//BREAKING//
Loading...

ବଳଙ୍ଗା ପୀଡ଼ିତାଙ୍କ ଅବସ୍ଥା ଗୁରୁତର କହିଲେ AIIMS ନିର୍ଦ୍ଦେଶକ, ସେପଟେ ପୀଡିତାଙ୍କ ବୟାନ ରେକର୍ଡ

 

ତର୍ଜମା ନ୍ୟୁଜ ବ୍ୟୁରୋ :-ପୁରୀ ବଳଙ୍ଗା ପୀଡ଼ିତାଙ୍କ ଅବସ୍ଥା ଗୁରୁତର ଅଛି କହିଲେ AIIMS ନିର୍ଦ୍ଦେଶକ । ଆସନ୍ତା ୭୨ ଘଣ୍ଟା ଗୁରୁତ୍ବପୂର୍ଣ୍ଣ ରହିଛି । ୪୮ ଘଣ୍ଟା ଅବଜରଭେସନ୍‌ରେ ରହିବେ । ବର୍ତ୍ତମାନ ସେ ଭେଣ୍ଟିଲେଟରରେ ନାହାନ୍ତି, ICUରେ ଅକ୍ସିଜେନ୍‌ ସପୋର୍ଟରେ ଅଛନ୍ତି । ୭୫ ପ୍ରତିଶତ ଶରୀର ପୋଡ଼ିଛି । ୨୦/୨୫ ପ୍ରତିଶତ ଛାଡ଼ି ସବୁ ପୋଡ଼ିଛି । ଏହା ହେଉଛି ସେକେଣ୍ଡ ଓ ଥାର୍ଡ ଡିଗ୍ରୀ ବର୍ଣ୍ଣ୍ ବୋଲି ସେ କହିଛନ୍ତି । କିନ୍ତୁ ପୀଡ଼ିତା ଏବେ କଥାବାର୍ତ୍ତା କରୁଛନ୍ତି ।


ସେପଟେ ପୀଡିତାଙ୍କ ବୟାନ ରେକର୍ଡ ହୋଇଛି । ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ବୟାନ ରେକର୍ଡ ହୋଇଛି । ପୀଡ଼ିତାଙ୍କ ବୟାନ ଆଧାରରେ ତଦନ୍ତ ଆରମ୍ଭ ହୋଇଛି । ସ୍ଥାନୀୟ ଅଞ୍ଚଳର ସିସିଟିଭି ଯାଞ୍ଚ କରି ଛାନଭିନ୍‌ ଜାରି ରହିଛି । ସମସ୍ତ ଘଟଣାକୁ ଭିଡ଼ିଓଗ୍ରାଫି କରାଯାଇଛି ।


ବର୍ତ୍ତମାନ ତାଙ୍କର ଅଧିକ ଯତ୍ନ ନେବାର ଆବଶ୍ୟକ ରହିଛି । ପ୍ରାଥମିକ ଚିକିତ୍ସା ସହ ବ୍ଲଡ଼ ପ୍ରେସର ନିୟନ୍ତ୍ରଣ ପାଇଁ ଚିକିତ୍ସା ହେଉଛି । ତାଙ୍କର ସ୍ପେସିଆଲ କେୟାର ନିଆଯାଉଥିବା ନେଇ କହିଛନ୍ତି କାର୍ଯ୍ୟକାରୀ ନିର୍ଦେଶକ ଏମ୍ସ ଭୁବନେଶ୍ୱର ଡା ଆଶୁତୋଷ ବିଶ୍ୱାସ ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe