//BREAKING//
Loading...

ନିଆଁକୁ ଆୟତ୍ତ କରିବାରେ ବନ ବିଭାଗ ବିଫଳ-- ପାଉଁଶ ହେଲା ୨୫ ହେକ୍ଟର ଜଙ୍ଗଲ,୧୫ ଦିନ ତଲେ ଲାଗିଥିଲା ନିଆଁ !!

 ନିଆଁକୁ ଆୟତ୍ତ କରିବାରେ ବନ ବିଭାଗ ବିଫଳ-- ପାଉଁଶ ହେଲା ୨୫ ହେକ୍ଟର ଜଙ୍ଗଲ,୧୫ ଦିନ ତଲେ ଲାଗିଥିଲା ନିଆଁ !!



କଲମ ପୁର:---

(ତର୍ଜମା ବ୍ୟୁରୋ )

ଗ୍ରୀଷ୍ମ ପ୍ରବାହ ଆରମ୍ଭ ନ ହେଉଣୁ ଜଙ୍ଗଲର ବିଭିନ୍ନ ସ୍ଥାନରେ ନିଆଁ ଲାଗିବା ଆରମ୍ଭ ହୋଇ ଯାଇଛି । ଏହାର କାରଣ କ'ଣ ହୋଇଥାଇ ପାରେ । ଏହାକୁ ପରଖିବା ପାଇଁ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ଥିଲା ଆମ  ତର୍ଜମା ନ୍ୟୁଜ ଟିମ । ଆମ୍ଭକୁ ସୂଚନା ମିଳିଥିଲା ଥୁଆମୂଳ ରାମପୁର ଦକ୍ଷୀଣ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ତ କଲମପୁର ବନପାଳଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ଦାସିଗାଁ ବିଟ ଅଞ୍ଚଳର ଜଙ୍ଗଲରେ ନିଆଁ ଲାଗିଛି,ଆମ୍ଭେ ଘଟଣା ସ୍ଥଳରେ ଯାଇ ପହଞ୍ଚିଲୁ ।ଯାହା ସୂଚନା ମିଲିଲା ଦୀର୍ଘ ୧୫ ଦିନ ତଲେ ଏହି ନିଆଁ ଲାଗିଛି, ବିଭାଗକୁ ସୂଚନା ଦେଲେ ମଧ୍ୟ କେହି ଶୁଣିଲେ ଫଳରେ ୨୫ ହେକ୍ଟର ଜଙ୍ଗଲ ଜଳି ଭସ୍ମୀଭୂତ ହୋଇ ଯାଇଛି ।




ଏହି ଜଙ୍ଗଲରେ ବନ ବିଭାଗ ପକ୍ଷରୁ ୨୦୨୩/୨୪ ଆର୍ଥିକ ବର୍ଷରେ ୪୦ ହଜାର ବିଭିନ୍ନ ପ୍ରଜାତିର ଚାରା ରୋପଣ କରାଯାଇଥିଲା,ପାହାଡି ଶିଶୁ, ବାଲି ଶିଶୁ, ଅଁଳା,ଖିନ, କାଜୁ, ପଣସ, ଆମ୍ବ ଭଳି ବିଭିନ୍ନ କିସମର ଚାରା ରୋପଣ ହୋଇଥିଲା । ଏହାର କ୍ଷେତ୍ରଫଳ ୨୫ ହେକ୍ଟର ହୋଇଥିବା ବେଳେ ଅନୁକମ୍ପା ମୂଳକ ବନିକରଣ ଯୋଜନାରେ ଏହି କାର୍ଯ୍ୟ ହୋଇଛି । ଉଦ୍ଦେଶ୍ୟ ଲଣ୍ଡା ପାହାଡ଼ରେ ବନିକରଣ କରି ପରିବେଶ ସନ୍ତୁଳନ ସହିତ ସବୁଜମୟ କରିବା, କିନ୍ତୁ ବାସ୍ତବ ଚିତ୍ର ଏଠାରେ ଅନ୍ୟ କିଛି ବଖାଣିଛି,ନିଜ ଦୋଷ ଦୁର୍ବଳତା ଲୁଚାଇବା ସକାଶେ ଏହା ଫନ୍ଦି ଫିକର ନୁହେତୋ ବୋଲି ବଡପ୍ରଶ୍ନ ଛିଡା ହୋଇଛି । ଅଭିଯୋଗ ଅନୁସାରେ ଲଣ୍ଡା ପାହାଡ଼ରେ ବନିକରଣ ପରିବର୍ତ୍ତେ ଘଞ୍ଚ ଜଙ୍ଗଲରେ ବାଡହିଲ କାମ କରାଯାଇଛି,ସମତଳ ଓ ଲୋକ ଦେଖାଣିଆ ସ୍ଥାନରେ କାଁଭାଁ କାମ ସାରି ଦେଇ ବାକିତକ ଚଲୁ କରାଯାଇଛି, ଯେଉଁ ଅଧିକାରୀ ଏହି ଘଞ୍ଚ ଜଙ୍ଗଲରେ ବାଡହିଲ କାମ ପାଇଁ ସ୍ଵିକୃତି ଦେଲେ ତାଙ୍କ ଭୁମିକା ଏଠାରେ ସଂଦେହ ସୃଷ୍ଟି କରିଛି, ଯଦିଓ ଏହି ବାଡହିଲ କାମ ହୋଇଥିବା ସ୍ଥାନ ଜଙ୍ଗଲ ସୁରକ୍ଷା ସମିତି ଅଧିନରେ ଆସୁଛି ତଥାପି ଗ୍ରାମ୍ୟ ଜଙ୍ଗଲ ସୁରକ୍ଷା ସମିତିର ମତାମତ ନିଆଯାଇ ନାହିଁ ।ଏଥି ସହିତ ଏହି ବାଡହିଲ କାମ ହୋଇଥିବା ସ୍ଥାନରେ ଗଛ କ୍ଲିନିଙ୍ଗ,ୱୋଡିଙ୍ଗ,ଘାସ ବଛା, ଫାୟାର ଲାଇନ କଟିଙ୍ଗ,ଟ୍ରେଞ୍ଚ କାମ ଓ ମରାମତି ଭଳି କେତେ କାମ କରାଯାଇ ରକ୍ଷଣାବେକ୍ଷଣା ପାଇଁ ମାନବ ସମ୍ବଳ ଯୋଗାଇ ଦିଆ ଯାଇଛି । ଏତେ ସବୁ କାମ ଓ ବିପୁଳ ପରିମାଣର ଅର୍ଥ ଶ୍ରାଦ୍ଧ ହେବା ପରେ ବି ଜଙ୍ଗଲରେ ନିଆଁ ଲାଗି ସଂପୂର୍ଣ୍ଣ ଧ୍ୱଂସ ହୋଇ ଯାଉଛି କିପରି ? ଜୟପାଟଣା ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ଭିତରକୁ ଇଡି ପ୍ରବେଶ କରିବା ଓ କଳାହାଣ୍ଡି ଭିଜିଲାନ୍ସ ଡିଏସପି ଡିଏଫଓ ଙ୍କୁ ଥୁଆମୂଳ ରାମପୁର ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ତ ସମସ୍ତ ନଥିପତ୍ର ମାଗିବା ପରେ ଏହି ଗଳା ବାଟ ଆପଣାଉ ନାହିଁ ତୋ ବନ ବିଭାଗ ବୋଲି ଜନ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe