ଅବସରପ୍ରାପ୍ତ କର୍ମଚାରୀ ସଂଘ ତରଫରୁ ନୂଆଖାଇ ଭେଟଘାଟ ଅନୁଷ୍ଠିତ!!
ଭବାନୀ ପାଟଣା:-----
( ବ୍ୟୁରୋ ନ୍ୟୁଜ )
ଭବାନୀ ପାଟଣା ସ୍ଥିତ ଅମଲା ଭବନ ପରିସରରେ ସରକାରୀ ଅବସର ପ୍ରାପ୍ତ କର୍ମଚାରୀ ମାନଙ୍କ ନୂଆଖାଇ ଭେଟଘାଟ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ସଂଘ ସଭାପତି ଶ୍ରୀ ଶରତ ଚନ୍ଦ୍ର ନାୟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସାଂସଦ ଶ୍ରୀମତୀ ମାଳବିକା ଦେଓ, ସମ୍ମାନିତ ଅତିଥି ଭାବରେ ପୂର୍ବତନ ସାଂସଦ ଶ୍ରୀ ଅର୍କ କେଶରୀ ଦେଓ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ , ଶ୍ରୀ ସୁରଜିତ ସିଂହ, ଶ୍ରୀ ଗଜେନ୍ଦ୍ର ପାଢ଼ୀ, ଶ୍ରୀ ରୂପ କେଶରୀ ଦଳେଇ, ଶେଖ୍ ଅବଦୁଲ ବୁରହାନ, ଶ୍ରୀ ମଧୁସୂଦନ ମହାପାତ୍ର, ଶ୍ରୀ ବାସୁଦେବ ସାହାଣୀ, ଶ୍ରୀଆଶୋକ ଖମାରୀ, କୁନୁ ନାୟକ, ସୁଶ୍ରୀ ସବିତା ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ଥିଲେ । ଏହି ଅବସର ରେ ଅତିଥି ମାନଙ୍କ ଦ୍ବାରା ସଂଘ ର ମୁଖପତ୍ର "ସେବା" ର ଲୋକାର୍ପଣ କରିଥଲେ । ଏହି କାର୍ଯ୍ୟକ୍ରମ ରେ ସାଂସଦ ଅବସର ପ୍ରାପ୍ତ କର୍ମଚାରୀ ମାନଙ୍କ ପାଇଁ ସଂଘ ଗୃହ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହି କାର୍ଯ୍ୟକ୍ରମ କୁ ସଂଘ ର ସଂପାଦକ ଶ୍ରୀ ରାଜେନ୍ଦ୍ର ସାହୁ ସଂଯୋଜନା କରିଥିଲେ । ଏହି ଅବସର ରେ ବର୍ଷୀୟାନ ପାଞ୍ଚ ଜଣ ଅବସର ପ୍ରାପ୍ତ ପ୍ରାପ୍ତ କର୍ମଚାରୀ , ପ୍ରଫେସର ସୁରଜିତ ସିଂହ, କୁନୁ ନାୟକ, ଶ୍ରୀମତୀ କଳ୍ପନା ରଥ, କେ ସୁବ୍ରମଣ୍ୟମ ଆଚାରୀ ପ୍ରମୁଖ ଙ୍କୁ ମାନପତ୍ର , ପୁଷ୍ପ ଗୁଚ୍ଛ ଓ ଉପ ଢୌକନ ଦେଇ ସମ୍ବର୍ଧିତ କରାଯାଇଥିଲା ।
Post a Comment