//BREAKING//
Loading...

ଭାଲୁ ଆକ୍ରମଣରେ ଯୁବକ ଗୁରୁତର ଆହତ

 


କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ  ଆମପାଣି ଫରେଷ୍ଟ ସେକ୍ସନ ରେ ଥିବା ସର୍ଗୀଗୁଡା ଠାରେ ଆଜି ସକାଳୁ ଭାଲୁ କାମୁଡା ରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଖବର ମିଳିଛି  ପରିବାର ଲୋକେ ଗୁରୁତର ଆହତ ଙ୍କୁ ଆମ୍ବୁଲାନ୍ସ ଯୋଗେ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ଆଣିଛନ୍ତି |


ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳୁ ନିଜ ଚାଷ ଜମିକୁ ଯାଇ ଥିବା ବେଳେ ହଟାତ ଭାଲୁ ଆସି ଆକ୍ରମଣର ଶିକାର ହୋଇଛନ୍ତି ||ଯୁବକଜଣକ ହେଲେ ବଡପୋଡ଼ାଗୁଡା ପଞ୍ଚାୟତର ସର୍ଗୀ ଗୁଡା ଗ୍ରାମ ର ଡମ୍ବୁରୁଧର ମାଝୀ ବୋଲି ଜଣା ପଡିଛି |ଡମ୍ବୁରୁ ଙ୍କୁ ହାତ ଓ ଗୋଡ଼ ରେ କାମୁଡି ଥିବା ବେଳେ ଅଧିକ ରକ୍ତସ୍ରାବ ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସ ଯୋଗେ ଗୁରୁତର ଅବସ୍ଥାରେ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣି ଥିଲେ |ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ହେବାପରେ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରା ଯାଇଛି |ଖବର ପାଇ ମେଡିକାଲ ରେ ଆମପାଣି ବନ ବିଭାଗ କର୍ମଚାରୀ ପହଂଚିଛନ୍ତି |ଡମ୍ବରୁ ମାଝି ପରିବାର ର ଏକ ମାତ୍ର ରୋଜ ଗାରିଆ ହୋଇ ଥିବାରୁ ଏବେ ଚିନ୍ତା ରେ ପୁରା ପରିବାର |ସରକାରୀ ସହାୟତା ପ୍ରଦାନ କରିବା ପାଇଁ ପରିବାର ଦାବି କରିଛନ୍ତି |


Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe