//BREAKING//
Loading...

୧୯୭୪ ବ୍ରଜମୋହନ ହାଇସ୍କୁଲ ଗୋଲ୍ଡେନ ମାଟ୍ରିକ ବ୍ୟାଚ ର ସପରିବାର ବନ୍ଧୁ ମିଳନ !!


 ୧୯୭୪ ବ୍ରଜମୋହନ ହାଇସ୍କୁଲ ଗୋଲ୍ଡେନ ମାଟ୍ରିକ ବ୍ୟାଚ ର ସପରିବାର ବନ୍ଧୁ ମିଳନ!!                                            ଭବାନୀ ପାଟଣା :- ତା -୨୨-୧୨-୨୦୨୫                                                           ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲାର ସର୍ବ ପୁରାତନ ବ୍ରଜ ମୋହନ ହାଇସ୍କୁଲ ଗୋଲ୍ଡେନ ମାଟ୍ରିକ ବ୍ୟାଚ୍ ଭାବେ ପରିଚିତ ୧୯୭୪ ବ୍ୟାଚ ର ୨୭ ତମ ବାର୍ଷିକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇ ଯାଇଛି ।୫୧ ବର୍ଷ ପୂର୍ବ ର ଶ୍ରୁତି କୁ ସାଉଁଟିବା ପାଇଁ ଚଳିତ ବର୍ଷ ଜିଲ୍ଲା ର ବିଭିନ୍ନ ଅଞ୍ଚଳ, ବଲାଙ୍ଗୀର, ସମ୍ବଲପୁର, ଭୁବନେଶ୍ୱର, ଛତିଶଗଡ, ରୁ ପୁରାତନ ଛାତ୍ର ବନ୍ଧୁ ମାନେ ଏକତ୍ରିତ ହୋଇ ଥିଲେ । ଭବାନୀ ପାଟଣା ନିକଟସ୍ଥ ଏସ, କେ, ହିଲ ଭିୟୁ, ଡଙ୍ଗର ପଦର ରିଶିଗା ଠାରେ ଆୟଜନ କରାଯାଇଥିଲା । ଗୋଟିଏ ଦିନ ପୂର୍ବରୁ ସପରିବାର ଭବାନୀ ପାଟଣା ପହଞ୍ଚି ଥିବା   ବନ୍ଧୁ ମାନଙ୍କୁ ସ୍ଵାଗତ କରିବା ପାଇଁ ହୋଟେଲ ଅମ୍ରାପାଲି କ୍ଲାସିକ ସମ୍ମିଳନୀ କକ୍ଷରେ ପ୍ରି  ବନ୍ଧୁ ମିଳନ ବାର୍ଷିକ ଉତ୍ସବର ପର୍ବ ରାତ୍ରି ରେ  ସମସ୍ତଙ୍କୁ ସ୍ଵାଗତ କରାଯାଇଥିଲା । ଏହି ଅବସର ରେ କାର୍ଯ୍ୟକାରୀ ସଭାପତି ଶ୍ରୀ ଶ୍ୟାମ ପ୍ରସାଦ ସାହୁ, ସମ୍ପାଦକ ରାମ ଶଙ୍କର ଦାସ, ଏବଂ ଭବାନୀ ପାଟଣା ରେ ଥିବା ବନ୍ଧୁ ମାନେ ଯୋଗ ଦେଇଥିଲେ । ରାୟଗଡ଼ା ର ପିଡିସି ଗ୍ରୁପ ଗ୍ରୁପ ତରଫରୁ ରଙ୍ଗାରଙ୍ଗ କାର୍ଯ୍ୟ କ୍ରମ ଆୟୋଜନ ହୋଇଥିଲା ।  ପୂର୍ବଦିନ ସଭାପତି ସୁଧାଂଶୁ ଶେଖର ଦେଓ,ସମ୍ପାଦକ ରାମଶଙ୍କର ଦାସ, କାର୍ଯ୍ୟକାରୀ ସଭାପତି ଶ୍ୟାମ ପ୍ରସାଦ ସାହୁ , କୋଷାଧ୍ୟକ୍ଷ ଶଶି ଯୋଷି ଙ୍କ ସଂଯୋଜନା ରେ ପ୍ରଥମେ ଚଳିତ ବର୍ଷ ତିନି ଜଣ ବନ୍ଧୁ ପଦ୍ମ ଲୋଚନ ମେହେର, ସନ୍ତୋଷ କମାନି ଓ ଶାହ ଫିରୋଜ ମହମ୍ମଦ ଙ୍କ ବିୟୋଗ ରେ ପ୍ରଦୀପ ପ୍ରଜ୍ବଳନ କରି ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।  ଏହି ଅବସର ରେ ରାଜସ୍ଥାନୀ ଫୋକ୍ ସଙ୍ଗୀତ ଗ୍ରୁପ , ପଶ୍ଚିମ ଓଡ଼ିଶା ର ସୁନାମ ଧନ୍ୟ ସମ୍ବଲପୁରୀ ଗୀତ ଗାୟକ ନୀଳାଚଳ ପାନ ଓ ତାଙ୍କ ଗ୍ରୁପ, ନବରଙ୍ଗ ପୁର ର ହିନ୍ଦୀ ଗୀତ ଗାୟକ ସମେତ ବନ୍ଧୁ ମାନେ ମଧ୍ୟ ସଙ୍ଗୀତ ପରିବେଷଣ କରି ମନୋରଞ୍ଜନ କରିଥିଲେ । ଉପସ୍ଥିତ ସମସ୍ତ ପୁରାତନ ଛାତ୍ର ବନ୍ଧୁ ମାନଙ୍କୁ  ମଞ୍ଚ ରେ ସମ୍ମାନିତ କରି  ଭବନାତ୍ମକ ଶ୍ରୁତି ଚିହ୍ନ ପ୍ରଦାନ କରାଯାଇଥିଲା ।କଳାହାଣ୍ଡି ର ସୁନାମଧନ୍ୟ ମଞ୍ଚ ସଂଯୋଜକ ସୁଧୀର ମଞ୍ଚ ପରିଚାଳନା କରିଥିଲେ । ବନ୍ଧୁ ମିଳନ ଉଦଯାପନୀ ଉତ୍ସବ ରେ ମହମ୍ମଦ ଅଲ୍ଲୀ ଖାଁ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ । ଏହି ଐତିହାସିକ ବନ୍ଧୁ ମାନେ ବିଦାୟ ନେବା ସମୟରେ ହୃଦୟସ୍ପର୍ଶି ଦୃଶ୍ୟ ଉପସ୍ଥିତି ସମସ୍ତ ପୁରାତନ ଛାତ୍ର ବନ୍ଧୁ ଏବଂ ତାଙ୍କ ପରିବାର ବର୍ଗଙ୍କୁ  ଭାବୁକ କରିଥିଲା ।







Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe