//BREAKING//
Loading...

ଜାତୀୟ ଜେଭଳିନ ଥ୍ରୋ ଦିବସ ପାଳିତ

ଭବାନୀ ପାଟଣା:--(ତର୍ଜମା ନ୍ୟୁଜ)କଳାହାଣ୍ଡି କ୍ରୀଡା ସଂସ୍ଥା ଆନୁକୂଲ୍ୟ ରେ ଜାତୀୟ ଜେଭଳିନ thro ଦିବସ ପାଳିତ ହୋଇ ଯାଇଛି ।ଏଥିରେ ଜିଲ୍ଲାର ୧୨୦ ଜଣପୁରୁଷ ଓ ମହିଳା ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ ।ପୁରସ୍କାର ବିତରଣ ଉତ୍ସବ ରେ କଳାହାଣ୍ଡି କ୍ରୀଡା ସଂସ୍ଥା ର ସାଧାରଣ ସମ୍ପାଦକ ତଥା ଓଡିଶା ଅଲମ୍ପିକ ଏସୋସିଏସନ ର ସଭାପତି ଶ୍ରୀଜଗମୋହନ ପଟ୍ଟନାୟକ ସଭାପତିତ୍ୱ କରିଥିଲେ ।ଏଥିରେ ଭବାନୀ ପାଟଣା ପୌର ସଂସ୍ଥା ର ପୌରାଧ୍ୟକ୍ଷା ସଂଯୁକ୍ତା ବେହେରା ମୁଖ୍ୟଅତିଥି ଭାବରେ ଯୋଗଦାନ କରି କୃତି ବିଜେତା ଖେଳାଳି ମାନଙ୍କୁ, ମେଡାଲ, ସାର୍ଟିଫିକେଟ ଓ ପୁରସ୍କାର ରାଶି ପ୍ରଦାନ କରିଥିଲେ ।କ୍ରୀଡା ସଂସ୍ଥା ର ଯୁଗ୍ମ ସମ୍ପାଦକ ସୁନୀଲ କୁମାର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ଅବସରରେ ଭିକାରୀ ଚରଣ ମିଶ୍ର, ଅବଦୁଲ କାଦିର, ଦେବେନ୍ଦ୍ର କୁମାର ରାଉତ, ପଙ୍କଜ ପଟ୍ଟନାୟକ, ସୁବାଷ ପଣ୍ଡା, ଧୀରେନ ପଟ୍ଟନାୟକ,ଚକ୍ରଧର ସେଠୀ, ବିପିନ ମିଶ୍ର,ଜିଲ୍ଲା କ୍ରୀଡା ଅଧିକାରୀ ଶୁଭାଶିଷ ନାଏକ, ସୁବାଷ ନାଗ, ନିର୍ମଳ ସିଂ,ଜିତେନ୍ଦ୍ର ପଟ୍ଟନାୟକ, ଅଶୋକ ପଟ୍ଟନାୟକ,କାଉନସିର ଶିବା ସାହୁ,ଅକ୍ରୁର ବାଗ,ମନୋଜ ବିଶ୍ୱାଳ, ସଞ୍ଜୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।ଜାଭଳିନ ଥ୍ରୀ ପୁରୁଷ ବିଭାଗରେ ପ୍ରଥମ-ଶ୍ୟାମ ଶବର, ଗୋଲ୍ଡ ମେଡାଲଦ୍ଵିତୀୟ-ପଞ୍ଚୁ ମାଝୀ, ସିଲଭର ମେଡାଲତୃତୀୟ- ଚତୁର୍ଭୁଜ ନାଏକ, ବ୍ରୋଞ୍ଚ ମେଡାଲ,ମହିଳା ବର୍ଗରେ ପ୍ରଥମ ମମତା ଶବର ଗୋଲ୍ଡ ମେଡାଲ, ଦ୍ଵିତୀୟ-ରଚନା କୁମାର, ସିଲଭର ମେଡାଲତୃତୀୟ-ଯଶୋବନ୍ତି ମାଝୀ, ବ୍ରୋଂଚ ପଦକ ହାସଲ କରି ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe