//BREAKING//
Loading...

ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାର ୧୫ଜଣ ପାଇବେ ରାଷ୍ଟ୍ରପତିଙ୍କ ପୋଲିସ ସେବା ପଦକ। ।

 


ଭୁବନେଶ୍ୱର:---(ତର୍ଜମା ବ୍ୟୁରୋ ନ୍ୟୁଜ)ସ୍ବାଧୀନତା ଦିବସ ଅବସରରେ ଚଳିତ ବର୍ଷ ଓଡ଼ିଶାରୁ ୧୫ଜଣ ପୁଲିସ କର୍ମଚାରୀଙ୍କୁ ସେବା ପଦକ ମିଳିବ। ସେମାନଙ୍କ ମଧ୍ୟରୁ ୨ଜଣ ପୁଲିସ କର୍ମଚାରୀଙ୍କୁ 'ସାହସିକତା ପୁଲିସ ପଦକ,୨ଜଣଙ୍କୁ 'ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତିଙ୍କ ପୁଲିସ ପଦକ' ଏବଂ ୧୧ଜଣଙ୍କୁ 'ଗୁଣାତ୍ମକ ସେବା ପାଇଁ ପୁଲିସ ପଦକ' ପାଇବାକୁ ମନୋନୀତ କରାଯାଇଛି ।ସାହସିକତା ପାଇଁ ଓଡ଼ିଶାରୁ ଯେଉଁ ଦୁଇଜଣ ପୁଲିସ ପଦକ ପାଇବେ ସେମାନେ ହେଲେ କମାଣ୍ଡୋ କୁମାର କର୍ମୀ ଓ କମାଣ୍ଡୋ ପୀତବାସ ପାଣ୍ଡେ।ସେହିପରି, ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତିଙ୍କ ପୁଲିସ ପଦକ ପାଉଥିବା ୨ଜଣ ଅଧିକାରୀ ହେଉଛନ୍ତି ଭୁବନେଶ୍ବର-କଟକ ପୁଲିସ କମିସନର୍‌ ସୌମ୍ୟେନ୍ଦ୍ର କୁମାର ପ୍ରିୟଦର୍ଶୀ ଏବଂ ଭୁବନେଶ୍ବରସ୍ଥିତ 'ସିକ୍ୟୁରିଟି ୱିଙ୍ଗ୍‌'ର ଭାରପ୍ରାପ୍ତ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ସରୋଜ କୁମାର ମହାପାତ୍ର।ଏହାଛଡ଼ା, ଗୁଣାତ୍ମକ ସେବା ପାଇଁ ପୁଲିସ ପଦକ ପାଇଥିବା ୧୧ଜଣ ପୁଲିସ କର୍ମଚାରୀମାନେ ହେଉଛନ୍ତି, କଟକ ଭିଜିଲାନ୍‌ସ୍‌ ସେଲ୍‌ ନିର୍ଦେଶାଳୟର ଅତିରିକ୍ତ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ପ୍ରକାଶ କୁମାର ନାଏକ, ଭୁବନେଶ୍ବର 'ଏସ୍‌.ଟି.ଏଫ୍‌.', 'ସି.ଆଇ.ଡି.', 'ସି.ବି.'ର ଡେପୁଟି ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ସଚ୍ଚିଦାନନ୍ଦ ରଥ, ଭୁବନେଶ୍ବର 'ବି.ପି.ଏସ୍‌.ପି.ଏ.'ର ଡେପୁଟି ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଗୁରୁପ୍ରସାଦ ଶିବଶଙ୍କର ନନ୍ଦ, ରାଉରକେଲା ଡେପୁଟି ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ବନୀତା ମାଝୀ, କଟକ 'ସିଆଇଡି, 'ସିବି'ର ପୁଲିସ ସବ୍‌-ଇନ୍‌ସପେକ୍ଟର୍‌ ଏନ୍‌. ତ୍ରିନାଥ ଦୋରା, ସମ୍ବଲପୁର ସ୍ପେସାଲ୍‌ ସ୍କ୍ବାଡ୍‌ର ସହକାରୀ ପୁଲିସ ସବ୍‌-ଇନ୍‌ସ୍‌ପେକ୍ଟର୍‌ ମହମ୍ମଦ୍‌ ଜାହାଙ୍ଗୀର, ଝାରସୁଗୁଡ଼ା 'ଓଏସ୍‌ପି' ୨ୟ ବାଟାଲିୟାନ୍‌ର ହାବିଲ୍‌ଦାର ବିଷ୍ଣୁ କୁମାର ବୁରା, ଅନୁଗୁଳର ଡ୍ରାଇଭର୍‌ ହାବିଲ୍‌ଦାର ହୃଷୀକେଶ ବାରିକ, କୋରାପୁଟର 'ଏସ୍‌ଓଜି', 'ଏଇଟି' ଏବଂ 'ଆର୍‌.ସି.'ର ସହକାରୀ ଆର୍‌ମୌରର୍‌ ବସନ୍ତ କୁମାର ଡାକୁଆ, ସୁନ୍ଦରଗଡ଼ 'ଡିଏଫ୍‌ଏସ୍‌ଏଲ୍‌'ର କନେଷ୍ଟବଳ ଅଞ୍ଜନ କୁମାର ମହାନ୍ତି ଓ କୋରାପୁଟ୍‌ 'ଓଏସ୍‌ଏପି' ୩ୟ ବାଟାଲିୟନ୍‌ର ସିପାହୀ ପ୍ରଶାନ୍ତ ପରିଡ଼ା।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe