ଗଞ୍ଜେଇ ତରଳ ଆକାରରେ ଚାଲାଣ କରାଯାଉଥିବା ନେଇ ପ୍ରଥମେ ସୂଚନା ପାଇଥିଲା ପୋଲିସ । ଏହା ପରେ ପୋଲିସ ରେଡ୍ କରିଥିଲା । ଆନ୍ଧ୍ରପ୍ରଦେଶର ୮ ଜଣ ଲୋକ ଜଙ୍ଗଲ ରାସ୍ତା ଦେଇ ତରଳ ଗଞ୍ଜେଇ ଚାଲାଣ କରୁଥିଲେ । ରେଡ୍ ବେଳେ ବାଇକ୍ରେ ତରଳ ଗଞ୍ଜେଇ ଛାଡ଼ି ଅଭିଯୁକ୍ତ ଖସି ପଳାଇଛନ୍ତି ।
ବିଶ୍ଵସ୍ତ ସୂତ୍ରରୁ ଚିତ୍ରକୋଣ୍ଡା ପୋଲିସକୁ ଗଞ୍ଜେଇ ବାବଦରେ ଖବର ମିଳିଥିଲା । ଯାହା ପରେ ଚିତ୍ରକୋଣ୍ଡା ପୋଲିସ ଚଢ଼ାଉ କରିବା ବେଳେ ବାଇକ୍କୁ ଘଞ୍ଚ ଜଙ୍ଗଲେ ଛାଡ଼ି ଦେଇ ପଳାଇଥିଲେ ଅଭିଯୁକ୍ତ । ପୋଲିସ ବାଇକ୍ ନିକଟରୁ ପ୍ଲାଷ୍ଟିକ ଜରିରେ ଥିବା ତରଳ ଗଞ୍ଜେଇ ଜବତ କରିଥିଲା ।
ପୋଲିସର ପ୍ରାଥମିକ ଅନୁସନ୍ଧାନ ଅନୁସାରେ, ଚିତ୍ରକୋଣ୍ଡାରୁ ଜବତ ତରଳ ଗଞ୍ଜେଇକୁ ଆନ୍ଧ୍ରପ୍ରଦେଶ ଚାଲାଣ କରାଯାଉଥିଲା । ତେବେ ଓଡ଼ିଶାରେ ତରଳ ଗଞ୍ଜେଇ ମାମଲା ପ୍ରଥମ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତେଲଙ୍ଗାନା ଓ ତାମିଲନାଡ଼ୁରେ ଏହା ସାଧାରଣ ।


Post a Comment