କଲମପୁର -୧୭/୪(ତର୍ଜମା ନ୍ୟୁଜ)
ଅନାସ୍ଥା ଭୋଟ ରେ କଲମ ପୂର୍ ବ୍ଲକ ଅଧ୍ୟକ୍ଷା ପରାଜିତ
ହୋଈ ଥିବା ଜଣା ପଡିଛି । ବିଜୟୀ ମାନେ ଉତ୍ସବ ପାଳନ କରୁଥିବା ଦେଖି ଵାକୁ ମିଳିଛି ।, କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅଧ୍ୟକ୍ଷା ମୋତି ବିହାରୀଙ୍କ ବିରୋଧରେ ବୁଧବାର ଅନାସ୍ଥା ଭୋଟ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି l ମୋଟ ୨୪ ଜଣ ଭୋଟରଙ୍କ ମଧ୍ୟରୁ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ଏବଂ ସମିତି ସଦସ୍ୟ ଓ ସରପଞ୍ଚ ମିଶି ସର୍ବମୋଟ ୨୨ ଜଣ ମତଦାନ କରିଥିଲେ l ସେମାନଙ୍କ
ମଧ୍ୟରୁ ୨୧ ଟି ଭୋଟ ଅନାସ୍ଥା ସପକ୍ଷରେ ରହିଥିବା ବେଳେ ଗୋଟିଏ ଭୋଟ ନାକଚ ହୋଇଥିବା ଉପସ୍ଥିତ ଭୋଟର ମାନେ ମତପ୍ରକାଶ କରିଛନ୍ତି l ଅତିରିକ୍ତ ଉପ ଜିଲ୍ଲାପାଳ ଅଜୟ ପ୍ରକାଶ ତୀର୍କୀ ନିର୍ବାଚନ ଅଧିକାରୀ ଭାବେ ଉପସ୍ଥିତ ରହି ଏହି ଅନାସ୍ଥା ଭୋଟ ନିର୍ବାଚନ ପରିଚାଳନା
କରିଥିଲେ,ଧର୍ମଗଡ଼ ଉପ ଜିଲ୍ଲାପାଳ ମଧ୍ୟ ବ୍ଲକ କାର୍ଯ୍ୟାଳୟରେ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଥିଲେ l କଲମପୁର ତହସିଲଦାର ସ୍ମରଣିକା ତୁଲ, ବିଡ଼ିଓ ବିଜୟ କୁମାର ମାଡାଙ୍ଗି ମଧ୍ୟ ଉପସ୍ଥିତ ଥିଲେ l
ଗତ ମାର୍ଚ୍ଚ ମାସ ୧୦ ତାରିଖ ଦିନ କଲମପୁର ବ୍ଲକର ୧୦ ଜଣ ସମିତି ସଦସ୍ୟ ଏବଂ ୯ ଜଣ ସରପଞ୍ଚ ମାନେ ବ୍ଲକ ଅଧ୍ୟକ୍ଷା ମୋତି ବିହାରୀଙ୍କ ମନମୁଖୀ କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ଅଧ୍ୟକ୍ଷାଙ୍କ ଵିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଧର୍ମଗଡ଼ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ l
ବୁଧବାର ଅନାସ୍ଥା ଭୋଟ ସମୟରେ ବ୍ଲକ ଅଧ୍ୟକ୍ଷା ମୋତି ବିହାରୀ ମଧ୍ୟ ଉପସ୍ଥିତ ଥିଲେ l ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୧ ପ୍ଲାଟୁନ ପୁଲିସ ଏବଂ ୫ ଜଣ ପୁଲିସ ଅଧିକାରୀଙ୍କୁ ମୁତୟନ କରାଯାଇଥିବା ଥାନା ଅଧିକାରୀ ନୀଳାମ୍ବର ଯାନୀ ସୂଚନା ଦେଇଛନ୍ତି l ତେବେ ସରକାରୀ ଭାବେ ଏହା ଘୋଷଣା ହୋଈ ନାହଁ ।ଦିନ ତମାମ କଲମ ପୁର୍ ର ଏହାକୁ ନେଇ ସାଧାରଣ ଙ୍କ ମଧ୍ୟରେ ବେଶ ଉତ୍କଣ୍ଠା ଦେଖିବାକୁ ମିଳି ଥିଲା6 । ତେବେ ଆଗମୀ ଦିନରେ ଏହି ଅନାସ୍ଥା ଭୋଟ ରେ ଅଧ୍ୟକ୍ଷା ଙ୍କ ପରାଜିତ ହେବା ଘଟଣା ପଞ୍ଚାୟତ ନିର୍ବାଚନ ରେ ବେଶ ପ୍ରଭାବ ପଡ଼ିବ ବୋଲି ଆଲୋଚନା ହେଉଛି । ତେବେ ସରକାରୀ ସ୍ତର ରେ ଏ ପର୍ଯ୍ୟନ୍ତ କୌଣସି ଘୋଷଣା ହୋଈ ନ ଥିବା ଜଣା ପଡିଛି ।
କଲମପୁର ରୁ ସୁରେନ୍ଦ୍ରକୁମାରନାଏକଙ୍କ ରିପୋର୍ଟ!!
Post a Comment