ସିନ୍ଦୁର ରାଜନୀତି ଏକ ସମୀକ୍ଷା !!
-----
ସିନ୍ଦୂର ଭାରତୀୟ ପତିବ୍ରତା ନାରୀ ର ଆତ୍ମ ସମ୍ମାନ, ମର୍ଯ୍ୟାଦା ଓ ସାତ ଜନ୍ମ ର ସନ୍ତକ ଅଟେ । ଏହାକୁ ଜଦର୍ୟ୍ଯ କରା ନ ଯାଉ। ସିନ୍ଦୁର କୌଣସି ନାରୀ କୁ ପଠେଇବା ର କାହାକୁ ଅଧିକାରୀ ନାହିଁ । ଅଗ୍ନି କୁ ସାକ୍ଷୀ ରଖି ଜନ୍ମ୍ ଜନ୍ମାନ୍ତର ପାଇଁ ପୁରୁଷ ନିଜ ପତ୍ନୀ ମଥାରେ ଟୋପାଏ ସିନ୍ଦୁର ଦେଈ ଥାଏ । ତାହା ପବିତ୍ରତା , ସମର୍ପଣ ଓ ନାରୀ ର ଆତ୍ମ ମର୍ଯ୍ୟାଦା ର ପ୍ରତୀକ ଅଟେ । ବିଶ୍ଵ ର ସମସ୍ତ ସମ୍ପତ୍ତି ବଦଳ ରେ ଟୋପାଏ ସିନ୍ଦୁର, ତାର ଆତ୍ମ ସମ୍ମାନ, ମର୍ଯ୍ୟାଦା କିଣା ଯାଇ ପାରିବ ନାହିଁ ।
ଯିଏ ନିଜ ପତ୍ନୀ ର ମଥା ର ଟୋପାଏ ସିନ୍ଦୁର ର ମର୍ଯ୍ୟାଦା ଜାଣି ନାହିଁ, ନାରୀ ର ଆତ୍ମ ମର୍ଯ୍ୟାଦା ଓ ତାର ଭାବନା କୁ ଉପେକ୍ଷା କରି ବିଶ୍ଵାସଘାତକତା କରି ପାରେ ସେହି ପରି କୃତଘ୍ନ ମୁଁହ ରୁ ସିନ୍ଦୁର ଶବ୍ଦ ବାହାରିବା ସମଗ୍ର ନାରୀ ସମାଜ ପାଇଁ ଅପମାନ ଓ କଳଙ୍କ ଅଟେ । ଯଦି ନାରୀ ର ସମ୍ମାନ କରିବା ପାଇଁ ଇଚ୍ଛା ନାହିଁ ତେବେ ନାରୀ ର ଭାବନା, ଆତ୍ମ ସମ୍ମାନ କିମ୍ବା ଅପମାନ କରିବା ର ମଧ୍ୟ କାହାର ଅଧିକାର ନାହିଁ । ସିନ୍ଦୁର ରାଜନୀତି ର ଅସ୍ତ୍ର ନ ହେଉ ।
ରାଜନୀତି ସ୍ୱାର୍ଥ ସାଧନ ପାଇଁ *ହର ଘର ସିନ୍ଦୁର* କାର୍ଯ୍ୟକ୍ରମ ଭାରତୀୟ ନାରୀ ପ୍ରତି ତାଛଲ୍ୟ କିମ୍ଵା ଉପହାସ କରା ନ ଯାଉ । ନାରୀ କେବଳ ନିଜ ପତି ର ସିନ୍ଦୁର ମଥାରେ ଲଗେଇ ଥାଏ । ତାହା ବାଣ୍ଟିବା କିମ୍ବା ମାଗଣା ପ୍ରତ୍ୟେକ ନାରୀ କୁ ପଠେଇବା ବସ୍ତୁ ନୁହେଁ ।
ମହମ୍ମଦ ଅଲ୍ଲୀ ଖାଁ,
ବରିଷ୍ଠ ସାମ୍ବାଦିକ,
Post a Comment