କଳାହାଣ୍ଡି ସାମ୍ବାଦିକ ସମୂହ ଓ ବୁଦ୍ଧିଜୀବୀ ଙ୍କ ତରଫରୁ ବାଲେଶ୍ଵର ଜିଲ୍ଲା
ବାହାନଗା ନିକଟରେ ହୃଦୟ ବିଦାରକ ରେଳ ଦୁର୍ଘଟଣା ରେ ମୃତାହତ ଙ୍କୁ ଅଶୃପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ସଭା !!
(ତର୍ଜମା ନ୍ୟୁଜ )
ସ୍ଥାନୀୟ ଗାନ୍ଧୀ ଚୌିକ ସ୍ଥିତ ଦଳିତ ସଭାସ୍ଥଳ ରେ କଳାହାଣ୍ଡି ସାମ୍ବାଦିକ ସମୂହ ଓ ବୁଦ୍ଧିଜୀବୀ ମାନଙ୍କ ତରଫରୁ ବାଲେଶ୍ଵର ନିକଟସ୍ଥ ବାହାନଗା ନିକଟରେ ହୃଦୟ ବିଦାରକ ରେଳ ଦୁର୍ଘଟଣା ରେ ମୃତକ ଅମର ଆତ୍ମା ଙ୍କ ସଦଗଡି କାମନା ସହ ଆହତ ମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରି ଏକ ଶ୍ରଦ୍ଧାଂଜଳି ସଭା ଓ ପ୍ରଦୀପ ପ୍ରଜ୍ବଳନ କରାଯାଇ ଥିଲା । ବରିଷ୍ଠ ସାମ୍ବାଦିକ ମହମ୍ମଦ ଅଲ୍ଲୀ ଖାଁ ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେଅମର ଆତ୍ମା ଙ୍କ ସଦଗତି କାମନା କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରିବା ସହ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା । ମୃତାହତ ପରିବାର ବର୍ଗ ଙ୍କ ପ୍ରତି ଗଭୀର ସମବେଦନା ଜଣାଇ ଏହି ପରି ଏକ ହୃଦୟ ବିଦାରକ ରେଳ ଦୁର୍ଘଟଣା ଉଦ୍ଧାର କାରୀ ଦଳ, ସମସ୍ତ ସ୍ଵେଚ୍ଛାସେବୀ ଓ ବାଲେଶ୍ଵର ବାସୀଙ୍କ ଉଦ୍ୟମ ମାନବୀୟ ମୂଲ୍ୟବୋଧ ର ଜୀବନ୍ତ ଉଦାହରଣ ସୃଷ୍ଟି କରିଛି ବୋଲି ମତ ପ୍ରକାଶ ପାଇଥିଲା । ବରିଷ୍ଠ ସାମ୍ବାଦିକ
ମହମ୍ମଦ ଅଲ୍ଲୀ ଖାଁ ସଭାପତିତ୍ଵ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ନଗର ପାଳ
ନିରଞ୍ଜନ ପ୍ରଧାନ,
ଭବାନୀ ଶଙ୍କର ନିଆଲ ,
ଆୟୁବ ଅଲ୍ଲୀ ଖାଁ,
ବରିଷ୍ଠ ଆଇନଜୀବୀ ଭବେନ୍ଦ୍ର ପଣ୍ଡା,
ନାଦରଜ୍ ନାଏକ,
ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ବିଶି,
ସ୍ନିଗ୍ଧା ରାଣୀ ସିଂହ
ସାରଦା ପ୍ରସାଦ ମହାନ୍ତି,
ନାରାୟଣ ନାୟକ, ଅଗଷ୍ଟ ନାଏକ,
ସିମାଞ୍ଚଲ ତ୍ରିପାଠୀ,
ମହମ୍ମଦ ସାହେବ,
ବାବା ଅଲ୍ଲୀ ଖାଁ,
ବିରଞ୍ଚି ନାରାୟଣ ଯୋଷି,
ମୁକ୍ତାର ଅଲ୍ଲୀ,
ମହେନ୍ଦ୍ର କୁମାର ନନ୍ଦ,
ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।







Post a Comment