//BREAKING//
Loading...

ଓଡ଼ିଶାର କୋରାପୁଟ ଜିଲ୍ଲାର ଜୟପୁର ଓ କଳାହାଣ୍ଡିର ଉତକେଲା ଏୟାରପୋର୍ଟକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି ବିଜେଡି ରାଜ୍ୟସଭା ସାଂସଦମାନସ ରଞ୍ଜନ ମଙ୍ଗରାଜ ।



 ନୂଆଦିଲ୍ଲୀ:-(ତର୍ଜମା ବ୍ୟୁରୋ ନ୍ୟୁଜ):--- ଓଡ଼ିଶାର କୋରାପୁଟ ଜିଲ୍ଲାର ଜୟପୁର ଓ କଳାହାଣ୍ଡିର ଉତକେଲା ଏୟାରପୋର୍ଟକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି ବିଜେଡି ରାଜ୍ୟସଭା ସାଂସଦମାନସ ରଞ୍ଜନ ମଙ୍ଗରାଜ । ସଂସଦରେ ସ୍ୱତନ୍ତ୍ର ଆଲେଖ୍ୟ ଜରିଆରେ ଏହି ପ୍ରସଙ୍ଗ ଉଠାଇ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ  ୨୦୧୭ ମସିହାରେ ମାଓ ଅଧ୍ୟୁଷିତ କୋରାପୁଟ ଓ କଳାହାଣ୍ଡିରେ ଦୁଇଟି ବିମାନବନ୍ଦର ପାଇଁ ଯୋଜନା ହୋଇଥିଲା ।ସେହି ଅନୁସାରେ ଜୟପୁର ଓ ଉତକେଲା ବିମାନବନ୍ଦର କୁ ଉଡାନ ଯୋଜନାରେ ସାମିଲ ମଧ୍ୟ କରାଯାଇଥିଲା ।ବହୁ ଦାବି ପରେ ୨୦୨୦ରେ କାମ ଆରମ୍ଭ ହୋଇଥିଲା । ଏହି ଦୁଇଟି ବିମାନବନ୍ଦର ସହ ଝାରସୁଗୁଡ଼ା ବିମାନବନ୍ଦର କାମ ଆରମ୍ଭ ହୋଇଥିଲା । ଝାରସୁଗୁଡ଼ା ବିମାନବନ୍ଦର କାର୍ଯ୍ୟକ୍ଷମ ହୋଇସାରିଥିବାବେଳେ ଜୟପୁର ଓ ଉତକେଲା ବିମାନବନ୍ଦର ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନାହିଁ । କଳାହାଣ୍ଡି ଓ କୋରାପୁଟ ରାଜ୍ୟର ଅନ୍ୟତମ ବ୍ୟବସାୟୀକ ପେଣ୍ଠସ୍ଥଳୀ, କିନ୍ତୁ ଦୁଇଟି ଯାକ ବିମାନବନ୍ଦର କାର୍ଯ୍ୟକ୍ଷମ ହୋଇପାରୁ ନ ଥିବାରୁ ଲୋକଙ୍କ ଦୀର୍ଘ ବର୍ଷର ସ୍ବପ୍ନ ପୂରଣ ହୋଇପାରୁନି । ଏଥିସହ ଏହି ଦୁଇ ଜିଲ୍ଲା ମାଓ ପ୍ରଭାବିତ ହୋଇଥିବାରୁ ଏହି ଦୁଇଟି ବିମାନବନ୍ଦର କୁ  ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ରାଜ୍ୟସଭା ରେ ଦାବି କରିଛନ୍ତି ସାଂସଦ ମାନସ ମଙ୍ଗରାଜ ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe