ଜୟପାଟଣା:- (ତର୍ଜମା ନ୍ୟୁଜ) ଜୟପାଟଣା ବ୍ଳକ ଅନ୍ତର୍ଗତ ବଡ଼ ପୁଝାରୀଗୁଡା ଠାରୁ କୁକୁଡି କୁ ସଂଯୋଗ କରୁଥିବା ରାସ୍ତା ପୋଡାଖୋଲ ଠାକୁରାଣୀ ମନ୍ଦିର ନିକଟସ୍ଥ ବ୍ରିଜ ଲଗାଣ ବର୍ଷା ଯୋଗୁଁ ଆଜି ସକାଳୁ ଭୁଷୁଡି ଯିବାରୁ ଯାତାୟତ ରେ ବାଧାପ୍ରାପ୍ତ ହୋଇଛି l ଏହି ରାସ୍ତାଟି ଗୋଟିଏ ପଟେ ଆମପାଣି-ନବରଙ୍ଗପୁର କୁ ସଂଯୋଗ କରୁଥିବା ବେଳେ ଅନ୍ୟ ପଟେ ଜୟପାଟଣା ବ୍ଳକ କୁ ସଂଯୋଗ କରୁଛି। ଏହି ରାସ୍ତା ସ୍ଥାନୀୟ ଅଞ୍ଚଳ ଲୋକଙ୍କ ମୁଖ୍ୟ ରାସ୍ତା ପାଳଟି ଥିବାରୁ ଆଗାମୀ ଦିନରେ ବହୁତ ଅସୁବିଧାର ସମ୍ମୁଖୀନ ହେବାର ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି l ତେଣୁ ଶିଘ୍ର ଏହାର ସମାଧାନ କରିବାକୁ ଜନସାଧାରଣ ଦାବି କରିଛନ୍ତି l
Reporter:- ଗଣେଶ କୁମାର ଭାଟି



Post a Comment