କଳାହାଣ୍ଡିଆ ଅସ୍ମିତା ଉପରେ ପ୍ରଶ୍ନବାଚୀ
!
(ସ୍ଵତନ୍ତ୍ର ଉପସ୍ଥାପନା)
୨୬ମାର୍ଚ୍ଚ ରାତି ରେ ଘଟିଥିବା ଜଘନ୍ୟ ଗଣ ଦୁଷ୍କର୍ମ ଘଟଣା ସମ୍ପର୍କ ରେ କୌଣସି ରାଜନୈତିକ ଦଳ, ରାଜନେତା, ବୁଦ୍ଧିଜୀବୀ, ସାମାଜିକ କର୍ମି, ଅଧିକାଂଶ ଗଣ ମାଧ୍ୟମ, ଏ ପର୍ଯ୍ୟନ୍ତ 19 ଦିନ ବିତି ଯାଇଥିଲେ ସୁଦ୍ଧା ସ୍ୱର୍ ଉଠେଇ ନାହାନ୍ତି। ପୀଡ଼ିତା ଙ୍କୁ ମାନବିକତା ଦୃଷ୍ଟି ରୁ ସାମାନ୍ୟ ସମବେଦନା ଜଣାଇ ନାହାନ୍ତି , କିମ୍ଵା ଏ ଭଳି ଏକ ଅମାନବୀୟ ଘଟଣା କୁ ନିନ୍ଦା କିମ୍ଵା ପୀଡ଼ିତା ଙ୍କ ପ୍ରତି ସରକାରୀ ସହାୟତା ଟିକେ ପାଇଁ ମଧ୍ଯ ମୁହଁ ଖୋଲି ନାହାନ୍ତି ।ଘଟଣା କୁ ସ୍ଥାନୀୟ ପୋଲିସ ଚପେଇବା ଉଦ୍ୟମ କରିବା ୨ ତାରିଖ ଜଣକୁ ଗିରଫ କରି ଚୁପ ରହିବା, ଘଟଣା ର ୧୦ ଦିନ ପରେ ବିଭିନ୍ନ ସୂତ୍ର ରୁ ସୁଚନା ପାଈ ସମ୍ବାଦ ଦୈନିକ ରେ ପ୍ରକାଶିତ ହେବା, ତୁରନ୍ତ ନୂତନ ଏସ୍ ପି ଜଣକୁ ଅସ୍ଥାୟୀ ଆଇଆଇସି ନିଯୁକ୍ତି କରି ନିଜେ ଜୁନାଗଡ ଥାନା ରେ ଦିନ ତମାମ ଉପସ୍ଥିତ ରହି, ତିନୋଟି ସ୍ଵତନ୍ତ୍ର ଟିମ ଗଠନ କରି ଫେରାଇ ଅନ୍ୟ ତିନି ଜଣ ଙ୍କୁ ଗିରଫ କରିବା ପାଇଁ ମିଶନ ଆରମ୍ଭ କରି ୨୪ ଘଣ୍ଟା ମଧ୍ୟରେ ଫେରାର ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ଘଟଣା ପରଷ୍ପର ସହ ତାଳ ନଥିବା ପରି ମନେ ହୁଏ । କାହିକିଁ ଓ କାହାର ଚାପ ରେ ଦଶ ଦିନ ସ୍ଥାନୀୟ ପୋଲିସ ଚୁପ୍ ରହିବା, ଏସପି ଙ୍କ ହଟାତ ଘଟଣା ର ୧୨ ଦିନ ପରେ ଥାନା ରେ ପହଞ୍ଚି ୨୪ ଘଣ୍ଟା ମଧ୍ୟରେ ତିନି ଜଣଙ୍କୁ ଗିରଫ କରିବା ସତ୍ତ୍ୱେ ସ୍ଥାନୀୟ ଗଣ ମାଧ୍ୟମ ଜିଲ୍ଲା ସ୍ତରୀୟ ଗଣ ମାଧ୍ୟମ ନୀରବ ରହିବା ଭଳି ମାରାତ୍ମକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ତେବେ ଯେଉଁ ମାନେ ଏଭଳି ଜଘନ୍ୟ ଦୁଷ୍କର୍ମ ଘଟଣା ପରେ ଚୁପ ରହି ପାରିଲେ ସେମାନଙ୍କ ପାରିବା ପଣିଆ କୁ ଧନ୍ୟବାଦ୍ ଦେଈ ସେଇ କଳାହାଣ୍ଡି ଅସ୍ମିତା ର ସୌଦାଗର ମାନଙ୍କ କଳଙ୍କିତ ବିଚାର ଧାରା କୁ ଭର୍ତ୍ସନା କରୁଛି । ଛି, ଛି ଛି ରେ କଳାହାଣ୍ଡିଆ ଅସ୍ମିତା ର ଲୁଟେରା ମାନେ । ଧିକ୍ ତୁମ ମାନଙ୍କ ପାରିବା ପଣିଆ କୁ !!
ମହମ୍ମଦ ଅଲ୍ଲୀ,
ବରିଷ୍ଠ ସାମ୍ବାଦିକ,
ମୁଖ୍ୟ ସମ୍ପାଦକ,
"ତର୍ଜମା ନ୍ୟୁଜ"
Post a Comment