ଭୁବନେଶ୍ବର :-(ତର୍ଜମା ନ୍ୟୁଜ)ରାଜ୍ୟର ଗୃହରକ୍ଷୀ ମାନଙ୍କ ପାଇଁ ଖୁସି ଖବର।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗୃହରକ୍ଷୀ ମାନଙ୍କ ଡ୍ୟୁଟି କଲ୍ ଅପ୍ ଭତ୍ତାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏହା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଭ କରିଛି।ଗୃହରକ୍ଷୀ ମାନଙ୍କ ୩୮ ପ୍ରତିଶତ ଡ୍ୟୁଟି କଲ୍ ଅପ୍ ଭତ୍ତା ବୃଦ୍ଧି ମୁଖ୍ୟମନ୍ତ୍ରୀ ଙ୍କ ଅନୁମୋଦନ ଲାଭ କରିଛି। ପୂର୍ବରୁ ଡ୍ୟୁଟି କଲ୍ ଅପ୍ ଭତ୍ତା ୯୦୦୦ ମିଳୁଥିଲା ଏବେ ତାହା ବୃଦ୍ଧି କରାଯାଇ ୧୨,୪୮୦ ଟଙ୍କା କରାଯାଇଛି ।ପୂର୍ବରୁ ଗୃହରକ୍ଷୀ ମାନଙ୍କୁ ଡ୍ୟୁଟି କଲ୍ ଅପ୍ ଭତ୍ତା ଭାବରେ ମାସିକ ୯୦୦୦ ଟଙ୍କା ମିଳୁଥିବା ବେଳେ ଏହାକୁ ଦୈନିକ ୪୧୬ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହାଦ୍ବାରା ସେମାନଙ୍କ କଲ୍ ଅପ୍ ଭତ୍ତା ଭାବରେ ମାସିକ ୧୨,୪୮୦ ଟଙ୍କା ମିଳିବ। ଏତଦ୍ବ୍ୟତୀତ ପୂର୍ବରୁ ମିଳୁଥିବା ଅନ୍ୟାନ୍ୟ ଭତ୍ତା ମଧ୍ୟ ପୂର୍ବବତ୍ତ ମଧ୍ୟ ପୂର୍ବ ଭଳି ମିଳିବ ।
ରାଜ୍ୟ ଗୃହରକ୍ଷୀ ଙ୍କ ମାସିକ କଲ ଅପଭତ୍ତା ୩୮ ପ୍ରତିଶତ ବୃଦ୍ଧି ।
By: Tarzama News
0



Post a Comment