କଳାହାଣ୍ଡି ରେ ଲଜ୍ୟା ଗଣ ଦୁଷ୍କର୍ମ ଘଟଣା: ଚପେଇ ଦେବା ପାଇଁ ଚାପ ପଛରେ କିଏ ??
ତର୍ଜମା ନ୍ୟୁଜ୍:---
କଳାହାଣ୍ଡି ରେ ପୁଣି ଏକ ଲଜ୍ୟା, ମାର୍ଚ୍ଚ 26 ତାରିଖ ରାତି ରେ ଘଟି ଥିବା ଗଣଦୁଷ୍କର୍ମ ଘଟଣା କୁ ଜୁନାଗଡ ପୋଲିସ ଗ୍ରାମ ରକ୍ଷୀ ଜରିଆରେ ଖବର ପାଇ ସୁଦ୍ଧା ନିରବ ରହିବା ଅର୍ଥ 30 ତାରିଖ ଓଡିଶା ର ମୁଖ୍ୟ ମନ୍ତ୍ରୀ ଙ୍କ କଳାହାଣ୍ଡି ଗସ୍ତ ଅଟେ ବୋଲି ଅଭିଯୋଗ ହେଉଛି । ଏକ ତାରିଖ ଏତେଲା ରଖି 2 ତାରିଖ ଦିନ ତୁଳସୀ ରାମ ବିଶ୍ଵାଳ ନାମକ 63 ବର୍ଷ ବୟସ୍କ ଲୋକକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହି ପରି ଏକ ଜଘନ୍ୟ ମାମଲା ରେ ଅନ୍ୟ ତିନି ଜଣ ସମ୍ପୃକ୍ତ ଥିବା ସତ୍ତ୍ୱେ ପୋଲିସ ଜଣକୁ ଥାନା କୁ ଆଣି ଥିଲେ ଓ କିପରି ଥାନା ରୁ ଛାଡ଼ି ଦେଲେ ତାହା ଜୁନାଗଡ ପୋଲିସ କୁ ସନ୍ଦେହ ଘେର କୁ ଟାଣୁଛି । ଏ ସମ୍ପର୍କ ରେ ସ୍ଥାନୀୟ ଗଣ ମାଧ୍ୟମ କିମ୍ଵା ଜିଲ୍ଲା ସ୍ତରୀୟ ଗଣ ମାଧ୍ୟମ ପ୍ରତିନିଧି ମାନଙ୍କ ପାଖରେ କୌଣସି ସୁଚନା ନଥିଲା । ଗତ 6 ତାରିଖ ଦିନ ଏକ ବିଶ୍ଵସ୍ତ ସୂତ୍ର ରୁ ସମ୍ବାଦ ଜିଲ୍ଲା ପ୍ରତିନିଧି ଶ୍ରୀ ଦେବେନ୍ଦ୍ର ବିଶି ଓ ବରିଷ୍ଠ ସାମ୍ବାଦିକ ମହମ୍ମଦ ଅଲ୍ଲୀ ସୁଚନା ପାଇବା ପରେ ସତ୍ୟା ସତ୍ୟ ଅନୁସନ୍ଧାନ ଆରମ୍ଭ କରି ଥିଲେ । କୁନାଗଡ ପୋଲିସ ପକ୍ଷରୁ କୌଣସି ସୁଚନା ବା ତଥ୍ଯ ମିଳି ପାରିଲା ନାହିଁ ଏପରିକି ଧର୍ମ ଗଡ ଏସ ଡି ପି ଓ ମଧ୍ଯ ଏଡେଇ ଦେଇଥିଲେ । ତେବେ ଗତ କାଲି ସମ୍ବାଦ ରେ ଖବର ପ୍ରକାଶନ ପରେ ଜିଲ୍ଲା ର ନୂତନ ଏସପି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ଥାନା ରେ ଜଣେ ଇନ୍ସପେକ୍ଟର ଙ୍କୁ ନିଯୁକ୍ତି ଦେବା ସହ ନିଜେ ଦିନ ତମାମ କୁନାଗଡ ରେ ଉପସ୍ଥିତ ରହି ତିନୋଟି ସ୍ଵତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଛନ୍ତି । ଜୁନାଗଡ ଥାନା ରେ ଜୈନିକ ସବ ଇନ୍ସପେକ୍ଟର ଦାୟୀତ୍ବ ରେ ରହି ଥିବା ବେଳେ ସେ କାଲି ଠାରୁ ଛୁଟି ରେ ଯାଇଥିବା ଘଟଣା ଆଶ୍ଚର୍ୟ୍ଯ କରିଛି । ଏହିପରି ଏକ ଜଘନ୍ୟ ଓ ସ୍ପର୍ଶ କାତର ଘଟଣା କୁ ଯେଉଁ ପୋଲିସ ଅଧିକାରୀ ମାନେ ଚପାଇ ଦେବା ପାଇଁ ଉଦ୍ୟମ କରି ତଦନ୍ତ ପ୍ରକ୍ରିୟା ରେ 11 ଦିନ ବିଳମ୍ବ କଲେ ସେମାନଙ୍କ ପ୍ରତି ବିଭାଗୀୟ ତଦନ୍ତ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭିନ୍ନ ମହଲ ରୁ ଦାବୀ ହେଇଛି ।
ଫେରାଇ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ସହ ପୀଡ଼ିତା ଙ୍କୁ ଯଥା ସମ୍ଭବ ନ୍ୟାୟ ପ୍ରଦାନ୍ ଓ ସାହାଯ୍ୟ ଦେବା ପାଇଁ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବୀ ହେଇଛି । ଏଠାରେ ସୁଚନା ଯୋଗ୍ୟ ଯେ, ଏହି ଘଟଣା ଘଟିବା ପର ଠାରୁ ଥାନା ଭିତର ପଛ ପଟେ ଏକ ନିର୍ଦ୍ଧିଷ୍ଟ ରାଜ ନୈତିକ ଦଳ ର 25,/ 30 ନେତା ମିଟିଂ, ବୈଠକ ଓ ଡେରା ପକେଇ ଜୁନାଗଡ ଥାନା କୁ ଦଳୀୟ କାର୍ଯ୍ୟାଳୟ ଭାବେ ଚଲେଇ ଛନ୍ତି । ଥାନା ଯଦି କୌଣସି ରାଜ ନୈତିକ ଦଳ ର ନେତା, କର୍ମୀ ଙ୍କ ଦଳୀୟ କାର୍ଯ୍ୟାଳୟ ବା ବୈଠକ ଖାନା ହୁଏ ଓ ଜଘନ୍ୟ ଘଟଣା କୁ ଚପେଇ ଦେବା ପାଇଁ ସମସ୍ତ ଉଦ୍ୟମ ହୁଏ ତେବେ ସାଧାରଣ ଲୋକ କିପରି ନ୍ୟାୟ ପାଇ ପାରିବେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।
ସ୍ଵତନ୍ତ୍ର ପ୍ରତିନିଧି,
ତର୍ଜମା ନ୍ୟୁଜ,
Post a Comment