//BREAKING//
Loading...

୪ ଦିନ ଆଗୁଆ ଓଡିଶା ଛୁଇଁଲା ମୌସୁମୀ : ପ୍ରଭାବରେ ମାଲକାନଗିରିରେ ପ୍ରବଳ ବର୍ଷା

 


ଭୁବନେଶ୍ୱର: ସ୍ୱାଭାବିକ ସମୟର ୪ଦିନ ପୂର୍ବରୁ ମୌସୁମୀ ଓଡିଶା ଛୁଇଁଛି। ମାଲକାନଗିରିର ବିଭିନ୍ନ ଅଞ୍ଚଳରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଛି। ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି। କାଲି ରାତିଠୁ ମାଲକାନଗିରିର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଥିବା ବେଳେ ଆଜି ମୌସୁମୀ ବାୟୁ ସକ୍ରିୟ ରହିଛି। ପର୍ଯ୍ୟାୟକ୍ରମେ ରାଜ୍ୟର ଅନ୍ୟ ଅଞ୍ଚଳରେ ମୌସୁମୀ ସକ୍ରିୟ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ, ମେ’ ୩୦ରେ ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳ ଛୁଇଁଥିଲା। ଏହା ସମଗ୍ର ଦକ୍ଷିଣ ଆରବ ସାଗର, କେନ୍ଦ୍ରୀୟ ଆରବ ସାଗରର କିଛି ଅଂଶ, ଲାକ୍ଷାଦ୍ୱୀପ, କେରଳ, ଉପକୂଳ ତଥା ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକ, ତାମିଲନାଡୁ ଏବଂ ବଙ୍ଗୋପସାଗରର କିଛି ଅଂଶ ଉପରେ ଅଗ୍ରଗତି କରିଥିଲା। ଉଲ୍ଲେଖଯୋଗ୍ୟ, ମୌସୁମୀ ସାଧାରଣତଃ କେରଳ‌ରେ ପହଞ୍ଚିବାର ୧୦ ଦିନ ପରେ ରାଜ୍ୟରେ ପହଞ୍ଚିଥାଏ। ତେବେ ଚଳିତ ବର୍ଷ ଜୁନ୍ ୮ ସୁଦ୍ଧା ଓଡିଶାରେ ପ୍ରବେଶ କରିଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ସାଧାରଣତଃ ଜୁନ୍ ଦ୍ୱିତୀୟ ସପ୍ତାହରେ ୧୨ କିମ୍ବା ୧୩ ତାରିଖରେ ଓଡିଶା ଛୁଇଁଥାଏ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe