//BREAKING//
Loading...

ରିଷିଗାଁ ପ୍ରଥମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ।

 



ଭବାନୀପାଟଣା:--- ( ତର୍ଜମା ବ୍ୟୁରୋ ନ୍ୟୂଜ ) ସଦର ବ୍ଳକ ଅନ୍ତର୍ଗତ ରିଷିଗାଁ ସି.ଆର.ସି.ସି.ବୈକୁଣ୍ଠ ବେମାଲ ଙ୍କ ନେତୃତ୍ୱରେ କ୍ଲଷ୍ଟର ଅଧିନସ୍ଥ କୁଳିଆମାଲ ଉଚ୍ଚ ବିଦ୍ୟାଳୟ ଠାରେ ଚଳିତ ଶିକ୍ଷା ବର୍ଷର ପ୍ରଥମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଏକ ଉତ୍ସାହପୂର୍ଣ୍ଣ ଶୈକ୍ଷିକ ବାତାବରଣ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଭବାନୀପାଟଣା ବ୍ଲକ ଶିକ୍ଷା ଅଧିକାରୀ ଆଚାରୀ ଶବର ,ସମ୍ମାନିତ ଅତିଥି ଭାବରେ କୁଳିଆମାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନଳିନୀ କୁମାରି କଂହର, ଯୋଗଦାନ କରି ଉପସ୍ଥିତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ ଜୁଲାଇ ମାସରେ ଶୈକ୍ଷିକ କ୍ୟାଲେଣ୍ଡର, ବିଦ୍ୟାଳୟ ବିକାଶ ଯୋଜନ।,ବିଦ୍ୟାଳୟ ସୁରକ୍ଷା ନିରାପତ୍ତ ଯୋଜନା ,ଶିଶୁ ବାଟିକା ଓ ଏଫ.ଏଲ.ଏନ.ଶ୍ରେଣୀ ର ଶିକ୍ଷା ର ମାନ ବୃଦ୍ଧି ସମ୍ୱଦ୍ଧିୟ ସବିଶେଷ ତଥ୍ୟ ଉପସ୍ଥାପନ କରିବା ସହ ନିଜ ନିଜ ଦାୟୀତ୍ବ ଓ କର୍ତ୍ତବ୍ୟ ଉପରେ ଗୁରୁତ୍ୱ ଅରୋପ କରିଥିଲେ।ସାଥେ ସାଥେ ବିଦ୍ୟାଳୟ ର ଶିକ୍ଷଣ ସାମଗ୍ରୀ ପରିପୂର୍ଣ୍ଣ ଏଫ.ଏଲ.ଏନ.ଶ୍ରେଣୀ କକ୍ଷ ପରିଦର୍ଶନ କରିଥିଲେ। 


ଲୋହରା କୁନି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ ଆଚାରୀ ସଂଖ୍ୟା ଜ୍ଞାନ ଓ ବନମାଳୀ ନାୟକ ଭାସା ସମ୍ମନ୍ଧୀୟ ବହୁଶ୍ରେଣୀ ବହୁସ୍ତରୀୟ ଶ୍ରେଣୀ ପରିଚାଳନା ଉପରେ ମାର୍ଗ ଦର୍ଶନ କରିଥିଲେ।ଏହି ମାସିକ କ୍ଲଷ୍ଟର ସ୍ତରୀୟ ବୈଠକରେ ସମସ୍ତ ବିଦ୍ୟାଳୟ ର ପ୍ରଧାନ ଓ ଏଫ.ଏଲ.ଏନ.ଶ୍ରେଣୀର ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିବାବେଳେ ବରିଷ୍ଠ ଶିକ୍ଷୟିତ୍ରୀ ତ୍ରୁପ୍ତୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ବୈଠକର ସମସ୍ତ ପ୍ରକାର ସଫଳତା କୁଳିଆମାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଏବଂ ସି.ଆର.ସି.ସି.ବୈକୁଣ୍ଠ ବେମାଲ ଙ୍କ ସୁ ବ୍ୟବସ୍ଥା ସମସ୍ତଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe