//BREAKING//
Loading...

ନର୍ଲା ଫରେଷ୍ଟ ରେଞ୍ଜ କାମ୍ପା ଦୁର୍ନୀତି ମାମଲା ଅଦାଲତ ଉପରେ ଦୋଷ ଲଦି ଦୁର୍ନୀତି ଉପରେ ଚାଦର ଢାଙ୍କିବା ପାଇଁ ପ୍ରୟାସ


 ଭବାନୀପାଟଣା:-----(ତର୍ଜମା ବ୍ୟୁରୋ ନ୍ୟୁଜ ) କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ,ନର୍ଲା ଫରେଷ୍ଟ ରେଞ୍ଜ ର କାମ୍ପା ଏବଂ ଆମ ଜଙ୍ଗଲ ଯୋଜନା ରେ 2016/17 ଆର୍ଥିକ ବର୍ଷରେ ଆସିଥିବା ସରକାରୀ ଅର୍ଥ 23ଲକ୍ଷ 63ହଜାର କୁ କାର୍ଯ୍ୟ ରେ ନ ଲଗାଇ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ ମିଳିମିଶି ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା , ଯାହା ସୂଚନା ଅଧିକାର ଆଇନ ବଳରେ ଜନୈକ ସୂଚନା କର୍ମୀ ଜାଣିବାକୁ ପାଇଥିଲେ, ତାପରେ ସୂଚନା କର୍ମୀ ଲୋକାୟୁକ୍ତ ଙ୍କ ପାଖରେ ଅଭିଯୋଗ କଲାପରେ ଉକ୍ତ ଘଟଣାଟିର ଅନୁସନ୍ଧାନ ନିମନ୍ତେ ମାନ୍ୟବର ଲୋକାୟୁକ୍ତ ମାମଲାଟିକୁ ଭିଜିଲାନ୍ସ ବିଭାଗକୁ ହସ୍ତାନ୍ତର କରିଥିଲେ l ଭିଜିଲାନ୍ସ ବିଭାଗ ଘଟଣାଟିକୁ ଅନୁସନ୍ଧାନ କରି ଦୁର୍ନୀତିର ଗନ୍ଧ ବାରିଥିଲେ ତତ୍ପରେ ପୂର୍ବତନ ଡି. ଏଫ. ଓ ଲଳିତେନ୍ଦୁ ଜେନା ଏବଂ ଏ. ସି. ଏଫ.ସୁଶାନ୍ତ ସାମନ୍ତରାୟ ଙ୍କ ସମେତ ପାଞ୍ଚ ଜଣ ବନବିଭାଗ କର୍ମଚାରୀ ଙ୍କୁ ଭିଜିଲାନ୍ସ ଅଭିଯୁକ୍ତ କରି ତାଙ୍କ ନାମରେ ଭିଜିଲାନ୍ସ କୋଟ ରେ case no.27/21, ଏକ ମାମଲା ରୁଜୁ କରିଥିଲେ lମାନ୍ୟବର ଅଦାଲତ ଙ୍କ ସମନ ପାଇ ପୂର୍ବତନ ଡି. ଏଫ. ଓ.ଏବଂ ଏ. ସି. ଏଫ.ସୁଶାନ୍ତ ସାମନ୍ତରାୟ ଦ୍ବୟ ଭିଜିଲାସନ୍ସ କୋର୍ଟ ରେ ମାର୍ଚ୍ଚ 20ତାରିଖରେ ହାଜର ହୋଇଥିଲେ, ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତ ଉଭୟଙ୍କୁ ପଠେଇ ଦିଆଯାଇଥିଲା lପ୍ରକାଶ ଥାଉକି ଗତ କିଛିଦିନ ତଳେ ପୂର୍ବତନ ଏ. ସି. ଏଫ. ସୁଶାନ୍ତ ସାମନ୍ତରାୟ ଙ୍କ ପତ୍ନୀ ୟାସ୍ମିନ ସାମନ୍ତରାୟ ଏକ ସାମ୍ବାଦିକ ସମିଳନୀ କରି ମାନ୍ୟବର ଭିଜିଲାସନ୍ସ ଅଦାଲତ ଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି କି, ତାଙ୍କ ସ୍ୱାମୀ ଙ୍କୁ ଅନ୍ତରୀଣ କାମିନ ମାନ୍ୟବର ଉଚ୍ଚ ନ୍ୟାୟାଳୟରୁ ମିଳିଥିଲେ ସୁଦ୍ଧା ସ୍ୱାମୀଙ୍କୁ କାହିଁକି ଭିଜିଲାନ୍ସ ଅଦାଲତ ଜାମିନ ଆବେଦନକୁ ଖାରଜ କଲେ ତାଙ୍କ ସ୍ୱାମୀ ନିର୍ଦୋଷ,ତାଙ୍କୁ ଏ ମାମଲାରେ ମିଛଟାରେ ଛନ୍ଦି ଦିଆଯାଇଛି,ସେ ଜଣେ ମଧୁମେହ ଏବଂ ଉଚ୍ଚ ରକ୍ତଚାପ ରୋଗୀ ଇତ୍ୟାଦି,କିନ୍ତୁ ଏଠାରେ ସାଧାରଣ ଜନତା ଙ୍କ ପ୍ରଶ୍ନ ଏବଂ ସେମାନଙ୍କର ଜାଣିବାର ଅଧିକାର ଅଛି ଯେ,ଯଦି ଉଚ୍ଚନ୍ୟାୟାଳୟ ରୁ ଆଗୁଆ ଜାମିନ ମିଳିଥିଲା ତାହାଲେ ଭିଜିଲାସନ୍ସ କୋର୍ଟ ବିଚାରପତି ଆସନରେ ବସିଥିବା ମାନ୍ୟବର ବିଚାରପତି କଣ ମାନ୍ୟବର ଉଚ୍ଚ ନ୍ୟାୟଳୟ ଙ୍କ ଆଗୁଆ ଜାମିନ ଆଦେଶ କୁ ଗ୍ରହଣ କରିବାରେ କିଛି ଅସୁବିଧା ଥିଲାକି ?କାହିଁକି ମାନ୍ୟବର ବିଚାର ପତି ଗ୍ରହଣ କଲେନାହିଁ, ସେଥିରେ ନିଶ୍ଚୟ କିଛି ତ୍ରୁଟି ଥାଇପାରେ , ବିଚାରପତି ଆସନ ରେ ବସିଛନ୍ତି ତାଙ୍କର ଯୋଗ୍ୟତା ଏବଂ କଠିନ ଅଧ୍ୟବସାୟ ବଳରେ କାହାର ଦୟାରେ ନୁହନ୍ତି, ମାନ୍ୟବର ବିଚାରପତି ଙ୍କ ଆଦେଶକୁ ଆମକୁ ସମ୍ମାନ ଦେବାକୁ ପଡିବ l ତେଣୁ ମାନ୍ୟବର ଅଦାଲତ ଅନୁଭବ କଲେ କି,ଏଭଳି ଅଭିଯୁକ୍ତ ଙ୍କୁ ଯଦି ଜାମିନ ରେ ଛଡାଯାଏ ତାହାଲେ ଆମ ନ୍ୟାୟିକ ବ୍ୟବସ୍ଥା ଉପରେ ଜନତାଙ୍କ ର ବିଶ୍ୱାସ ତୁଟିବା ସହ ଦୁର୍ନୀତି ର ଚେର ଆହୁରି ମାଡ଼ିଯିବ,ତେଣୁ ତାଙ୍କ ପତ୍ନୀ ଯେଉଁ ଅଭିଯୋଗ ଆଣିଛନ୍ତି ମାନ୍ୟବର ଭିଜିଲାସନ୍ସ ଅଦାଲତ ଙ୍କ ବିରୁଦ୍ଧରେ ଏହା କପୋଳ କଳ୍ପିତ, ଭିତିହୀନ ଏବଂ ଗଣମାଧ୍ୟମକୁ ଆୟୁଧ କରି ଦୁର୍ନୀତି ଉପରେ ଚାଦର ଢାଙ୍କିବା ପାଇଁ ପ୍ରୟାସ l ବରଂ ଯେଉଁ ସୂଚନା କର୍ମୀ ଟି ତାର ବୁଦ୍ଧି ବିବେକ ବଳରେ ସାହାସିକତାର ସହିତ ଲଢେଇ କରି ଏତେ ବଡ ମହାଦୁର୍ନୀତି କୁ ଲୋକଲୋଚନକୁ ଆଣିବାରେ ସକ୍ଷମ ହେଲେ ଏବଂ ଏହି ଜିଲ୍ଲା ରେ ଏକ ଉଦାହରଣ ସୃଷ୍ଟି କଲେ ଯେ, ସେ ଯେତେବଡ ଉଚ୍ଚପଦସ୍ଥ ଅଧିକାରୀ ହୁଅନ୍ତୁ ନା କାହିଁକି ଆଇନ ଆଖିରେ ସମସ୍ତେ ସମାନ l ତେଣୁ ଦୁର୍ନୀତି ରୋକିବାରେ ଯେଉଁ ସୂଚନା କର୍ମୀ ଜଣକ ଏତେ ବଡ ପ୍ରୟାସ କରିଛନ୍ତି ବାସ୍ତବିକ ଉଚ୍ଚପ୍ରଶଂସ ଯୋଗ୍ୟ ।

ଗଣ ମାଧ୍ୟମ କୁ ମିଥ୍ୟା ତଥ୍ୟ ଦେଇ ଜଣ କୁ ନିର୍ଦ୍ଦୋଷ ବୋଲି ପ୍ରମାଣିତ କରିବା ଉଦ୍ୟମ କୁ ସବୁ ସ୍ତରରେ ନିନ୍ଦା କରୁଥିବା ସହ "ଚୋର ମୁହଁ ଟାଣ " ନ୍ୟାୟାଳୟ ଓ ଭିଜିଲାନ୍ସ ବିଭାଗ ପ୍ରତି ଅପମାନ ସଦୃଶ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe