କଳାହାଣ୍ଡି :- (ତର୍ଜମା ନ୍ୟୁଜ) ତା ୦2/06/1945 ମସିହା ରେ ଜନ୍ମ ଗ୍ରହଣ କରି ଥିବା ଅକ୍ଷୟ ନନ୍ଦ, ବଲାଙ୍ଗୀର ରାଜେନ୍ଦ୍ର ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ, ଅବସର ଗ୍ରହଣ କରିବା ପରେ କଳାହାଣ୍ଡି ଜିଲ୍ଲାରେ ଶିକ୍ଷା ର ବିକାଶ ପାଇଁ ଅହରହ ଉଦ୍ୟମ କରିଥିଲେ ।ବିଭିନ୍ନ ସମୟରେ ଜିଲ୍ଲାରେ ଶିକ୍ଷା ର ବିକାଶ ସହ ଜଣେ ବରିଷ୍ଠ ବୁଦ୍ଧିଜୀବୀ ଭାବେ ଜିଲ୍ଲାର ଆବଶ୍ୟକ ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ଯୁବପିଢି, ରାଜନେତା, ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ ଙ୍କ ନିକଟକୁ ଯାଇ ଆବଶ୍ୟକ ପ୍ରସ୍ତାବ ଓ ପରାମର୍ଶ ଦେଉଥିଲେ ।ତାଙ୍କ ପରଲୋକ ରେ କଳାହାଣ୍ଡି ଜିଲ୍ଲା ଜଣେ ସୁଯୋଗ୍ୟ, ବରିଷ୍ଠ ବୁଦ୍ଧିଜୀବୀ ଙ୍କୁ ହରେଇ ମର୍ମାହତ । ସ୍ବର୍ଗତ ନନ୍ଦ ଗତ ରାତି ରେ ପ୍ରତ୍ୟେକ ଦିନ ଭଳି ଶୋଇ ପଡ଼ି ଥିଲେ କିନ୍ତୁ ବିଧି ର ଵିଧାନ ଶୋଇଥିବା ସମୟରେ ପରଲୋକ ଗମନ ଘଟିଛି ।ସ୍ବର୍ଗତ ନନ୍ଦ ଙ୍କ ପରଲୋକ ରେ ପୂର୍ବତନ ମନ୍ତ୍ରୀ, ଶ୍ରୀ ରାସ ବିହାରୀ ବେହେରା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଭକ୍ତ ଚରଣ ଦାସ ଜଗନ୍ନାଥ ପଟ୍ଟନାୟକ, ବିଧାୟକ ଭୁପିନ୍ଦର ସିଂହ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହ, ସମାଜସେବୀ ଜୟନ୍ତ ବେହେରା, ଜିଲ୍ଲା କଂଗ୍ରେସ ସଭାପତି ଭାରତ ବେମାଲ ବିଜେପି ସଭାପତି ଦେବେନ୍ଦ୍ର ମହାନ୍ତି, ଭାବେନ୍ଦ୍ର ପଣ୍ଡା, ବିଜେଡି ଜିଲ୍ଲା ସଭାପତି ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହ ଦେଓ ଙ୍କ ସମେତ ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ ପ୍ରମୁଖ ଗଭୀର ଶୋକ ପ୍ରକାଶ କରି ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାର ବର୍ଗ ଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । ତର୍ଜମା ପରିବାର ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛୁ ।ଜଣେ ବୟୋଜ୍ୟେଷ୍ଠ ଶିକ୍ଷାବିତ, ସ୍ବର୍ଗତ ଅକ୍ଷୟ କୁମାର ନନ୍ଦ ଙ୍କ ପରଲୋକ କଳାହାଣ୍ଡି ଜିଲ୍ଲା ପାଇଁ ଅପୁରଣୀୟ କ୍ଷତି ।



Post a Comment