେ, ଗତ ୨୦୧୭ ମସିହାରେ ଉଭୟ ରାସ୍ତା ର କୋଣରେ ଥିବା ପ୍ଳଟ ନମ୍ବର ୯୯୭ ର ୨୭ ଡିସମିଲ ଜମିକୁ କିଣିବା ସହିତ ଦାଖଲ ଖାରଜ କରି ନିଜ ନାମକୁ ନେବା ପରେ ଉଭୟ ପାର୍ଶ୍ବରେ ଥିବା ରାସ୍ତା କୁ ତତ୍କାଳୀନ ବିଜେଡ଼ି ସରକାରଙ୍କ ପ୍ରଚ୍ଛନ୍ନ ଆଶିର୍ବାଦ ରେ ସମ୍ପୃକ୍ତ ଭାଙ୍ଗ ବ୍ୟବସାୟୀ ଜବର ଦଖଲ କରିବାର ଯୋଜନା କରି ତଦନୁସାରେ ହିଁ ବିଲଡିଙ୍ଗ ନିର୍ମାଣ କରିଥିବା ଜଣାପଡିଛି । ହୋଟେଲ ନିର୍ମାଣ ହେଲେ ଗାଡି ପାର୍କିଂ ଓ ଅନ୍ୟାନ୍ୟ ବ୍ୟବସ୍ଥା ପାଇଁ ବାଉଣ୍ଡରୀ ୱାଲ ର ଆବଶ୍ୟକତା ପଡୁଥିବା ବେଳେ କିନ୍ତୁ ପଶ୍ଚିମ ପାର୍ଶ୍ବରେ ତହସିଲ ଓ ରେଲୱେ ରାସ୍ତା କୁ ମଧ୍ୟ ଜବର ଦଖଲ କରାଯାଇ ଗାଡି ପାର୍କିଂ କରୁଥିବା ହେତୁ ସେହି ରାସ୍ତା ରେ ଯାଉଥିବା ଚାଊଲ ବୋଝେଇ ହେଭି ଟ୍ରକ, ସ୍କୁଲ କଲେଜ ଯାଉଥିବା ଛାତ୍ର ଛାତ୍ରୀ, ଅଫିସ ତଥା ସେହି ରାସ୍ତା ଉପରେ ଭରସା କରୁଥିବା ପ୍ରାୟ ସାତ ଖଣ୍ଡ ଗ୍ରାମ ପଂଚାୟତ ର ଲୋକେ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବା ର ଅଭିଯୋଗ ହେଉଛି । ସାମନା ପଟେ ଥିବା ପ୍ଳଟ ନମ୍ବର ୧୦୦୯ ରେ ଥିବା ସରକାରୀ ରାସ୍ତା କୁ ଜବର ଦଖଲ କରିଥିବା ହେତୁ ବଜାର କୁ ଏବଂ ହିଞ୍ଜିଳୀବାହାଲି ପଦାକୁ ଯିବାକୁ ସିଧା ସଳଖ ରାସ୍ତା ଅବରୋଧ ହୋଇ ଯାଇଛି ।
ଏସମ୍ପର୍କରେ ଜୁନାଗଡ ତହସିଲଦାର ସର ଜାମିନ ତଦନ୍ତ କରି ମୋଟ ୪୬ ଡ଼ିସମିଳ ଜମି ଉପରେ ଓରିଅନ ହୋଟେଲ ନିର୍ମାଣ କରିଥିବା ବେଳେ ସନ୍ତୋଷ କୁମାର ସାହୁ ଙ୍କ ନାମରେ ପ୍ଳଟ ନମ୍ବର ୯୯୭ ରେ ମାତ୍ର ୨୭ ଡ଼ିଶମିଳ ଜମି ଥିବା ବେଳେ ଜନୈକ ଦଳିତ ବ୍ୟକ୍ତିଙ୍କ ୧୪ ଡ଼ିସମିଳ ଜମି ଓ ସରକାରୀ ରାସ୍ତା ପ୍ଳଟ ନମ୍ବର ୧୦୦୯ ର ୫ ଡ଼ିଶମିଳ ଜମି କୁ ଜବର ଦଖଲ କରିଥିବା ବିଷୟ ଉଚ୍ଚ କର୍ତ୍ତୃପକ୍ଷ ଙ୍କୁ ଜଣାଇଦେଇଥିବା ପ୍ରକାଶ । ସାଧାରଣ ଲୋକଙ୍କୁ ହଇରାଣ କରୁଥିବା ବିଜେଡ଼ି ସରକାର ଙ୍କ ଏଭଳି ଧଳା ହସ୍ତୀ ମାନେ ଜାତୀୟରଜପଥ ପାର୍ଶ୍ବରେ ସରକାରୀ ରାସ୍ତା ଉପରେ ଆଳୀଶାନ ହୋଟେଲ ନିର୍ମାଣ କରିଥିବା ହେତୁ ଏସମ୍ପର୍କରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସରକାରୀ ରାସ୍ତା କୁ ଜବର ଦଖଲ ରୁ ମୁକ୍ତ କରିବାକୁ ବୁଦ୍ଧିଜୀବୀ ମହଲରେ ଦବୀ ହେଉଛି ।
ଏଠାରେ ସୁଚନା ଯୋଗ୍ୟ ଯେ, ସ୍ଵାଧୀନତା ପୁର୍ବରୁ କଳାହାଣ୍ଡି ରାଜ୍ୟ ର ପୁରାତନ ରାଜଧାନୀ 1005 ମସିହାରେ ନାଗ ବଂଶୀ ରାଜା ଙ୍କ ଦ୍ଵାରା 845 ବର୍ଷ ପର୍ଯ୍ୟନ୍ତ ରାଜଧାନୀ ଭାବେ ରହିଥିଲା । ସଂପ୍ରତି ଏହି ଜବର ଦଖଲ ରାସ୍ତା ଜୁନାଗଡ ଠାରୁ 7 ଟି ପଞ୍ଚାୟତ କୁ ଯାତାୟାତ ପାଇଁ ବ୍ୟବହାର କରାଯାଉଥିଲା । ତେବେ ଭୂମି ମାଫିଆ ଙ୍କ ଦୌରତ୍ମ୍ୟ ଏତେ ପ୍ରବଳ ଭାବେ କାୟା ବିସ୍ତାର କରିଛି ଯେ , ଜୁନାଗଡ ଭଳି ଦେଶର ଅନ୍ୟତମ ସର୍ଵ ପୁରାତନ ମନ୍ଦିର ମାଳିନୀ ସହର ଜମି ମାଫିଆ ଙ୍କ ଭୂସ୍ବର୍ଗ ଭାବେ ପରିଣତ ହୋଇଛି ।
ବି:ଦ୍ର:---( ପରବର୍ତ୍ତୀ ସମୟରେ ଜୁନାଗଡ ସହରର କେତେ ସରକାରୀ ଜମି ଜମି ମାଫିଆ ଓ ଜବର ଦଖଲ କାରି ଙ୍କ କବଜା ରେ ରହିଛି ବିସ୍ତୃତ ବିବରଣୀ ପ୍ରକାଶ ପାଇବ ।
Post a Comment