//BREAKING//
Loading...

ଜନ୍ମମାଟିରେ କଥା କହୁଛି ଅଖିଳ ନାୟକଙ୍କ ମୂର୍ତ୍ତି * ରଏନଗୁଡ଼ା ଗାଁରେ ଅଖିଳଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ !!

 * ଜନ୍ମମାଟିରେ କଥା କହୁଛି ଅଖିଳ ନାୟକଙ୍କ ମୂର୍ତ୍ତି

* ରଏନଗୁଡ଼ା ଗାଁରେ ଅଖିଳଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ !!


           ତର୍ଜମାନ୍ୟୁଜ :----

ଅଖିଳ... ଯିଏ ଜଣେ ଭିନ୍ନ ନାୟକ... ଜନବାଦି ମଣିଷ, ସାଧାରଣ ଜନତାଙ୍କ ନାୟକ... ଯାହାଙ୍କ ସାହିତ୍ୟରେ ସ୍ପଷ୍ଟ ବାରିହୁଏ ଦଳିତ, ନିଷ୍ପେସିତ, ନିରୀହ, ଖଟିଖିଆ, ମେହେନତି ମଣିଷଙ୍କ ଲୁହ ଆଉ ଲହୁର କଥା l ସେଇ ନାୟକ ଏବେ ନୀରବି ଯାଇଛନ୍ତି ସତ, କିନ୍ତୁ ଜନବାଦୀ ସାହିତ୍ୟର ନିଜସ୍ୱ ପୃଷ୍ଠା ଆଜି କଥା କହୁଛି l ସମସାମୟିକ ବାର୍ତ୍ତା ଯୋଗାଉଛି, ଯୁବ ପୀଢ଼ିଙ୍କୁ ନୂଆ ଦିଶା ଦେଖାଉଛି l ସେଇ ଯୋଗଜନ୍ମା ମଣିଷଙ୍କୁ ଆଜି ଝୁରୁଛନ୍ତି ସମସ୍ତେ l ଏହି କ୍ରମରେ ଆଜି ଜନ୍ମମାଟି ଧର୍ମଗଡ଼ ବ୍ଲକ ଜୟନ୍ତପୁର ପଂଚାୟତ ରଏନଗୁଡ଼ା ସ୍ଥିତ ସମାଧି ପୀଠରେ ସ୍ଥାପିତ ପ୍ରତିମୂର୍ତ୍ତି ଅନାବରଣ ହେଇଛି l ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବହୁ ବିଶିଷ୍ଟ ବ୍ୟକ୍ତି ଅଖିଳଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଜଣେଇଥିଲେ l ଏହାପରେ ଆୟୋଜିତ ହୋଇଥିଲା କବିତା ପାଠ ସହ ସାଂସ୍କୃତିକ କାର୍ଯ୍ୟକ୍ରମ  l ଅଖିଳ ସାମାଜିକ ଏବଂ ସାଂସ୍କୃତିକ ଟ୍ରଷ୍ଟ ପକ୍ଷରୁ ଏବଂ ଅଖିଳଙ୍କ ଭାଇ ତଥା ବରିଷ୍ଠ ସାମ୍ବାଦିକ ଡମ୍ବରୁ ନାୟକଙ୍କ ପୌରୋହିତ୍ୟରେ ସମସ୍ତ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା l



Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe