//BREAKING//
Loading...

ଝିଅ ବାପା ପାଇଁ ସ୍ୱାଭିମାନ ର ପ୍ରତୀକ

 ଝିଅ ବାପା ପାଇଁ ସ୍ୱାଭିମାନ ର ପ୍ରତୀକ 


-------------


ଝିଅ କୁ ଅମୂଲ୍ୟ ରତ୍ନ କୁହାଯାଏ । ବିଶେଷ କରି ଭାରତୀୟ ପରିବାର ରେ ବାପା ଙ୍କ ଅତି ଗେହ୍ଲା ହୋଇ ଥାଏ ଝିଅ। ସେ 2 ବର୍ଷ ର ହଉ କି 25 ବର୍ଷ ର ହଉ ।ବାହାରୁ ବାପା ଘରକୁ ଆସିଲେ

ଗ୍ଲାସ୍ ଭର୍ତି ପାଣି ଆଣି ଯଦି ବାପା ଙ୍କୁ ଦିଏ ଇଚ୍ଛା ନ ଥିଲେ ବି ବାପା  ପାଣି ପିଇ ବା ପାଇଁ ବାଧ୍ୟ ହୋଇ ଥାନ୍ତି। ପରିବାର ରେ ବାପା ଙ୍କ ଯାବତୀୟ ଯତ୍ନ ଝିଅ ଅଧିକ ଧ୍ୟାନ ଦେଇଥାଏ । ବାପା ଘାରକୁ ଆସିବା ଡେରି ହେଲେ ପରିବାର ରେ ଝିଅ ହିଁ ବେଶୀ ବ୍ୟସ୍ତ ହୋଇ ଥାଏ । ବାପା ରାଗି ଗଲେ ଝିଅ ଛଡା କୌଣସି ଶକ୍ତି ବାପା ଙ୍କ ରାଗ କୁ ଶାନ୍ତ କରି ପାରେ ନାହିଁ । ସେହି ପରି ବାପା ମଧ୍ୟ ଝିଅ ମାନଙ୍କ ପ୍ରତି ଅଧିକ ସ୍ନେହ ଓ ଆଦର କରିଥାନ୍ତି । ବାପା ଙ୍କୁ ଝିଅ ମାନଙ୍କ ଭିତରେ ନିଜର ସ୍ୱାଭିମାନ, ଆତ୍ମ ମର୍ଯ୍ୟାଦା ଓ ଆତ୍ମ ସମ୍ମାନ ର ଝଲକ  ମିଳିଥାଏ । ସେଇଥି ପାଇଁ ତ ବାହା ହୋଇଯିବା ସମୟରେ  ସବା ଶେଷ ରେ ବାପାଙ୍କୁ ଜାବୁଡ଼ି ଧରି ବହୁତ୍ ବିକଳରେ କାନ୍ଦି ଥାଏ ଝିଅ ଓ ବାପା ଙ୍କ ହୃଦୟ ଫଟା କାନ୍ଦିବା ଉପସ୍ଥିତ ସମସ୍ତ ଙ୍କୁ  ଭାବ ବିହ୍ୱଳ କରିଦିଏ। ଜୀବନ ର ପ୍ରଥମ ଓ ଶେଷ ଥର ବାପାଙ୍କୁ ଜାବୁଡ଼ି ପକେଇ କାନ୍ଦିବା କୁ ସୁଯୋଗ ମିଳି ଥାଏ ଉଭୟଙ୍କୁ, ଝିଅ ବିଦା ହେବା ପରେ ବାପା ହୋଇ ଯାଇଥାଏ ନିସଂଗ , କାରଣ ଝିଅ ଯିଏ ସବୁ ବେଳେ ବାପାଙ୍କ ସ୍ବତନ୍ତ୍ର ଯତ୍ନ ନେଉ ଥାଏ ସେ ନାହିଁ । ଝୁରି ହେଉ ଥାଏ ନିଜର ଅତୀତ ର ସେଇ ଅଭୁଲା ଶ୍ରୁତି ଓ ପ୍ରତ୍ୟେକ ମୁହୂର୍ତ୍ତ କୁ ନିଜ ଝିଅ ର ପ୍ରତ୍ୟେକ ଯତ୍ନ ଓ ଭଲ ପାଇବା କେବଳ ଏକ ଶ୍ରୁତି ହୋଇ ରହିଯାଏ । ସେଇଥି ପାଇଁ ତ କୁହନ୍ତି ଝିଅ ପ୍ରତ୍ୟେକ ବାପା ଙ୍କ ସ୍ୱାଭିମାନ, ସମ୍ମାନ ର ପ୍ରତୀକ ଅଟନ୍ତି । ସ୍ଵାମୀ, ଶାଶୁ, ଶ୍ଵଶୁର ଓ ନିଜ ପରିବାର ସହ ରହିଲେ ମଧ୍ୟ ପ୍ରତ୍ୟେକ ଝିଅ ର ଆତ୍ମା କିନ୍ତୁ ରହିଥାଏ ବାପା ଙ୍କ ପାଖରେ। ଏକାନ୍ତରେ  କେବେ କେବେ ଝିଅ କଥା ମନେ ପଡିଗଲେ ଅଜାଣତ ରେ କେଇ ବୁନ୍ଦା ଲୁହ ଗଡିଯାଏ ବାପା ଙ୍କ ଆଖୁରୁ ଆଉ ବାପା ସେଇ କେଇବୁନ୍ଦା ଲୁହ କୁ ପିଇ ଯାଏ କାହାକୁ ନିଜ ହୃଦୟ ର ବେଦନା କୁ ନ କହି।

   ସମସ୍ତ ଝିଅ ମାନଙ୍କୁ ଅନୁରୋଧ ନିଜ ବାପା ଙ୍କ ଯେମିତି ଘରେ ରହୁଥିବା ବେଳେ ସ୍ଵତନ୍ତ୍ର ଯତ୍ନ ଓ ସେବା କରୁଥିଲେ ସେହିପରି ସ୍ଵାମୀ ଘରେ ମଧ୍ୟ ନିଜ ବାପା ଙ୍କ ସ୍ୱାଭିମାନ ଓ ସମ୍ମାନ ଅକ୍ଷୁର୍ଣ୍ଣ ରଖିବା ପାଇଁ ଯତ୍ନ କରନ୍ତୁ ।

 ସେଇଥି ପାଇଁ ତ ଝିଅ ମାନଙ୍କୁ କୁହନ୍ତି  ବାପାଙ୍କ ପରି, ଆଉ ହିନ୍ଦୀ ରେ କୁହନ୍ତି "ବେଟି ଘର କି ରିଜ୍ଜ୍ଜକ

 ରୋଟି " । 

ଯାହାଙ୍କୁ ଭଗବାନ ଝିଅ ଦେଇ ନାହାନ୍ତି ସେହି ବାପା ମାନଙ୍କ ହୃଦୟ ର କଷ୍ଟ ଓ ଦୁଃଖ କୁ ବ୍ୟାଖ୍ୟା କରିବା ପାଇଁ ବୋଧ ହୁଏ ସୃଷ୍ଟି ରେ କୌଣସି କଲମ ଆବିଷ୍କାର ହୋଇ ନାହିଁ । ଏଣୁ ଏହି ପରି ସୃଷ୍ଟି ର ଏଇ ମହାନ୍ ଓ ହୃଦୟ ରୁ ଭଲ ପାଉଥିବା ସମସ୍ତ ଝିଅ ଓ ବାପା ଙ୍କ ନିକଟରେ କୃତଜ୍ଞ । ଉଭୟ ସମାଜ ପାଇଁ ସ୍ୱାଭିମାନ ର ପ୍ରତୀକ ଅଟନ୍ତି ।


ମହମ୍ମଦ ଅଲ୍ଲୀ ଖାଁ,

ବରିଷ୍ଠ ସାମ୍ବାଦିକ,

ଭବାନୀ ପାଟଣା ,

କଳାହାଣ୍ଡି ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe