କେମିତିି କଟୁଛି ଚକମାଙ୍କ ପ୍ରଥମରାତି :ଜେଲ ଭିତରେ ଥିବା ମେଡ଼ିକାଲ ବେଡ ରେ , ଡିପ୍ରେଶନ ଅବଜର୍ଭେଶନ ରେ ରଖା ଯାଇ ଥିବା ସୁଚନା ।
ପ୍ରଶାସନିକ ଖେଳ ଆରମ୍ଭ, ଆଜି ଯୁବ ଆଇଏଏସ ଧର୍ମଗଡ ଉପ ଜିଲ୍ଲାପାଳ ଧିମାନ ଚକମା ଦଶ ଲକ୍ଷ ଟଙ୍କା ଲାଞ୍ଚ ଗ୍ରହଣ ଘଟଣା ରେ ଗିରଫ ହୋଇ କଳାହାଣ୍ଡି ର ମୁଖ୍ୟ ଭବାନୀ ପାଟଣା ଜେଲ ରେ ବିଚାର ବିଭାଗୀୟ ହାଜତ କୁ ପଠେଇ ଦିଆ ଯାଇଛି । ତେବେ ମାନ୍ୟବର କୋର୍ଟ କୁ ନେବା ପୂର୍ବରୁ ଚକମା ଙ୍କ ଭିଜିଲାନ୍ସ କାର୍ଯ୍ୟାଳୟ ରେ ବରିଷ୍ଠ ଭେଷଜ ବିଶେଷଜ୍ଞ ମେଡ଼ିକାଲ ଟେଷ୍ଟ କରିଥଲେ । କିନ୍ତୁ ଜେଲ ହାଜତ କୁ ଯିବା ପରେ ଚକମା ଙ୍କୁ ଜେଲ ଭିତରେ ଥିବା ମେଡ଼ିକାଲ ବେଡ ରେ ଡିପ୍ରେଶନ ଯୋଗୁଁ ରଖା ଯାଇ ଥିବା ଜଣା ପଡିଛି । ରାଜ୍ୟର ପ୍ରଥମ ଜଣେ ଆଇଏଏସ ଏତେ ବିପୁଳ ପରିମାଣ ର ଟଙ୍କା ଲାଞ୍ଚ ନେବା ସମଗ୍ର ରାଜ୍ୟ, ଦେଶ , ଓ ଜିଲ୍ଲା ପ୍ରଶାସନ କୁ ଦୋହଲାଇ ଦେଇଛି । ରାଜ୍ୟର ବରିଷ୍ଠ , ଅଭିଜ୍ଞ ଭିଜିଲାନ୍ସ ଟିମ୍ ଡୀର୍ଘ୍ ଡିଁ ର ଅକ୍ଲାନ୍ତ ପରିଶ୍ରମ ରେ ଲାଞ୍ଚ ଘଟଣା ଆଜି ସମଗ୍ର ଦେଶ ରେ ଚାନ୍ଚଲ୍ୟ ସୃଷ୍ଠି କରିଛି । ତେବେ ଜେଲ ଭିତରେ ବିଚାରାଧୀନ କଏଦୀ ଭାବରେ ପ୍ରଥମ ରାତି ମେଡ଼ିକାଲ ବେଡ ରେ ସମସ୍ତଙ୍କ ଠାରୁ ଅଲଗା ହୋଈ ଆରାମ ରେ ରହିବା ଘଟଣା ଉଚ୍ଚ ପ୍ରଶାସନିକ ଲବି କେତେ ଶକ୍ତିଶାଳୀ ଏଥିରୁ ସ୍ପଷ୍ଟ ଅନୁମେୟ । ତେବେ ଜାମିନ ନ ମିଳିବା ପର୍ୟ୍ୟନ୍ତ କେତେ ମାସ, କେତେ ଦିନ ଚକମା ଆଇନ କୁ ଚକମା ଦେଇ ମେଡ଼ିକାଲ ଅଭର୍ଭେଶନ ରେ ରହିବେ ଦେଖିବାକୁ ବାକି ରହିଲା ।



Post a Comment