//BREAKING//
Loading...

ସନାତନ ଧର୍ମ ଓ ପରମ୍ପରା ରେ ପିତୃପକ୍ଷ ଓ ତର୍ପଣ ମହତ୍ତ୍ଵ

ସନାତନ ଧର୍ମ ଓ ପରମ୍ପରା ରେ ପିତୃପକ୍ଷ ଓ ତର୍ପଣ  ମହତ୍ତ୍ଵ !!!

  ---------------------------


   ପ୍ରତ୍ୟେକ ଧର୍ମ  ରେ   ଜୀବିତ ଙ୍କୁ  ସମ୍ମାନ, ଭକ୍ତି ଓ ପରଲୋକ ପରେ    ନିଜ ପିତୃ ଗଣ ଙ୍କ ପାଇଁ ନିଷ୍ଠାପର ଭାବରେ ଶ୍ରାଦ୍ଧ, ପାଳନ , ଶାନ୍ତି କାମନା ପାଇଁ ବିଧି ରହିଛି । ଇସଲାମ, ବୌଦ୍ଧ, ଖ୍ରୀଷ୍ଟିଆନ, ହୁଅନ୍ତୁ ଅବା ଯେକୌଣସି  ଧର୍ମାବଲମ୍ବୀ ହୁଅନ୍ତୁ ପ୍ରତ୍ୟେକ ଙ୍କ ପାଇଁ ବିଧି ପାଳନ ନିର୍ଦ୍ଦେଶ ରହିଛି । ବିଶ୍ଵର ସର୍ବ ପୁରାତନ ସନାତନ ଧର୍ମ ରେ  ସେହି ପରି ନିଷ୍ଠାପର ଭାବରେ ପିତୃ ପକ୍ଷ ପାଳନ ୧୫ ଦିନ ଧରି କରିବା ପାଇଁ ଉଲ୍ଲେଖ ରହିଛି । ଚଳିତ ବର୍ଷ ପିତୃ ପକ୍ଆସନ୍ତା କାଲି ଅର୍ଥାତ ତା -୨୧/୦୯/୨୦୨୫ ଠାରୁ ପନ୍ଦର ଦିନ ଯାଏଁ ପିତୃ ପକ୍ଷ ପରେ ମହାଳୟା ପାଳନ  ହେବ । ନିଜ ପରକାଳ ଓ ଇହକାଳ ର ଶାନ୍ତି ପାଇଁ, ନିଜ ପୁର୍ବଜ ୧୪ ପୁରୁଷ ଙ୍କ ପାଇଁ ଏହି  ପିତୃ ପକ୍ଷ ନିଷ୍ଠାପର ଭାବରେ ପାଳନ କରିବା ଉଲ୍ଲେଖ ରହିଛି ।

             "ସ୍ବ ପିତୃଗଣଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାରେ ବିଧିପୂର୍ବକ ଯେଉଁ କର୍ମ କରାଯାଏ ତାହାକୁ ଶ୍ରାଦ୍ଧ କୁହାଯାଏ। ଅର୍ଥାତ :- ଶ୍ରଦ୍ଧା ରୁ ଶ୍ରାଦ୍ଧ । ସନାତନ ପରମ୍ପରା ରେ ଶ୍ରାଦ୍ଧ, ତର୍ପଣାଦି ଅନୁଷ୍ଠାନ କରିବା ପ୍ରଥା ବହୁ ପ୍ରାଚୀନ । ବିଭିନ୍ନ ପୁରାଣ ଗ୍ରନ୍ଥ ତଥା ଶାସ୍ତ୍ର ମାନେ ପିତା ପିତର ଙ୍କ ଉଦ୍ଦେଶ ରେ ଶ୍ରାଦ୍ଧ ଦେବା ଏବଂ ନିଜର ପରିଜନ ମାନେ ଏହି ପିତୃକାର୍ଯ୍ୟ ରେ ସହଭାଗିତା ହେବା ପାଇଁ ବାରମ୍ବାର ଉଦ୍ ଘୋଷଣା କରିଛନ୍ତି ।

 ଶ୍ରାଦ୍ଧରେ ସନ୍ତୁଷ୍ଟ ହୋଇ ପିତୃଗଣ ଶ୍ରାଦ୍ଧକର୍ତ୍ତାର ଦୀର୍ଘ ଆୟୁ,, ସନ୍ତାନ ସନ୍ତତି, ଧନ, ବିଦ୍ୟା, ରାଜ୍ୟ, ସୁଖ,ସ୍ବର୍ଗ ଓ ମୋକ୍ଷ ପ୍ରଦାନ କରିଥାନ୍ତି । ଯେଉଁପୁଅ,ଭାଇ,ନାତି,ଭଣଜା ଆଦି ପିତୃକାର୍ଯ୍ୟ ଶ୍ରାଦ୍ଧ ଅନୁଷ୍ଠାନ ରେ ସଲଗ୍ନ ରୁହନ୍ତି,ସେମାନେ ନିଶ୍ଚୟ ଆୟୁପୂର୍ଣ୍ଣ ପରେ ପରମଗତି କୁ ପ୍ରାପ୍ତ ହୁଅନ୍ତି। 

ଅବିସ୍ମରଣୀୟ କାଳ ରୁ ଶ୍ରାଦ୍ଧ ପରମ୍ପରା । ଏହି ସନାତନୀ ପରମ୍ପରା ରେ ହିନ୍ଦୁ ମାନେ ସ୍ବଃ ପିତାଙ୍କୁ ରୁଦ୍ର ରୂପେ, ପିତାମହଙ୍କୁ ବସୁ ରୂପେ ଓ ପ୍ରପିତାମହଙ୍କୁ ଆଦିତ୍ୟ ରୂପେ ଅଭିହିତ କରିଥାଆନ୍ତି । ଅତଃ, ସ୍ବ ପିତା, ନିଜ ନିଜର ପୁତ୍ର ପାଇଁ ସର୍ବସ୍ବ । ପ୍ରତ୍ୟକ ପୁତ୍ର ନିଜର ଜୀବଦଶା ମଧ୍ୟ ରେ ସ୍ବପିତା (ଜୀବିତ/ମୃତ) ଙ୍କୁ ଯଥୋଷ୍ଟିତ ସମ୍ମାନ ଦେବା ପାଇଁ ଶାସ୍ତ୍ର ମାନେ ମତବ୍ୟକ୍ତ କରିଛନ୍ତି । ଏଣୁ ଶାସ୍ତ୍ର କୁହନ୍ତି, ଯେଉଁ ବ୍ୟକ୍ତି ଜୀବିତ ଅବସ୍ଥାରେ ନିଜର ମାତା-ପିତାଙ୍କ ଅନାଦର କରନ୍ତି ତଥା ମୃତ୍ୟୁପରେ ଶ୍ରାଦ୍ଧ-ତର୍ପଣ କରନ୍ତି ନାହିଁ  ଅଥବା ନିରପରାଧ କୌଣସି ପ୍ରାଣୀଙ୍କର ହତ୍ୟାକରନ୍ତି ତେବେ ଆଗାମୀ ଜନ୍ମରେ ତାଙ୍କ ଜନ୍ମ କୁଣ୍ଡଳୀରେ ପିତୃ ଦୋଷ ପରିଲକ୍ଷିତ ହୁଏ । ଏହି ପିତୃ ଦୋଷ ରୁ ଅନେକ ଅଶୁଭ ପ୍ରଭାବ ଅନୁଭୂତ ହୁଏ ।ମୁଖ୍ୟତଃ ସନାତନୀ ପରମ୍ପରା ରେ  ଦୁଇପ୍ରକାର ଶ୍ରାଦ୍ଧ ପାଳିତ ହୋଇ ଆସୁଅଛି,୧-ଏକୋଦ୍ଦିଷ୍ଟ ଶ୍ରାଦ୍ଧ, ୨-ପାର୍ବଣ ଶ୍ରାଦ୍ଧ । ପୁନଶ୍ଚ ପାର୍ବଣ ଶ୍ରାଦ୍ଧ ହେଉଛି ଦୁଇ ପ୍ରକାର, ଯଥା:- ପୟା ଶ୍ରାଦ୍ଧ ଏବଂ ମହାଳୟା ଶ୍ରାଦ୍ଧ । ସାଧାରଣତଃ ଏହି ଦୁଇଟି ଶ୍ରାଦ୍ଧ  ଶାରଦୀୟ ପାର୍ବଣ ଋତୁ ଆଶ୍ବୀନ ଅମାବାସ୍ୟା ଏବଂ କାର୍ତ୍ତିକ ଅମାବାସ୍ୟା ରେ ଯଥାକ୍ରମେ ପାଳିତ ହୁଏ । ଆଶ୍ବୀନ କୃଷ୍ଣ ପକ୍ଷ ଦି୧୫ନ ବିଶେଷ ଭାବେ ପିତୃ ମାନଙ୍କୁ ସମର୍ପିତ, ଏହା "ମଉଳା ଶ୍ରାଦ୍ଧ" ନାମରେ ମଧ୍ୟ ନାମିତ ।  ତୃପ୍ତି ରୁ ତର୍ପଣ ଯାହା ବିଶେଷ ଭାବେ ପିତୃପକ୍ଷ ରେ କରାଯାଇଥାଏ । ଏହି ତର୍ପଣ ର ବିଶେଷତା ହେଉଛି ଏକଧାର ରେ ସ୍ବଃ ୧୪ପୁରୁଷ* ଙ୍କ ସହ  ଦେବତା,ଋଷି, ରାକ୍ଷାସ, ଭୂତଗ୍ରାମ, ନଦୀ, ସମୁଦ୍ର ଆଦି ଅନେକ ଙ୍କୁ ତୃପ୍ତି କରାଯାଏ । ରବି କନ୍ୟା ରାଶିସ୍ଥିତ ଅମାବାସ୍ୟା, "ମହାଳୟା" ଅମାବାସ୍ୟା  ଦିନ ଏହି ତର୍ପଣ ପର୍ବ ଉଦ୍ ଯାପିତ ହୋଇ ବୈଶ୍ୟଦେବ ଙ୍କ ସହ ମଉଳା ଶ୍ରାଦ୍ଧ ସମ୍ପନ୍ନ କରାଯାଇଥାଏ ।   ସମସ୍ତ ପ୍ରକାର ତର୍ପଣ ରେ ବ୍ୟବହୃତ "କୁଶ" ର ମହତ୍ବ ଅନେକ ।

ଦେବତା ମାନଙ୍କୁ କୁଶ ର ମୂଳ ଭାଗ ରେ, ମନୁଷ୍ୟ ମାନଙ୍କୁ କୁଶ ର ମଧ୍ୟ ଭାଗ ରେ ଏବଂ ପିତୃ ମାନଙ୍କୁ କୁଶ ର ମୂଳ ଓ ଅଗ୍ର ଭାଗ ରେ ତର୍ପଣ ପ୍ରଶସ୍ଥ ବୋଲି ଜାଣିବାକୁ ହେବ ।

         ତର୍ପଣ ପାଇଁ ନିର୍ଦ୍ଦିଷ୍ଟ ଥିବା ବହୁ ନିୟମ ତନ୍ନମଧ୍ୟରୁ 

ତର୍ପିତା ପୂର୍ବ ଦିଗ କୁ ମୁଖକରି ୩ଗୋଟି କୁଶ ଏବଂ ଜବ ମିଶ୍ରିତ ଜଳ ରେ ୧ଥର ଲେଖାଁଏ ଜଳ ପ୍ରଦାନ କରି ଦେବତା ମାନଙ୍କୁ ତୃପ୍ତ କରିବେ ବା ତର୍ପଣ କରିବେ ।ଦକ୍ଷିଣ ଦିଗକୁ ମୁଖ କରି ବ୍ୟାସ,ଭାଷରି ଆଦି ତେର ଜଣ ଆଚାର୍ଯ୍ୟ, ଷଟୀ,ଭାଲର୍ବ ଆଦି ଦଶ ଜଣ ପ୍ରବଚନ କର୍ତ୍ତା, ଅନଳ ଆଦି ଅଷ୍ଟ 'ଦିବ୍ୟ ପିତର' ଏବଂ ଯମ ଙ୍କର ଚଉଦ ଗୋଟି ସ୍ବରୂପ କୁ ତିନିଗୋଟି କୁଶ ସହ ତିଳ ମିଶ୍ରିତ ଜଳ ରେ ତର୍ପଣ କରିବେ । ଏହାପରେ କ୍ରମାନ୍ବୟ ରେ 'ସାଧାରଣ ପିତର' ନିଜର ପିତୃ ପୁରୁଷ (୧୪ପୁରୁଷ) ଙ୍କୁ ଆବାହନ କରି ପ୍ରତ୍ୟକ ଙ୍କୁ ୩ଥର ଲେଖାଏଁ ଓ ଖୁଡୁତା,ଭଗିନୀ,ପିଉସୀ ଆଦି  (ଇଛାଧିନ) ମାନଙ୍କୁ ୧ଥର ଲେଖାଏଁ ଜଳତିଳ ଦାନ କରି ତର୍ପଣ କରିବେ । ଉତ୍ତର ଦିଗ କୁ ମୁଖ କରି ସନକ, ସନନ୍ଦ, ସନାତନ ଆଦି ସପ୍ତଋଷି ଙ୍କୁ ମନୁଷ୍ୟ ତିର୍ଥ ରେ ପ୍ରତ୍ୟକ ଙ୍କୁ ୨ଥର ଲେଖାଏଁ ଜଳ ଦାନ କରି ତର୍ପଣ କରିବେ ।ପରିଶେଷ ରେ ପଶ୍ଚିମ କୁ ମୁଖ କରି ଭଗବାନ ବିଷ୍ଣୁ ଙ୍କୁ ସ୍ମରଣ କରି ତର୍ପଣ ଶେଷ କରିବେ ।

  ସନାତନୀ ପରମ୍ପରା ର ଶ୍ରେଷ୍ଛ ପର୍ବ, ପିତୃପର୍ବ "ମହାଳୟା। ସର୍ବ ମୂଳ ରେ ସ୍ବଃ ପିତା ପିତର । ସ୍ବଃ ପିତା ତଥା ପିତର ଙ୍କ ସନ୍ତୁଷ୍ଟି ବିଧାନ ଏକାନ୍ତରେ ସର୍ବଦା ବିଧେୟ ।

 ସମସ୍ତଙ୍କ ଦ୍ଵାରା ପୂଜିତ, ଅମୂର୍ତ୍ତ , ତେଜସ୍ଵୀ, ଧ୍ୟାନୀ ତଥା ଦିବ୍ୟଦୃଷ୍ଟି ସମ୍ପନ୍ନ ଅଟନ୍ତି ସେହି ପିତରଙ୍କୁ ମୁଁ ସର୍ବଦା ନମସ୍କାର କରୁଛି  ।ପରିଶେଷ ରେ ଏତିକି କୁହାଯାଇ ପାରେ,

 ବିଧିପୂର୍ବକ ଶାନ୍ତମନରେ ଶ୍ରାଦ୍ଧ କରେ, ସେ ସମସ୍ତ ପାପରୁ ମୁକ୍ତି ପାଇ ସଂସାର ଚକ୍ରରେ ପଡେ ନାହିଁ। ପିତୃଗଣଙ୍କ ସନ୍ତୁଷ୍ଟି ତଥା ନିଜର ଏବଂ ନିଜ ପରିବାର ର କଲ୍ୟାଣ ପାଇଁ ଅବଶ୍ୟ ପ୍ରତ୍ୟେକ ସନାତନୀ ଶ୍ରାଦ୍ଧ କରିବା ଉଚିତ।ସର୍ବ ପିତରଃ ଆପଣଙ୍କର ତଥା ପରିବାର ର ମଂଗଳ କରନ୍ତୁ ।

        ସନାତନ ଧର୍ମ ରେ ଥିବା ଏହି ମହାନ୍ ସଂସ୍କୃତି, ଦୀର୍ଘ ପନ୍ଦର ଦିନ ଧରି ନିଜ ପୁର୍ବଜ ଙ୍କ ପାଇଁ ନିଷ୍ଠାପର ଭାବରେ ପିତୃ ପକ୍ଷ ପାଳନ କହୁଥିବା ସମସ୍ତ ଙ୍କୁ ହୃଦୟ ରୁ ଶୁଭେଛା ଜଣାଉଛି ।                                      ବି; ଦ୍ର:--ଉପସ୍ଥାପନା ର ମୂଳ ତତ୍ତ୍ୱ ଧାର୍ମିକ ମହତ୍ତ୍ଭ କିମ୍ବା ଭାବାର୍ଥ ରେ କୌଣସି ଭୁଲ ତ୍ରୁଟି ଥିଲେ କ୍ଷମା ପ୍ରାର୍ଥନା କରୁଛି ।

                   ମହମ୍ମଦ ଅଲ୍ଲୀ ଖାଁ,

         ବରିଷ୍ଠ ସାମ୍ବାଦିକ, ମୁଖ୍ୟ ସଂପାଦକ,

                        (ତର୍ଜମା ନ୍ୟୁଜ )

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe