//BREAKING//
Loading...

ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ରିମଝିମ

ଆଜି ପବିତ୍ର ମକର ସଂକ୍ରାନ୍ତି ।ଭାରତୀୟ ସଂସ୍କୃତି ରେ ଆଜିର ଦିନ ଆଧ୍ୟାତ୍ମିକ ଦୃଷ୍ଟି ରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିନ ।ବିଭିନ୍ନ ନାଁ ରେ ଏହି ଦିନକୁ ପ୍ରତ୍ୟେକ ଭାରତୀୟ ପାଳନ କରନ୍ତି ।ନିଜ କୁଳ ଦେବଦେବୀ ଙ୍କୁ ପୂଜା ଅର୍ଚ୍ଚନା ସହ ପରସ୍ପରକୁ ଶୁଭେଚ୍ଛା ଜଣାଇବା ଓ ହସଖୁସିର ସହ ସମସ୍ତଙ୍କ ମଙ୍ଗଳ କାମନା କରନ୍ତି ।କିନ୍ତୁ ଆଜି ମୋ ପାଇଁ ଅଶୁଭ ସଂକ୍ରାନ୍ତି ।ପୂର୍ବତନ କଳାହାଣ୍ଡି ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ସ୍ବର୍ଗତ ଶିବ ଶଙ୍କର ପଟ୍ଟନାୟକ( ଶିଵଦା) ଙ୍କ ଅଳିଅଳି ଛୋଟ ଭଉଣୀ ସୁପ୍ରଭା ( ଲୀନା ) ସହ ଏକମାତ୍ର ୧୩ ବର୍ଷୀୟ ଝିଅ ରିମଝିମ ଙ୍କୁ ଏକ ଟ୍ରକ ପଛପଟୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ମୋ ସ୍ନେହର ଭାଣିଜୀ ରିମଝିମ ଙ୍କ ପରଲୋକ ଗମନ ଘଟିଛି ।ଏଥିସହ ଲିନା ଗୁରୁତର ଅବସ୍ଥାରେ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ।ପ୍ରାପ୍ତ ଖବର ଅନୁସାରେ ଉଭୟ ମାଆ ଓ ଝିଅ ନିଜ ସ୍କୁଟି ରେ ଚାଷ ଗାଁ ଘଣ୍ଟ ବାହାଲି କୁ ଯାଉଥିଲେ ।କିନ୍ତୁ ବିଧି ର ବିଧାନ ଭବାନୀପାଟଣା - ଜୁନାଗଡ଼ ଜାତୀୟ ରାଜପଥ ଜାଗାଞ୍ଜୁ ହୋଟେଲ ସମ୍ମୁଖରେ ଏକ ଟ୍ରକ ସ୍କୁଟି କୁ ଧକ୍କା ଦେଇଥିଲା ।ଫଳରେ ମାଆ ପଛରେ ବସିଥିବା ରିମଝିମ ର ମୁଣ୍ଡ ପଛପଟେ ଗୁରୁତର ଆଘାତ ଲାଗିଥିଲା ।ସମୟ ପ୍ରାୟ ଦିନ ୧୨ଘଣ୍ଟା ରୁ ୧୨,୩୦ ମିନିଟ ମଧ୍ୟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ମୋ ହୃଦୟ କୁ ଦୋହଲେଇ ଦେଇଛି ।ଲିନା ର  ଏହି ଅଳି ଅଳି ଝିଅ ରିମଝିମ  ପିଲାଟି ଦିନରୁ ବାପାଙ୍କ ସ୍ନେହ ଜାଣିନି। ବୈଧବ୍ୟ ର ଦାରୁଣ ଦୁଃଖ ଓ ଯନ୍ତ୍ରଣା କୁ ହସିହସି ଲିନା ନିଜ ଏକମାତ୍ର ସାହା ଭରସା ରିମଝିମ ଭିତରେ ଖୋଜି ଥାଏ ଆଶାର କିରଣ ।କିନ୍ତୁ ଲିନାର ଶେଷ ସନ୍ତକ, ସାହା ଭରସା, ରିମଝିମ ମାଆ କୋଳ କୁ ଶୂନ୍ୟତା ରେ ଭରି ଦେଇ ଚାଲିଗଲା ନିଜ ବାପା ପାଖକୁ ।ପ୍ରାୟ ଅନେକ ଦିନ ସନ୍ଧ୍ୟାରେ ରିମଝିମ ଟିଉସନ ରୁ ମାଆ ସହ ଫେରି ଗାନ୍ଧିଚୌକ ଦେଇ ମାର୍କେଟ ବୁଲି ଯାଏ ।ମୋ ସହ ନିଶ୍ଚୟ ଦେଖା ହୁଏ ଲିନାକୁ କହେ ମାଆ ହେଇଟି ମାମୁଁ ।ପାଖକୁ ଆସେ ହସି ଦିଏ ଗୋଡ଼ ଛୁଇଁ ନମସ୍କାର କରେ ।ଜଣେ ମେଧାବୀ ଛାତ୍ରୀ, ସର୍ଵ ଗୁଣ ସଂପନ୍ନା ମୋ ଭାଣିଜୀ କୁ ହରେଇ ଆଜି ଅତ୍ୟନ୍ତ ଦୁଃଖିତ ।ମାମୁଁ ସୁରେନ୍ଦ୍ର ଓ ଅଶୋକ, ଶିବ ଦା ଙ୍କ ଦୁଇ ପୁଅ ସାଗର ଓ ରବିନ ଓ ସମସ୍ତ ଜ୍ଞାତି କୁଟୁମ୍ବ ଆଜି ମର୍ମାହତ ।ଭଗବାନଙ୍କ ନିକଟରେ ଏତିକି ପ୍ରାର୍ଥନା ମୋ ଟିକି ଭଉଣୀ ଲିନାଓ ତାଙ୍କ ସମସ୍ତ ପରିବାର, ଜ୍ଞାତି କୁଟୁମ୍ବଙ୍କୁ ଏ ଦାରୁଣ ଦୁଃଖ ସହିବା ପାଇଁ ଭଗବାନ ଶକ୍ତି ପ୍ରଦାନ କରନ୍ତୁ ।ଏ ସୁନ୍ଦର ସୃଷ୍ଟି କୁ ଭଲଭାବରେ ଦେଖିବା ପୂର୍ବରୁ ଅସମୟରେ ମାତ୍ର ୧୩ ବର୍ଷ ବୟସରେ ସଂସାର ତ୍ୟାଗ କରି ଥିବା ରିମଝିମ କୁ ଭଗବାନ ଶାନ୍ତି ପ୍ରଦାନ କରନ୍ତୁ । ଓଁଶାନ୍ତି -ଓଁଶାନ୍ତି-ଓଁଶାନ୍ତି- ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ରିମଝିମ ବେଟା ।

1 Comments

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe