//BREAKING//
Loading...

ଶେଷ ପାହାଚରେ ତଦନ୍ତ, ଜଣାପଡ଼ିବ କିଏ ଦେଇଥିଲା ପେଟ୍ରୋଲ




ବାଲେଶ୍ୱର FM କଲେଜ ଛାତ୍ରୀ ମୃତ୍ୟୁ ମାମଲା। ତଦନ୍ତ କରୁଥିବା ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକଙ୍କ ବଡ଼ ବୟାନ। ଅଭିଯୁକ୍ତ HOD ସମୀର ସାହୁଙ୍କ ବିରୋଧରେ ମିଳିଛି ବଳିଷ୍ଠ ପ୍ରମାଣ । ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଧେଶକ ତଥା କମିଟି ମୁଖ୍ୟ କାଳୀ ପ୍ରସନ୍ନ ମହାପାତ୍ର କହିଛନ୍ତି ସମୀରଙ୍କ ବିରୋଧରେ କିଛି ପ୍ରମାଣ ମିଳିଛି । ଶନିବାର କମିଟିର ତଦନ୍ତ ଶେଷ ହେବ । ଖୁବଶୀଘ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ । ପ୍ରଥମେ ୪ ଜଣ ଛାତ୍ରଛାତ୍ରୀଙ୍କ ସହ କିଛି କର୍ମଚାରୀଙ୍କୁ ପଚରା ଉଚରା ହୋଇଛି ।


ଅନ୍ୟପଟେ ବାଲେଶ୍ବରରେ କ୍ରାଇମବ୍ରାଞ୍ଚ ଟିମ୍‌ ପହଞ୍ଚି ତନାଘନା ଜାରି ରଖିଛି । ଦୁଇଦିନ ଧରି FM କଲେଜ ନିକଟ ପେଟ୍ରୋଲ ପମ୍ପରେ ମ୍ୟାନେଜର ସମେତ ଅନ୍ୟ କର୍ମଚାରୀଙ୍କୁ ପଚରାଉଚୁରା କରିଛି କ୍ରାଇମବ୍ରାଞ୍ଚ ଟିମ୍ । ଟିମ୍‌ରେ ସାମିଲ ଅଛନ୍ତି କ୍ରାଇମବ୍ରାଞ୍ଚ୍ ଡିଏସପି ଏମାନ କଲ୍ୟାଣ ନାୟକଙ୍କ ସମେତ ଅନ୍ୟ ଅଧିକାରୀ। ମୃତ ଛାତ୍ରୀଙ୍କୁ କିଏ ଦେଇଥିଲା ପେଟ୍ରୋଲ ସେନେଇ ତଦନ୍ତ କରିଥିଲେ ।


ଶୁକ୍ରବାର ମୃତ ଛାତ୍ରୀଙ୍କ ଜଣେ ସାଙ୍ଗ ଯେଉଁ ବୟାନ ଦେଇଛନ୍ତି ତାହା ସମସ୍ତଙ୍କୁ ଅଆଶ୍ଚର୍ଯ୍ୟ କରିଛି । ସେ କହିଛନ୍ତି... ଯିଏ ମରିଗଲେ ମୁଁ ତାଙ୍କ ସାଙ୍ଗ । ମୁଁ ତାଙ୍କ କଲେଜରେ ପଢ଼େନି, କିନ୍ତୁ ଖବର ପାଇ ସ୍କୁଟି ନେଇ ସାଙ୍ଗେ ସାଙ୍ଗେ ପହଞ୍ଚଲି । ଆଉ ସେଇଠି ଦେଖିଲି ସେ ତଳେ ପଡ଼ିଛନ୍ତି । କଲେଜ୍ ଷ୍ଟାଫ୍‌ ମଧ୍ୟ କେହି ତାଙ୍କୁ ସାହାଯ୍ୟ କରିବାକୁ ଆସୁ ନାହାନ୍ତି । ତାଙ୍କ ଦେହରେ ଯେତେବେଳେ ନିଆଁ ଲାଗିଲା ସେ ପ୍ରିନ୍ସପାଲଙ୍କ ଚାମ୍ବରକୁ ଯିବାକୁ ଚେଷ୍ଟା କରୁଥିଲେ, ତାହା ସିସିଟିଭିରେ ଦେଖ‌ିବାକୁ ମିଳିଥିଲା। ଏହାପରେ କଲେଜର ମଞ୍ଚ ପାଖକୁ ଯାଇଥିଲେ, ଆଉ ସେଇଠି ହିଁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ପଡିଥିଲେ।


ସେଠାରେ ଥିବା ଛାତ୍ରୀଛାତ୍ର, ଅଧ୍ୟାପିକା, ଅଧ୍ୟାପକ କିଛି ସାହାଯ୍ୟ କରୁନଥିଲେ। ଉପରେ ଗୋଟେ ଓଢଣୀ ପଡିଥିଲା। କିଛି ସମୟ ପରେ ସୌମ୍ୟାଶୀ କହିଥିଲେ ମୋତେ ଟିକେ ପାଣି ଦରକାର। ତାଙ୍କର ଜଣେ ବଡ଼ ଭାଇ ପାଣି ଆଣିକି ଦେଇଥିଲେ, ପିଇବା ପରେ ଆମ୍ବୁଲାନ୍ସ ଆସି ପହଞ୍ଚିଥିଲା। ସୌମ୍ୟାଶ୍ରୀ ଚିତ୍କାର କରୁଥିଲେ, ଆଉ କହୁଥିଲେ ମୋତେ ବହୁତ କଷ୍ଟ ହେଉଛି, ମୁଁ ଠିକ୍ ହୋଇଯିବି ତ । ହେଲେ କିଛି ସମୟ ପରେ ତାଙ୍କର ଆଉ ଚିତ୍କାର ଶୁଭିନଥିଲା। ବୋଧ ହୁଏ ତାଙ୍କର ଚେତା ପଳାଇଥିଲା।


ଏଭଳି କଥା ଶୁଣିବା ପରେ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ଆସୁଛି । ଯଦି ଜଣେ ଛାତ୍ରୀ ପ୍ରିନ୍ସିପାଲଙ୍କ ଅଫିସ ପାଖରୁ ଜୀଅନ୍ତା ଜଳି ଜଳି ବାହାରକୁ ଆସିଲା, ତା ପଛେ ପଛେ କାହିଁକି କୌଣସି କର୍ମଚାରୀ ବଞ୍ଚାଇବାକୁ ଆସିଲେ ନାହିଁ । କେବଳ ବାହାରେ ଥିବା କିଛି ଛାତ୍ର ନିଜ ସାର୍ଟ ଖୋଲି ନିଆଁକୁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ ଏବଂ ନିଜେ ବି ଗୁରୁତର ହୋଇଥିଲେ । ପ୍ରିନ୍ସିପାଲ ଅଫିସରେ କୌଣସି ମୋଟା ପରଦା ଲାଗିନଥିଲା କି ? ନା ପ୍ରିନ୍ସିପାଲଙ୍କ ଚେୟାରରେ ଟାଓ୍ୱାଲ ପଡ଼ିନଥିଲା । ସେଥିରେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ବୋଧ ହୁଏ, ଛାତ୍ରୀ ଅତ୍ୟଧିକ ପୋଡ଼ିନଥାନ୍ତେ ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe