ନୂଆଦିଲ୍ଲୀ:--(ତର୍ଜମା ବ୍ୟୁରୋ ନ୍ୟୁଜ)ଇସ୍ରୋ ଇତିହାସରେ ଯୋଡ଼ିହେଲା ନୂଆ ଅଧ୍ୟାୟ। ଦେଶର ମୋଟ ୭୫୦ଜଣ ଛାତ୍ରୀମିଳିତ ଭାବେ ଏହି ଆଜାଦୀ ସାଟେଲାଇଟି ପ୍ରସ୍ତୁତ କରିଥିବା ଏହି ସାଟେଲାଇଟ କୁଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧଓ୍ବନ ମହାକାଶ କେନ୍ଦ୍ରରୁ ସଫଳତା ର ସହ ଉତକ୍ଷେପଣ କରାଯାଇଛି । ଭାରତର ପ୍ରଥମ ଆଜାଦୀର ଅମୃତ ମହୋତ୍ସବରେ ଇସ୍ରୋ ଏହି ଆଜାଦୀ ସାଟେଲାଇଟ ଲଞ୍ଚ କରିଛି । ସବୁଠୁ ବଡ କଥା ହେଉଛି ଏହାକୁ କୌଣସି ବୈଜ୍ଞାନିକ ତିଆରି କରିନାହାଁନ୍ତି ବଂର ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା କରାଯାଇଛି ।ଦେଶର ୭୫ଟି ସ୍କୁଲର ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧଓ୍ବନ ସ୍ପେସ ସେଣ୍ଟରରୁ ୯ଟା ୧୮ ମିନିଟରେ SSLVକୁ ଉତକ୍ଷେପଣ କରାଯାଇଛି । ଇସ୍ରୋରର ସବୁଠୁ ଭରସାଯୋଗ୍ୟ ରକେଟ ହେଉଛି SSLV । ଏହାର ସମ୍ପୂର୍ଣ୍ଣ ନାଁ ହେଉଛି ସ୍ମଲ ସାଟେଲାଇଟ୍ ଲଞ୍ଚ ଭେଇକିଲ । ଏହା ଏକ ଛୋଟ ଲିଫ୍ଟ ଲଞ୍ଚ ମହାକାଶଯାନ ।ଏହାର ଲମ୍ବ ୩୪ ମିଟର ରହିଥିବାବେଳେ ବ୍ୟାସ ରହିଛି ୬ ଦଶମିକ ୭ ଫୁଟ । ଏହାର ମୋଟ ଓଜନ ୧୨୦ ଟନ୍ । ଏହା PSLV ରକେଟ୍ ଅପେକ୍ଷା ଆକାରରେ ବହୁତ ଛୋଟ । ଏହାର ଚାରୋଟି ଅଂଶ ଅଛି । ତିନୋଟି ଅଂଶ କଠିନ ଇନ୍ଧନରେ ଚାଲିବ । ଚତୁର୍ଥ ଅଂଶ ତରଳ ଇନ୍ଧନ ଦ୍ବାରା ଗତି କରିବ । ବର୍ତ୍ତମାନ ଏହା ଛୋଟ ଉପଗ୍ରହ ଉତକ୍ଷେପଣ ପାଇଁ ବ୍ୟବହୃତ ହେବ । ଏହା ମାଧ୍ୟମରେ ୫୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଉପଗ୍ରହ ନିମ୍ନ କକ୍ଷପଥକୁ ପଠାଯିବ ବୋଲି କହିଛି ISRO (ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ) ।ଚେନ୍ନାଇ ଠାରୁ ପ୍ରାୟ ୧୩୫ କିଲୋମିଟର ଦୂରରେ ଥିବା ସତୀଶ ଧାୱନ ସ୍ପେସ୍ ସେଣ୍ଟର (SHAR) ରେ ପ୍ରଥମ ଲଞ୍ଚ ପ୍ୟାଡରୁ ସକାଳ ୯ ଟା ୧୮ ରେ ଏହି ରକେଟ ଲଞ୍ଚ୍ ହୋଇଛି । ଉତକ୍ଷେପଣର ପ୍ରାୟ ୧୩ ମିନିଟ୍ ପରେ, ରକେଟ୍ EOS-02 ଏବଂ ଆଜାଦୀ SAT କୁ ଉଦ୍ଦିଷ୍ଟ କକ୍ଷପଥରେ ରଖିବ ବୋଲି ଆଶା କରାଯାଉଛି ।
ଇତିହାସ ରଚିଲା ଇସ୍ରୋ:ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ଦେଶର ପ୍ରଥମ କ୍ଷୁଦ୍ର ସାଟେଲାଇଟ(SSLV) ସଫଳତା ର ସହ ଲଞ୍ଚ ହେଲା
By: Tarzama News
0



Post a Comment