//BREAKING//
Loading...

ସାମ୍ବାଦିକତା ର ମୂଲ୍ୟବୋଧ ସଙ୍କଟ ରେ!!

 

ସାମ୍ବାଦିକତା ର ମୂଲ୍ୟବୋଧ ସଙ୍କଟ ରେ!!

ସ୍ଵତନ୍ତ୍ର ଉପସ୍ଥାପନା:---



ଆଉ ସେ ଦିନ ନାହିଁ, ବିସ୍କୁଟ ମିଡ଼ିଆ, ଓ ଗୋଦୀ ମିଡ଼ିଆ , ଦଲାଲ ମିଡ଼ିଆ, ସରକାରୀ  ମିଡ଼ିଆ, ସରକାର ବିରୋଧୀ ମିଡ଼ିଆ ର୍ ଯୁଗ ହେଲାଣି ।ସାମ୍ବାଦିକ ନିଜ ସ୍ବାଭିମାନ କୁ ବନ୍ଧା ରଖି , ବୋଲକରା ସାଜିଛି । 2014 ରେ ଏକ କଳଙ୍କିତ ଅଧ୍ୟାୟ ଆରମ୍ଭ ହୋଇ ସରକାର କୁ ଆସିବା ପାଇଁ ଏକ ରାଜନୀତିକ ଦଳ ମିଡ଼ିଆ  ପ୍ରଚାର ପାଇଁ 47 ହଜାର କୋଟି ଟଙ୍କା ବ୍ୟୟ କରି ଥିବା  ସେ ସମୟ ରେ ସୋସିଆଲ ମିଡ଼ିଆ ରେ ସୁଚନା ମିଳି ଥିଲା । ବର୍ତମାନ ବହୁ ଚର୍ଚ୍ଚିତ ପେଡ ମିଡ଼ିଆ ଯୁଗରେ ନୁମ୍ କୁ ପିସ୍ତଲ ଭାବେ ବ୍ୟବହାର କରି ଗତ କିଛି ମାସ ତଳେ ଦିନ ବେଳିଆ ଡକାୟତି ଭଳି ସଙ୍ଗୀନ ଅଭିଯୋଗ ରେ ଜେଲ ଯିବା ଜାମିନ ରେ ଆସିବା ଭଳି  ଅଭିଯୋଗ ହୋଇଥିଲା । ସମୟ କହିବ ବିଚାରାଧୀନ ରହିଛି ।ଗତ 26 ତାରିଖ ରାତି ରେ କଳାହାଣ୍ଡି ଜିଲ୍ଲାରେ ଘଟିଥିବା ଜଘନ୍ୟ ଗଣ ଦୁଷ୍କର୍ମ ଘଟଣା ରେ ଅଧିକାଂଶ କଲମ କୁ ଛୁରୀ ଓ ବୁମ କୁ ପିସ୍ତଲ୍ ଭାବେ ବ୍ୟବହାର କରୁଥିବା  ସମାଜ ର ଚତ୍ରୁର୍ଥ ଖ....ମ୍ବ ରେ କଳଙ୍କି ଲାଗିଲା ନା ପାଟି ଭିତରେ ବିସ୍କୁଟ ଭରି ଯାଇଛି ।ସାମ୍ବାଦିକ ମାନେ ଆତ୍ମ ଚିନ୍ତନ ଓ ସ୍ବାଭିମାନ ରକ୍ଷା କରିବା ସମୟ । ନିରୋଳା ରେ ବସି ଆତ୍ମ ଚିନ୍ତନ କରନ୍ତୁ । ଗଣ ମାଧ୍ୟମ ପରାଧୀନ ହେଲେ  ଗଣତନ୍ତ୍ର ଧ୍ଵଂସ  ହେବା  ନିଶ୍ଚିତ  ଅଟେ। କିଛି ହାଇ ଲେବଲ୍ ଦଲାଲ କେବେ ଗ୍ରାଉଣ୍ଡ ଜିରୋ କେବେ ନ ଦେଖି ରାଜଧାନୀ ମାନଙ୍କ ରେ  ରହି  ନିଜ ସ୍ବାର୍ଥ ସାଧନ ପାଇଁ ଗ୍ରାମାଞ୍ଚଳ ର ସାମ୍ବାଦିକ ମାନଙ୍କ କାନ୍ଧ ରେ କଲମ ରୁପି ଛୁରୀ, ଵୁମ୍ ରୁପି ପିସ୍ତଲ ବ୍ୟବହାର କରି ପଥ ଭ୍ରଷ୍ଟ କରିବାକୁ ମଧ୍ଯ ପଛାଉ ନାହାଁନ୍ତି । ତେବେ ନୂତନ ପିଢ଼ି ର ସାମ୍ବାଦିକ ବନ୍ଧୁ ମାନେ ଏପରି ସାମ୍ବାଦିକତା ର କଳଙ୍କିତ ସ୍ୱରୂପ ମାନଙ୍କୁ ଚିହ୍ନି ରଖି ନିଜକୁ ସମାଜ ର କଲ୍ୟାଣ ପାଇଁ ସଂକଳ୍ପ ନେଲେ ଦେଶ ର ଭବିଷ୍ୟତ ସୁରକ୍ଷିତ ରହିବା ସହ୍ ସାମ୍ବାଦିକତା ର ମୂଲ୍ୟବୋଧ ବଞ୍ଚି ରହିବ ।

ମହମ୍ମଦ ଅଲ୍ଲୀ ଖାଁ, 

ବରିଷ୍ଠ ସାମ୍ବାଦିକ, ମୁଖ୍ୟ ସମ୍ପାଦକ 

       " ତର୍ଜମା ନ୍ୟୁଜ"

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe