ରାତ୍ର କାଳୀନ କ୍ରିକେଟ୍ ମ୍ୟାଚ୍ ଆରମ୍ଭ!!
ଭବାନୀ ପାଟଣା:---
( ତର୍ଜମା ନ୍ୟୁଜ)
ଭବାନୀପାଟଣା ମୁନିସିପାଲିଟି ଅନ୍ତର୍ଗତ ୱାର୍ଡ ନଂ 19 ରେ ଅବସ୍ଥିତ ଦର୍ପଣ ସାଗର ପଡିଆ ଠାରେ ମା ଗଙ୍ଗାଦିଗୁଡ଼ି କ୍ଲବ, ମନ୍ଦାର ବଗିଚା ପଡ଼ା ତରଫରୁ ଦ୍ଵିତୀୟ ଥର ପାଇଁ ରାତ୍ରକାଳୀନ circle କ୍ରିକେଟ ପ୍ରତିଯୋଗିତା ଆରମ୍ଭ ହୋଇଯାଇଅଛି I ଗତକାଲିର ଏକ ଗୁରୁତ୍ୱପୂର୍ଣ ମ୍ୟାଚ ରେ କଳାହାଣ୍ଡି ବ୍ୟାଡ଼ମିଣ୍ଟନ ଆସୋସିଏସନ ର ଜିଲ୍ଲା ସଭାପତି ପ୍ରଦୀପ କୁମାର ଦାସ (ବାପି) ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହି ଦୁଇଟି ଦଳର ସମସ୍ତ ଖେଳାଳି,ଅମ୍ପIୟାର, ଦର୍ଶକ ତଥା ଆୟୋଜକ କମିଟି ର ସମସ୍ତଙ୍କୁ ଉତ୍ସIହିତ କରିବା ସହ ଭବାନୀପାଟଣା ତଥା ଆଖପାଖ ଅଂଚଳ ର ବିଭିନ୍ନ ଖେଳାଳି ମାନଙ୍କୁ ଏକ ସୁଯୋଗ ଦେବା ଅବସରରେ ଏକ ସୁନ୍ଦର ପ୍ରତିଯୋଗିତା ର ଆୟୋଜନ କରିଥିବାରୁ ଧନ୍ୟବାଦ ଜଣାଇଥିଲେ I ପରିଶେଷରେ ମ୍ୟାଚ ର ବିଶିଷ୍ଟ ଖେଳାଳି କୁ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଦାସ ଟ୍ରଫି ପ୍ରଦାନ କରିଥିଲେ I ଆୟୋଜକ କମିଟି ତରଫରୁ ଫପି ସିଂ, ରୁପେଶ, ସୋନୁ, ଜିତୁ, ନରେନ୍ଦ୍ର, ଅକ୍ଷୟ, ରାଜା, ପପୁ, ରବି, ଜଗା, ଟିଟୁ, ବାବୁ, ମୁକେଶ, ବିଶାଳ, ଲାଲା ଆଦି ସଦସ୍ୟ ଗଣ ସହଯୋଗ କରିଥିଲେ I
Post a Comment