//BREAKING//
Loading...

ଇଷ୍ଟ ଇଣ୍ଡିଆ କମ୍ପାନୀ ର ଦ୍ଵିତୀୟ ସଂସ୍କରଣ କବଳ ରେ ଗଣତନ୍ତ୍ର !!!

 ଇଷ୍ଟ ଇଣ୍ଡିଆ କମ୍ପାନୀ ର  ଦ୍ଵିତୀୟ ସଂସ୍କରଣ କବଳ ରେ   ଗଣତନ୍ତ୍ର !!!


------------------------------------        ବେଳେ ବେଳେ ବିଶ୍ବ ଇତିହାସ ରେ ଅନେକ ଥର ଅନେକ ଗୁଡ଼ିଏ ଘଟଣା ର ପୁନରାବୃତ୍ତି ଘଟିଥିବା ଜଣାଯାଏ। ରୋମ ଜଳୁ ଥିବା ବେଳେ ଶାସକ ନୁରୋ ଅଚିନ୍ତା ରେ ବଂଶୀ ବାଦନ କରୁଥିଲେ। ଠିକ୍ ସେହି ଘଟଣା ର ପୁନରାବୃତ୍ତି ଘଟିବାର ବିରଳ ସମ୍ଭାବନା ସୃଷ୍ଟି ହେବାର ଲାଗିଛି। ଆଜି ଦେଶ ରେ ଅଘୋଷିତ ଏକଛାତ୍ର ଶାସନ, ଅଦୂର୍ ଦୃଷ୍ଟି ଯୋଜନା ପ୍ରଣୟନ ଯୋଗୁଁ ପ୍ରତ୍ୟେକ ଦେଶ ବାସୀ ହନ୍ତ ସନ୍ତ ହେବାରେ ଲାଗିଥିବା ଅନୁଭବ ହେଉଛି । ଏକ  ରାଷ୍ଟ୍ର, ଏକ ଶିକ୍ଷା ପଦ୍ଧତି, ଏକ ରାଷ୍ଟ୍ର ଏକ ସ୍ଵାସ୍ଥ୍ୟ ସେବା, ସମସ୍ତ ବେକାର ଙ୍କୁ କର୍ମ ନିଯୁକ୍ତି, କୁ  ଗୁରୁତ୍ଵ ଦେଇ ନୂତନ ଓ ବିକଶିତ ରାଷ୍ଟ୍ରର ପରିକଳ୍ପନା ର ଆବଶ୍ୟକତା ରହିଛି । ଦେଶର ପ୍ରତ୍ୟେକ ନାଗରିକ ଙ୍କ ଉପରେ ଆଜି ଏକ ଲକ୍ଷ ଛୟାଲିସ ହଜାର ଟଙ୍କା ରୁ ଅଧିକ ଋଣ ବୋଝ ଆସି ଯାଇଛି । ଅନିୟନ୍ତ୍ରିତ ଦରଦାମ ବୃଦ୍ଧି, ପୁର୍ବଜ ଙ୍କ ଧରୋହର କୁ ପ୍ରାଇଭେଟ୍ କମ୍ପାନୀକୁ ବିକ୍ରୀ, ଉତ୍କଟ ବେକାରୀ ସମସ୍ୟା, ସହ ପ୍ରତ୍ୟେକ ମୂହୁର୍ତ୍ତ ରେ ସାଧାରଣ ଲୋକ  ଟ୍ୟାକ୍ସ ଜରିଆରେ ସରକାରୀ ଲୁଟ୍ ର ଶୀକାର ହୋଇ ସାରିଛନ୍ତି । ଆଜି ସେ ଧନୀ ହୁଅନ୍ତୁ ବା ମଧ୍ୟବିତ୍ତ ଅବା ନିମ୍ନ ମଧ୍ୟବିତ୍ତ ପରିବାର ସମସ୍ତେ ଆଜି ମାନସିକ, ଆର୍ଥିକ, ଓ ନିଜ ମୌଳିକ ଅଧିକାର ରୁ ବଞ୍ଚିତ ପ୍ରାୟ । ଉତ୍କଟ ବେରୋଜଗାରୀ ସମସ୍ୟା ଏତେ ପ୍ରବଳ ଯେ, ଶିକ୍ଷିତ ଯୁବ ବର୍ଗ  ଙ୍କ ଭବିଷ୍ୟତ ଅନ୍ଧକାର ମୟ । ଦେଶ ତଥା ବିଶ୍ବର ବିଖ୍ୟାତ ଅର୍ଥନୈତିକ  ବିଶେଷଜ୍ଞ ମାନଙ୍କ ମତାମତ କୁ ଗ୍ରହଣ କରିବା ପରିବର୍ତ୍ତେ ଭୋଟ ଯୋଗାଡ କରିବା ପାଇଁ ବିଭିନ୍ନ ପ୍ରକାର ମାଗଣା ଯୋଜନା ଆରମ୍ଭ କରି ସାଧାରଣ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାର ଙ୍କୁ ପ୍ରଲୋଭିତ କରି ଦେଶ ର ଭବିଷ୍ୟତ ବଂଶଧର ମାନଙ୍କ ଭବିଷ୍ୟତ କୁ ଅନ୍ଧକାର ମଧ୍ଯ କୁ ଠେଲି ଦିଆ ଯାଇଛି । ଯୁବ ବର୍ଗ ଙ୍କ ପ୍ରତିଭା କୁ ବିନିଯୋଗ କରିବା ପାଇଁ ଯୋଜନା ପରିବର୍ତ୍ତେ ସରକାର ଙ୍କ ମାଗଣା ଯୋଜନା ର ପ୍ରଚାର ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ବିଶ୍ବ ଇତିହାସ ରେ ଲୋକଙ୍କ ପାଇଁ ଏପରି ମାଗଣା ଯୋଜନା କରି ଅନେକ ଦେଶ ର ନାଗରିକ ଓ ସେମାନଙ୍କ ଉତ୍ତର ପିଢ଼ି , ନାହିଁ ନ ଥିବା ଦୁର୍ଦ୍ଦଶା ର ସମ୍ମୁଖୀନ ହେଉଥିବା ନଜର କୁ ଆସିଛି । ଦେଶ କୁ ସମସ୍ତ କ୍ଷେତ୍ର ରେ ସ୍ୱାବଲମ୍ବୀ କରିବା ବଦଳ ରେ ଆଜି ଦେଶ କିଛି ପ୍ରାଇଭେଟ୍ କମ୍ପାନୀ ମାନଙ୍କ ନିୟନ୍ତ୍ରଣ କୁ ଚାଲି ଯାଇଥିବା ଅନୁଭବ ହେଉଛି । ବ୍ୟାଙ୍କ ଜରିଆରେ ଲକ୍ଷ ଲକ୍ଷ କୋଟି ଋଣ ଆଣି ବିଦେଶ ଚାଲିଯିବା ଘଟଣା ସହ ଆନ୍ତର୍ଜାତିକ ସ୍ତରରେ ଭାରତୀୟ ଟଙ୍କା ର ମୂଲ୍ୟ ର ଅଧୋପତାନ ବୃଦ୍ଧି ପାଇବାରେ ଲାଗିଛି ।ସାଧାରଣ ଲୋକଙ୍କୁ ସ୍ୱଚ୍ଛ ପିଇବା ପାଣି ମିଳିବା ପରିବର୍ତ୍ତେ 20 ଟଙ୍କା ରେ ଏକ ଲିଟର ସ୍ୱଚ୍ଛ ପିଇବା ପାଣି ଏକ ଜୀବନ୍ତ ଉଦାହରଣ ଅଟେ । ସମାଜବାଦ ର ମୂଳ ମନ୍ତ୍ର ଉପରେ ବିଶ୍ୱର ଶ୍ରେଷ୍ଟ ଗଣତନ୍ତ୍ର ରାଷ୍ଟ୍ର ର ଏପରି ଦୟନୀୟ ସ୍ଥିତି ପ୍ରତି ଅଣଦେଖା କରିବା ମୋ ମତରେ ଏକ ଗୁରୁତର ଅପରାଧ ସଦୃଶ ଅଟେ । ସରକାର ଆସୁ ଥିବେ, ପରିବର୍ତନ ହେଉ ଥିବେ କିନ୍ତୁ ଏ ସବୁ ଗଣତନ୍ତ୍ର ପ୍ରକ୍ରିୟା ଭିତରେ ସାଧାରଣ ନାଗରିକ ସର୍ବସ୍ବାନ୍ତ ହୋଇ ସାରିଛନ୍ତି । କୃଷକ ଆଜି ନିଜ ଲହୁ, ଲୁହ ଢ଼ାଳି କଷ୍ଟ ଉପାର୍ଜିତ କୃଷିଜାତ ଦ୍ରବ୍ୟ ର ଉଚିତ ମୂଲ୍ୟ ପାଇବା ବଦଳରେ ଆତ୍ମହତ୍ୟା ପରି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହେଉଛି । ପ୍ରତ୍ୟେକ ସ୍ତର ରେ ମାତ୍ରାଧିକ ଦୁର୍ନୀତି ଯୋଗୁଁ ଆଜି ବିକାଶ ଦିଶାହିନ ହୋଇ ସାରିଛି । ହଜାର ହଜାର କୋଟି ଟଙ୍କା ବ୍ୟୟ ଅଟକଳ ରେ ନିର୍ମିତ ପ୍ରକଳ୍ପ ଅଳ୍ପ ସମୟ ମଧ୍ୟରେ ଭାଙ୍ଗି ଚୁର୍ମାର ହେବା ଅନେକ ଘଟଣା ପ୍ରାୟ ସମସ୍ତେ ନିୟମିତ ଭାବରେ ସୁଚାନା ପାଉଥିବେ ନିଶ୍ଚୟ । ଆର୍ଥିକ ସମ୍ବଳ ପରିବାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ବେସରକାରୀ ସ୍କୁଲ ଓ କଲେଜ ମାନଙ୍କ ରେ ଶିକ୍ଷା ଗ୍ରହଣ କରିଥିବା ବେଳେ ଦେଶ ର 80 ଭାଗ ଛାତ୍ର ଛାତ୍ରୀ ସରକାରୀ ସ୍କୁଲ କଲେଜ ରେ ମାଗଣା ମଧ୍ୟାହ୍ନ ଭୋଜନ ଖାଇବା ଘଟଣା ଦେଶ ର ଶିକ୍ଷା ନୀତି ପ୍ରତି ଚାପୁଡ଼ା ମାରିବା ସଦୃଶ ବୋଲି ଅନୁଭବ ହୁଏ । ସେହିପରି ଦେଶ ର ସ୍ଵାସ୍ଥ୍ୟ ବ୍ୟବସ୍ଥା ରେ ସରକାରୀ ଡ଼ାକ୍ତର ଖାନା ଓ ମେଡ଼ିକାଲ କଲେଜ ମାନଙ୍କର ସ୍ଥିତି ଦୟନୀୟ ଅବସ୍ଥା ଦେଖିଲେ ପ୍ରତ୍ୟେକ ମଧ୍ଯ ବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାର ଲୋକଙ୍କ ଆଶା ଓ ଆଶଙ୍କା ରେ ଛାତି ଥରି ଉଠୁଛି । ପ୍ରାଣ ବିକଳ ରେ ଜୀବନ ବଞ୍ଚିବା ପାଇଁ ବାଧ୍ୟ ହୋଇ ବେସରକାରୀ ଡ଼ାକ୍ତର ଖାନା ଓ ବେସରକାରୀ ମେଡ଼ିକାଲ କଲେଜରେ ଚିକିତ୍ସା କରାଇ ଆର୍ଥିକ ଲୁଟ୍ ର ଶୀକାର ହେଉଥିବା ଘଟଣା ପ୍ରତ୍ୟେକ ମୂହୁର୍ତ୍ତ ରେ ସାଧାରଣ ଲୋକ ସମ୍ମୁଖୀନ ହେବାକୁ ପଡୁଛି । ଦେଶ ର ପ୍ରାକୃତିକ ସମ୍ପଦ ର ବିନିଯୋଗ, ମାନବ ସମ୍ବଳ ର ବିନିଯୋଗ ଓ ବେସରକାରୀ ସଂସ୍ଥା ବା ବ୍ୟକ୍ତି ମାନଙ୍କ ପାଖ ରେ ପୁର୍ବଜ ମାନଙ୍କର ଗଚ୍ଛିତ ଧାରୋହର କୁ ବିକ୍ରୀ କରି ବା ଏକ ସରକାରୀ ନୀତି ରେ ପରିଣତ ହୋଇ ସାରିଛି । ପୁର୍ବଜ ଙ୍କ ଗଚ୍ଛିତ ସମ୍ପତ୍ତି କୁ ବିକ୍ରୀ, ବନ୍ଧା କରି ଆଜି ପର୍ଯ୍ୟନ୍ତ କୌଣସି ପରିବାର ତିଷ୍ଠି ପାରି ନାହିଁ , ନିଶ୍ଚିତ ଭାବରେ ସେହି ପରିବାର ଧ୍ଵଂସ ହୋଇ ସାରିଛି । ନିଜ ର ଅଏସ , ଆରାମ ପାଇଁ ସହଜ ରେ ଗଚ୍ଛିତ ଧନ ବଦଳରେ ଯଦି ପରିବାର କିମ୍ଵା ବ୍ୟକ୍ତିର ସମସ୍ୟା ର ସହଜ ହୋଇ ଯାଉଛି ତେବେ ସେହି ବ୍ୟକ୍ତି ନିଶ୍ଚିତ ଭାବରେ ପଙ୍ଗୁ, ଅଳସୁଆ, କେତେକାଂଶ ରେ ମାନସିକ ବିକଳାଙ୍ଗ ହେବା ସହ ସଦା ସର୍ବଦା ମାଗଣା ଖାଇବା, ଜୀବନ କୁ ବିନା କଷ୍ଟ ରେ ଆଗେଇ ନେବା କୁ ପ୍ରୟାସ କରିବ କିନ୍ତୁ ଅନ୍ୟ ପଟେ ଏହି ମଗଣା ଖିଆ ମନୋବୃତ୍ତି, ଲୋଭ ଫଳରେ ନିଜ ପରିବାର ଧ୍ବଂସାଭିମୁଖୀ ହେବା ନିଶ୍ଚିତ । ତେବେ ଗତ କିଛି ବର୍ଷ ଭିତରେ ଦେଶର କେତେକ ଅନାମଧେୟ ବ୍ୟକ୍ତି ବିଶ୍ବର ଶ୍ରେଷ୍ଠ ଧନୀ ତାଲିକା ରେ ରହିବା ଘଟଣା କୁ ବିଶ୍ଳେଷଣ କଲେ ନିଶ୍ଚିତ ଭାବରେ ସାଧାରଣ ଲୋକଙ୍କ ପ୍ରତି ଟ୍ୟାକ୍ସ ଜରିଆରେ ଆର୍ଥିକ ଲୁଟ୍ ର ନଗ୍ନ ସ୍ୱରୂପ ଅଟେ । ବାପା ପେଟ୍ରୋଲ ପମ୍ପ ରେ ଚାକିରୀ ପୁଅ ଆଜି ବିଶ୍ବର ଶ୍ରେଷ୍ଠ ଧନୀ ତାଲିକା ରେ ଏକଦା ସାହି ରେ  ଭଙ୍ଗା ସାଇକେଲ ରେ ଘର ଘର ବୁଲି କ୍ଷୀର ବିକ୍ରୀ କରୁ ଥିବା ବ୍ୟକ୍ତି ବିଭିନ୍ନ କ୍ଷମତା ଶାଳୀ ଙ୍କ ଅନୁଗ୍ରହ ପାଇଆଜି ଦେଶ ତଥା ବିଶ୍ବର  ଅନ୍ୟତମ ଧନୀ । ଅନ୍ୟ ପକ୍ଷରେ ଦିନେ ଯେଉଁ ମାନେ କଠିନ ପରିଶ୍ରମ କରି  ପରିବାର ଓ ଦେଶକୁ ସ୍ୱାବଲମ୍ବୀ କରିବା ରେ ଜୀବନ ତମାମ ଉଦ୍ୟମ ଜାରି ରଖିଥିବା କୃଷକ ବର୍ଗ ଆଜି ଦିଶାହୀନ ହେଇ ସାରିଛି । ପ୍ରକୃତ ମୂଲ୍ୟ ନ ପାଇ କୃଷକ ବର୍ଷ ବର୍ଷ ଧରି ରାଜରାସ୍ତାକୁ ଓହ୍ଲେଇ ଥିବା ବେଳେ ଶତାଧିକ କୃଷକ  ପ୍ରାଣ ହରେଇ ଥିବା ଘଟଣା ହେଉ କି ଧାରଣା ରେ ବସି ଥିବା ଆନ୍ଦୋଳନ ଜାରୀ ଙ୍କ ଉପରେ ଗାଡି ଚପେଇ ମାରିଦେବା ପାଇଁ ପ୍ରୟାସ ଘଟଣା କ୍ଷମତା ର ନିର୍ମମତା ର ଏକ ଉଦାହରଣ ଅଟେ ।

          ରାଜନୀତି ରୁ ଉର୍ଦ୍ଧ୍ବ ରେ ପ୍ରତ୍ୟେକ କ୍ଷେତ୍ର ରେ ସ୍ୱାବଲମ୍ବୀ କରିବା ପାଇଁ ନିଜ କ୍ଷମତାର ଅହଙ୍କାର ଛାଡ଼ି, ଦେଶ ର ଭବିଷ୍ୟତ ବଂଶ ଧର ମାନଙ୍କ ପ୍ରତିଭାକୁ ବିନିଯୋଗ କରି ଏକ ସ୍ୱାବଲମ୍ବୀ ଦେଶ ଗଠନ କରିବା ପାଇଁ ଦେଶ ର ବିଶେଷଜ୍ଞ, ବୁଦ୍ଧିଜୀବୀ , ଓ ଯୁବ ପ୍ରତିଭା ମାନଙ୍କ ଗୁରୁ ଦାୟୀତ୍ବ ରହିଛି ।

         ଆଶା ଦେଶ କୁ ଏକ ନୂତନ ଦିଶା ଦେବା ପାଇଁ ମିଳିତ ପ୍ରୟାସ ର ଅଂଶ ହେବାକୁ ନିଶ୍ଚିତ ଭାବରେ ଦେଶ ର ଜ୍ଞାନୀ,ଗୁଣି, ବିଶେଷଜ୍ଞ ବୃନ୍ଦ, ବୁଦ୍ଧିଜୀବୀ,  ମିଳିତ ପ୍ରୟାସ କରିବେ, ନଚେତ ଭୋଟ ରାଜନୀତି ର ଚକ୍ର ବ୍ୟୁହ ରେ ପେଶି ହୋଇ ମାଗଣା ଲାଳସା ରେ ଭବିଷ୍ୟତ ବଂଶ ଧର ମାନଙ୍କ ଭବିଷ୍ୟତ ଅନ୍ଧକାର ର ଗର୍ତ୍ତ ଭିତରେ ହଜି ଯିବ । ଏଥିସହ ଇଷ୍ଟ ଇଣ୍ଡିଆ ଭଳି ଇଂରେଜ କମ୍ପାନୀ ର ମାତ୍ର 110 ଜଣ ପ୍ରତିନିଧି ଦେଶ କୁ ଆସି କବଳିତ କରି 200 ରୁ ଅଧିକ ବର୍ଷ ଶାସନ କରିବା ଭଳି ଦେଶୀ ଇଷ୍ଟ ଇଣ୍ଡିଆ କମ୍ପାନୀ ର ଦ୍ଵିତୀୟ ସଂସ୍କରଣ ର ତଥା କଥିତ ଲୁଟେରା, ପୁଞ୍ଜି ପତି ମାନଙ୍କ ମାଲିକାନା ରେ ଦେଶ  ପୁନର୍ବାର ପରାଧୀନତା ସେହି କଳଙ୍କ ମୟ ଇତିହାସ କୁ ଦୋହରାଇବାରେ ସଫଳ ହେବ ।

       ଧନ୍ୟବାଦ୍, 

ମହମ୍ମଦ ଅଲ୍ଲୀ, ବରିଷ୍ଠ ସାମ୍ବାଦିକ, 

ମୁଖ୍ୟ ସାମ୍ବାଦିକ " ତର୍ଜମା"

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe