ଭାରତୀୟ ଜାତୀୟ କଂଗ୍ରେସ ପ୍ରତିଷ୍ଠା ଦିବସ ଅବସର ରେ ଅନୁଚିନ୍ତା...!!
ଆଜି ଭାରତୀୟ ଜାତୀୟ କଂଗ୍ରେସର 141 ତମ ପ୍ରତିଷ୍ଠା ଦିବସ। ଗାଁ ରୁ ରାଜ୍ୟ ରାଜଧାନୀ, ଦେଶ ର ରାଜଧାନୀ ପର୍ଯ୍ୟନ୍ତ ଗାନ୍ଧୀ ବିଚାର ଧାରା ର ପ୍ରତୀକ ଖଦଡ଼ ଢିଲା, ପାଇଜାମା, ବା ଧୋତି, ବେଜରେ କଂଗ୍ରେସ୍ ରଙ୍ଗ ର ଗାମୁଛା, ଚେହେରା ରେ କୁଟିଳ ହସ ସାଙ୍ଗକୁ ଗାନ୍ଧୀ ନୀତି ଆଦର୍ଶ ଓ ଜାତୀୟ କଂଗ୍ରେସର ସମ୍ବିଧାନ ବିଷୟରେ ଜାଣିବାର ଦରକାର ନାହିଁ । କେବଳ ନିଜ ନେତା ଙ୍କ ଜିନ୍ଦାବାଦ ଓ ବିରୋଧୀ ଙ୍କ ମୁର୍ଦାବାଦ ଭିତରେ ସୀମିତ ରହିଛି. ଜିଲ୍ଲା, ବ୍ଲକ ସ୍ତର ରେ କଂଗ୍ରେସ ନୀତି ଆଦର୍ଶ ରୁ ବହୁ ଦୂରରେ ଥିବା କିଛି ସୁବିଧା ବାଦୀ ସାମାଜିକ ଲୁଟେରା ମାନଙ୍କ କବଳ ରେ ଆଜି କଂଗ୍ରେସ ଦଳ ସୀମିତ ହୋଇ ସଂକୁଚିତ ହୋଇ ଯାଇଛି. ଆଜିର ଏହି ମହାନ ଐତିହାସିକ ଦିବସ ରେ ଦଳ ର ପୁନଃ ନିର୍ମାଣ ପାଇଁ ଯଦି ଗାନ୍ଧି ବାଦୀ ଓ କଂଗ୍ରେସ ନୀତି, ଆଦର୍ଶ କୁ ବିଶ୍ୱାସ କରୁଥିବା ଗାନ୍ଧିବାଦୀ ମାନେ ଉଦ୍ୟମ ନ କରିବେ ତେବେ ଦୁର୍ଗମ ଅଞ୍ଚଳ ର ନିରୀହ ଶିଶୁ ମାନଙ୍କ ମଧ୍ୟାହ୍ନ୍ନ ଚାଉଳ ଲୁଟେରା, କମ୍ପାନୀ ଦଲାଲ ଓ ମାଫିଆ ଗୋଷ୍ଟି ମାନଙ୍କ କବଳ ରେ ରହି ଠିକାଦାର,, ସ୍ୱାର୍ଥ ପର ମାନଙ୍କ ଦ୍ୱାରା ମୁଲପୋଛ ହୋଇଯିବା ସମ୍ଭାବନା ଦେଖା ଦେଇଛି
ଏ ପରି ସମୟ ଆସିବ ଆମ ଉତ୍ତର ପିଢ଼ି କଂଗ୍ରେସ ର ନୀତି, ଆଦର୍ଶ ସମ୍ପର୍କ ରେ କେବଳ ଇତିହାସ ପୁସ୍ତକ ରେ ପଢିବେ।
ମହମ୍ମଦ ଅଲ୍ଲୀ, ମୁଖ୍ୟ ସମ୍ପାଦକ, ତର୍ଜମା...



Post a Comment