//BREAKING//
Loading...

"କପି ପେଷ୍ଟ ନ୍ୟୂଜ ଚକ୍ର ବ୍ୟୁହ ରେ ଛନ୍ଦି ହେଲେ ନିଜ ଆତ୍ମ ସମ୍ମାନ ଓ ପରିଚୟ ହରାଇବ ଗଣ ମାଧ୍ୟମ ପ୍ରତିନିଧି" ,!!!

 "କପି ପେଷ୍ଟ ନ୍ୟୂଜ ଚକ୍ର ବ୍ୟୁହ ରେ ଛନ୍ଦି ହେଲେ ନିଜ ଆତ୍ମ ସମ୍ମାନ ଓ ପରିଚୟ ହରାଇବ ଗଣ ମାଧ୍ୟମ ପ୍ରତିନିଧି" ,!!! 



ଗତ କାଲି ମୋର ଜଣେ ସାମ୍ବାଦିକ ବନ୍ଧୁ କିଛି ଫୋଟୋ ସହିତ ଏକ ନ୍ୟୁଜ୍ ପଠେଇଲେ। ବ୍ୟକ୍ତିଗତ ଭାବେ ଅନୁରୋଧ କଲେ ନ୍ୟୁଜ ପ୍ରକାଶ କରି ଦେବା ପାଇଁ । ମୁଁ ନ୍ୟୁଜ ପଢିଲି, ଫୋଟୋ ସବୁ ଦେଖିଲି ଓ ବନ୍ଧୁ ଜଣଙ୍କୁ ମେସେଜ କରି ଦେଲି ଓ କହିଲି ଏ ନ୍ୟୁଜ କରି ପାରିବି ନାହିଁ । ବନ୍ଧୁ ଜଣକ ଜଣେ ବରିଷ୍ଠ ସାମ୍ବାଦିକ ଓ ଜଣେ ବ୍ୟକ୍ତି ଗତ ବନ୍ଧୁ କହିଲେ ଭାଈ ଦେହ ଅସୁସ୍ଥ ଥିବା ସତ୍ତ୍ବେ ଏ ଭେଟ ଘାଟ କାର୍ଯ୍ୟକ୍ରମ ରେ ଯୋଗ ଦେବା ପାଇଁ ଆସି ନିଜ ତରଫରୁ ନ୍ୟୁଜ ଲେଖି ପଠେଇଛି। ମୁଁ କହିଲି ଆଜ୍ଞା , ଠିକ୍ କଥା କିନ୍ତୁ କାର୍ଯ୍ୟକ୍ରମ ଭବାନୀ ପାଟଣା ରେ ହେଇଛି, ସୂଚନା କିମ୍ୱା ଫୋନ୍ ଟିକେ ବି କରି ପାରି ଥାନ୍ତେ କିନ୍ତୁ ନିଜ ଆତ୍ମ ଗର୍ବ, ଅହଙ୍କାର ହଉ ନିଜକୁ ଶ୍ରେଷ୍ଠ, ଜ୍ୟେଷ୍ଠ ଓ ସର୍ବଶ୍ରେଷ୍ଠ ବୋଲି ଭାବୁ ଥିବା ଆୟୋଜକ ଗଣ କିପରି ଭାବିନେଲେ ଯେ, ଗଣ ମାଧ୍ୟମ କୁ କୌଣସି ସୂଚନା ନ ଦେଲେ ମଧ୍ଯ ଆମ ନ୍ୟୁଜ ଫୋଟୋ ସହ ଓ ସାଟେଲାଇଟ ଚେନାଲ ବି ନ୍ୟୁଜ ନିଶ୍ଚିତ କରିବେ । ଆଜ୍ଞା କହିଲେ , ନ ଡାକିଲେ ବି ନ୍ୟୁଜ କରିବା ଗଣ ମାଧ୍ୟମ ର କର୍ତ୍ତବ୍ୟ। ମୁଁ ସିଧା ଉତ୍ତର ଦେଲି ଏମିତି ନୂଆ ଖାଈ ଭେଟ ଘାଟ୍ ଜିଲ୍ଲା ଓ ପଶ୍ଚିମ ଓଡ଼ିଶା ର ବିଭିନ୍ନ ରେ ମାସ ତମାମ ଆୟୋଜିତ ହୁଏ । ଏହା ମୋ ପାଇଁ ଗୁରୁତ୍ୱ ପୂର୍ଣ୍ଣ ନୁହେଁ ହଁ ଯେଉଁ ମାନେ ବିଭିନ୍ନ ଗଣ ମାଧ୍ୟମ ରେ ଚାକିରୀ କରନ୍ତି ସେମାନେ କୌଣସି ନ୍ୟୁଜ ଛାଡ଼ି ଦେଲେ କାହିଁକି ନ୍ୟୁଜ ଛାଡିଲେ ସେ କମ୍ପାନୀ ର ସଂପାଦକ, ନ୍ୟୁଜ ସଂପାଦକ ଙ୍କୁ ଉତ୍ତର ଡେବାକୁ ପଡ଼ିଥାଏ । ମୁଁ ଆଜ୍ଞା ଙ୍କୁ କହିଲି , ଆଜ୍ଞା ଭବାନୀ ପାଟଣା ସହର ରେ ବିଭିନ୍ନ ଗଣ ମାଧ୍ୟମ ରେ 75 ରୁ ଅଧିକ ଜିଲ୍ଲା ପ୍ରତିନିଧି ଅଛନ୍ତି । ଜଣେ ଦୁଇ ଜଣଙ୍କୁ ନ ଡାକିଲେ ତାହା ବ୍ୟକ୍ତିଗତ ବ୍ୟାପାର ହୋଇ ପାରେ କିନ୍ତୁ କୌଣସି ଗଣ ମାଧ୍ୟମ ପ୍ରତିନିଧି ଙ୍କୁ ଆଦୌ ସୁଚନା ନ  ଦେଇ କାର୍ଯ୍ୟକ୍ରମ ସରି ଗଲେ କିପରି ଆଗ ଧାଡ଼ି ର ପ୍ରିଣ୍ଟ ମିଡିଆ ଯଥା ସମ୍ବାଦ, ସମାଜ, ପ୍ରମେୟ, ସକାଳ, ଧରିତ୍ରୀ, ସମୟ, ସମେତ ଓ ଟିଭି, ସମେତ ବିଭିନ୍ନ ସାଟେ ଲାଇଟ୍ ଚେନାଲ୍ , ୟୁ ଟ୍ୟୁବ୍ ଚେବାଲ, ମୋ ପରି ଆଞ୍ଚଳିକ ନ୍ୟୁଜ, ପୋର୍ଟାଲ ଓ ୟୁ ଟ୍ୟୁବ୍ ଚେନାଲ ରେ କିପରି ପ୍ରକାଶ ପାଇବ ଓ କାହା ଜରିଆରେ ପଠେଇଲେ ପ୍ରକାଶ ପାଇବ ଯୋଜନା କରି ହଁ ଆଜ୍ଞା ତ ଅଛନ ଲେଖି କରି ସବକେ ପଠେଇ ଦେଲେ କାଲି ସକାଳେ ବାହାରି ଯିବା । ନିଜ ଆତ୍ମ ପ୍ରଚାର ର ଶସ୍ତା ଉପାୟ ଅଟେ । ନୀତି ଓ ନୈତିକତା କୁ ଦେଖିଲେ ସମାଜ ର ଦୁଃଖ, ଦୁର୍ଦ୍ଦଶା, ଅନ୍ୟାୟ ଅତ୍ୟାଚାର କିମ୍ୱା ଶୋଷଣ , ଦୁର୍ନୀତି ର ସୂଚନା ପାଇ କିମ୍ୱା ତଥ୍ଯ ପାଇଲେ ନିସଂକୋଚ ପ୍ରକାଶ କରିବା ଜରୁରି ଅଟେ, କିନ୍ତୁ ଯଦି କୌଣସି ଅନୁଷ୍ଠାନ କିଛି ମଞ୍ଚ କାର୍ଯ୍ୟକ୍ରମ କରେ ଓ ତାହା ବି ଭେଟ୍ ଘାଟ କରନ୍ତି ଓ ଗଣ ମାଧ୍ୟମ କୁ ସୁଚନା ଦିଅନ୍ତି ନାହିଁ ତଥାପି କିଏ ବି ଲେଖା ପଠେଇ ଦେଲେ ପ୍ରକାଶ କରି ଦିଅନ୍ତି ତାହା ନିଜ ଗାଲ ରେ ଚାପୁଡ଼ା ମାରି ହେବା ସଦୃଶ ଅଟେ । ସରକାର ମଧ୍ୟ ସୂଚନା ଓ ପ୍ରସାରଣ ବିଭାଗ ଜରିଆରେ ଜିଲ୍ଲା ରେ ଚାଲିଥିବା ସର କାରୀ କାର୍ଯ୍ୟକ୍ରମ, ଜିଲ୍ଲା ପ୍ରଶାସନ ର ବଡ ଅଧିକାରି ମାନଙ୍କ ବୈଠକ ମାଗଣା ରେ ପ୍ରଚାର ପାଇଁ ପ୍ରତ୍ୟେକ ଦିନ ଜିଲ୍ଲା ପ୍ରେସ ଗ୍ରୁପ ରେ ପଠେଇ ଥାନ୍ତି ଓ ଗଣ ମାଧ୍ୟମ ତାକୁ ନିସଂକୋଚ ପ୍ରକାଶିତ  କରି ଦେଇ ବାହାଦୂରୀ ମାରନ୍ତି ତଥା ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ  ଖାସ ଲୋକ ହୋଇ ଯାଆନ୍ତି । ତେବେ ସରକାରୀ ଖବର ପ୍ରସାରଣ କରିବା ପାଇଁ କିଛି ଆଗ ଧାଡ଼ି ର ପ୍ରିଣ୍ଟ ମିଡିଆ ବାଧ୍ୟ  କାହିକିଁ ନା ବିଭିନ୍ନ ଉପାୟ ରେ ଓ ମାଧ୍ୟମ ରେ ଏହି ପ୍ରିଣ୍ଟ ମିଡିଆ ବାର୍ଷିକ  ଲକ୍ଷ ଲକ୍ଷ ଟଙ୍କା ବିଜ୍ଞାପନ ବାବଦ ରେ ପାଇବା ସହ ଜିଲ୍ଲା ପ୍ରତିନିଧି ତାର  କିଛି  ଭାଗ ପାଉଣା ପାଇଥାନ୍ତି, ଯାହାକି ବ୍ୟବସାୟ ଭିତ୍ତିକ ଅଟେ। ଗଣମାଧ୍ୟମ କୁ ହେୟ ଜ୍ଞାନ କରି ହେଉ କି, ଗଣ ମାଧ୍ୟମ କୁ କୌଣସି ସୂଚନା ନ ଦେଲେ ମଧ୍ଯ ନିଶ୍ଚୟ ଆମ ନ୍ୟୂଜ ବାଜିବ କିମ୍ୱା ପ୍ରକାଶ ପାଇବ ବୋଲି ଭାବି ନେବା ମୁର୍ଖ ଙ୍କ ବେଦ ପାଠ ସଦୃଶ ଅଟେ । ତେବେ ଗଣ ମାଧ୍ୟମ ମଧ୍ଯ ଏପରି ଆତ୍ମ ପ୍ରଚାର ପାଇଁ ସଦା ସର୍ବଦା ତତ୍ପର ଥିବା ଅହଙ୍କାରୀ ସମାଜ ର ହମ୍ ସବ ଜାନତା  ଆତ୍ମ ପ୍ରଚାର ମୁଖି ମାନଙ୍କ ଠାରୁ ଦୂରେଇ ରହିଲେ ଯାଇ ଗଣ ମାଧ୍ୟମ ନିଜର ସମ୍ମାନ, ସ୍ବାଭିମାନ, ଓ ପରିଚୟ କୁ ବଞ୍ଚେଇ ରଖି ପାରିବ, ନଚେତ ଡକା ଯାଇ ନ ଥିବା ସ୍ଥାନ ର କାର୍ଯ୍ୟକ୍ରମ ର ନ୍ୟୂଜ ପାଇ ଗଲେ ଗହ ଗହ ହୋଇ ପ୍ରକାଶ କରିଦେଲେ ନିଜର ସ୍ୱତନ୍ତ୍ରତା ଓ ସ୍ବାଭିମାନ ଶେଷ ହୋଇ ଯିବ । ଏଣୁ ଗଣ ମାଧ୍ୟମ ସହ ସଂପୃକ୍ତ ବନ୍ଧୁ ମାନେ ଏ ବିଷୟରେ ଗୁରୁତ୍ଵ ଦେଲେ ଯାଇ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିବେ ନଚେତ କପି ପେଷ୍ଟ ର ଚକ୍ରବ୍ୟୁହ ରେ ଛନ୍ଦି ହୋଇ ସାଧାରଣ ରେ ଅପଦସ୍ତ ହେବା ସହ ନିଜର ଆତ୍ମ ସମ୍ମାନ ହରେଇ ବସିବେ ।

  ଶୁଭ ରାତ୍ରୀ, 

ମହମ୍ମଦ ଅଲ୍ଲୀ ଖାଁ,  ବରିଷ୍ଠ ସାମ୍ବାଦିକ, ମୁଖ୍ୟ ସଂପାଦକ 

"ତର୍ଜମା ନ୍ୟୂଜ"

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe