//BREAKING//
Loading...

ରାଜନୈତିକ ଛାତ୍ରଛାୟା ରେ ଜୁନାଗଡ ବ୍ଲକ ର କରିତକର୍ମା ଯନ୍ତ୍ରୀ, ପରିଚାଳନାରେ ସିଦ୍ଧ ହସ୍ତ

 ରାଜନୈତିକ ଛାତ୍ରଛାୟା ରେ ଜୁନାଗଡ ବ୍ଲକ ର କରିତକର୍ମା ଯନ୍ତ୍ରୀ, ପରିଚାଳନାରେ ସିଦ୍ଧ ହସ୍ତ !!


କଳାହାଣ୍ଡି:--------------(ତର୍ଜମା ନ୍ୟୁଜ ) କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ରେ ରାଜନୈତିକ ଛାତ୍ରଛାୟା ତଳେ ରହିଥିବା କରିତକର୍ମା ଜିପିଟିଏ ସଞ୍ଜୟ କୁମାର ମଲ୍ଲିକ ବର୍ତ୍ତମାନ କନିଷ୍ଠ ଯନ୍ତ୍ରୀ ଭାବେ ପଦୋନ୍ନତି ପାଇ ଜୁନାଗଡ ବ୍ଲକ ରେ ହିଁ ଅବସ୍ଥାପିତ ହୋଇଥିବା ଜଣାପଡିଛି । ଏହି ଜିପିଟିଏ ଜଣକ ଜୁନାଗଡ ବ୍ଲକ ରେ ଯୋଗ ଦେବା ପରଠାରୁ ତତ୍କାଳୀନ ବିଜେଡ଼ି ସରକାର ଙ୍କ ଜନୈକ ରାଜନେତାଙ୍କ ପାଖ ଲୋକ ବୋଲି ପରିଚୟ ଦେଇ ବ୍ଲକର ସବୁପ୍ରକାର କାର୍ଯ୍ୟ କୁ ନିଜ ଅଧୀନରେ ଏପରିକି ବିଡିଓଙ୍କ ଆଗରେ ମଧ୍ୟ ସବୁପ୍ରକାର ନିଷ୍ପତ୍ତି ନେଉଥିବା ଅଭିଯୋଗ ହୋଇ ଆସୁଥିଲା । ସତେ ଯେମିତି ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ ଜୁନାଗଡ ବ୍ଲକ ର ସର୍ବେ ସର୍ବା ଓ ତାଙ୍କର ଅନୁପସ୍ଥିତିରେ ବ୍ଲକ ର କୌଣସି କାର୍ଯ୍ୟ ହୋଇପାରିବ ନାହିଁ । ଉନ୍ନୟନ ମୂଳକ କାର୍ଯ୍ୟ ହେଉ କିମ୍ବା କଳାହାଣ୍ଡି ଉତ୍ସବ ହେଉ କି ବ୍ଲକ ତରଫରୁ ଆୟୋଜିତ ହେଉଥିବା ସବୁପ୍ରକାର କାର୍ଯ୍ୟ ଏହି ମଲ୍ଲିକ ବାବୁ ଙ୍କ ଦ୍ବାରା ହିଁ ସମ୍ପନ୍ନ ହେଉଥିବାର ଦେଖାଯାଇଥାଏ । ଏପରିକି ଉଚ୍ଚ କର୍ତ୍ତୃପକ୍ଷ ଙ୍କ ଗସ୍ତ କାର୍ଯ୍ୟକ୍ରମ ରେ ମଧ୍ୟ ମଲ୍ଲିକ ବାବୁ ଆଗରେ ରହୁଥିବା ବେଳେ ବିଡିଓ ପଛରେ ରହୁଥିବା ଦେଖାଯାଉଥିଲା । ଗତ କୋଭିଡ ମେନେଜମେଣ୍ଟ ସମୟରେ ଏହି ମଲ୍ଲିକ ବାବୁ ସମସ୍ତ କିଣା ବିକା ଠାରୁ ଆରମ୍ଭ କରି ସବୁ ପ୍ରକାର କାର୍ଯ୍ୟ ରେ ମୁଖ୍ୟ କାର୍ପଟଦାର ଥିବାର ଜଣାପଡ଼ିଥିଲା । କୋଡିଏ ଟଙ୍କାର ପାଣି ମଗ କୁ ଅଶି ଟଙ୍କା ରେ ବିଲ କରାଇଥିବା ବେଳେ ଇଲେକଟ୍ରିକ ସମାନ କିଣା ଇତ୍ୟାଦି ସମେତ ଟି ଏମ ସି ପରିଚାଳନା ରେ ବ୍ୟାପକ ହରିଲୁଟ କରିଥିବା ଅଭିଯୋଗ ହେଉଥିଲା । ଯେତେ ଅଭିଯୋଗ ହେଲେ ମଧ୍ୟ ସବୁପ୍ରକାର ମେନେଜ କରିବାରେ ସିଦ୍ଧହସ୍ତ ମଲ୍ଲିକ ବାବୁ ବ୍ଲକ ର ସର୍ବମୟ କର୍ତ୍ତା ପାଲଟି ଯାଇଥିବା ଆଲୋଚନା ହେଉଛି । ସତେ ଯେମିତି ମଲ୍ଲିକ ବାବୁ ଙ୍କ ଅବର୍ତ୍ତମାନ ରେ ଜୁନାଗଡ ବ୍ଲକ ଅଚଳ ହୋଇଯିବ । 

ମିଳିଥିବା ତଥ୍ୟ ସୂଚନା ଅନୁଯାୟୀ ଜଣେ ଗ୍ରାମପଂଚାୟତ ବୈଷୟିକ ସହାୟକ ( ଜିପିଟିଏ ) ଭାବେ ସିଭିଲ ଡିପ୍ଲୋମା ଧରି ସଞ୍ଜୟ କୁମାର ମଲ୍ଲିକ ଙ୍କୁ ରାଜ୍ୟ ପଞ୍ଚାୟତିରାଜ ବିଭାଗ ପତ୍ର ସଂଖ୍ୟା ୧୭୦୩୭ ତା ୧୭.୧୦.୨୦୧୫ ଆଧାର ରେ କଳାହାଣ୍ଡି ଜିଲ୍ଲାପାଳ ଙ୍କ ଆଦେଶ ସଂଖ୍ୟା ୫୪୫୧ ତା ୨୦.୧୧.୨୦୫ ଅନୁସାରେ ଜୁନାଗଡ ବ୍ଲକ ରେ ଯୋଗ ଦେଇଥିଲେ । ସେସମୟରେ ନିଜକୁ ରାଜ୍ୟସ୍ତରୀୟ ନେତାଙ୍କ ପାଖ ଲୋକ ବୋଲି ପରିଚୟ ଦେଇ ସମସ୍ତଙ୍କୁ ବେଖାତିର କରୁଥିବା ମଲ୍ଲିକ ବାବୁ କ୍ରମଶଃ ଜୁନାଗଡ ବିଧାୟକ ଙ୍କ ବିଶ୍ଵସ୍ତ ଭାବେ କାର୍ଯ୍ୟ କରୁଥିବା ଆଲୋଚନା ହେଉଥିଲା । ଏପରିକି ଦଳୀୟ କାର୍ଯ୍ୟକ୍ରମ ମଧ୍ୟ ମଲ୍ଲିକ ବାବୁ ଙ୍କ ମାଧ୍ୟମରେ ପରିଚାଳନା ହେଉଥିବା କୁହାଯାଉଥିଲା । ଜୁନାଗଡ ବ୍ଲକ ର ବିଭିନ୍ନ ଯୋଜନା ର ପାଣ୍ଠି ଖର୍ଚ୍ଚ କରାଯାଇ ଜୁନାଗଡ ସହରାଞ୍ଚଳ ( ଏନ ଏ ସି ) ଅଞ୍ଚଳ ରେ ମଲ୍ଲିକ ବାବୁଙ୍କ ମାର୍ଫତ ରେ ଅନେକ ଗୁଡାଏ କାର୍ଯ୍ୟ କରାଯାଇଥିବା ବେଳେ ସହରାଞ୍ଚଳ ମଧ୍ୟରେ ଥିବା ବିଜୁ ପଟ୍ଟନାୟକ ଷ୍ଟାଡିୟମ ରେ କୋଟି କୋଟି ଟଙ୍କା ର କାମ ମଲ୍ଲିକ ବାବୁଙ୍କ ନାମରେ ହିଁ ବ୍ଲକ ତରଫରୁ କରାଯାଇଥିବା ଅଭିଯୋଗ ହୋଇଆସୁଛି । ଏପରିକି ଅନେକ ଗୁଡାଏ କାର୍ଯ୍ୟ କର ନ ଜୟ କେବଳ କାଗଜପତ୍ରରେ ସମ୍ପାଦିତ ହୋଇଥିବା ଅଭିଯୋଗ ହେଉଛି । ଏସବୁର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ବହୁ ଗୋପନୀୟ ତଥ୍ୟ ସମେତ ବହୁ ଦୁର୍ନୀତିର ପର୍ଦ୍ଦାଫଶ ହୋଇପାରିବ ବୋଲି ବୁଦ୍ଧିଜୀବି  ମହଲରେ ଆଲୋଚନା ହେଉଛି । ତଥାପି ବିଭିନ୍ନ ପ୍ରକାର ଅଭିଯୋଗ ହେବା ପରେ କଳାହାଣ୍ଡି ଜିଲ୍ଲାପାଳ ଗତ ସେପ୍ଟେମ୍ବର ୨୦୨୧ ମସିହାରେ ସମ୍ପୃକ୍ତ ମଲ୍ଲିକ ବାବୁଙ୍କୁ ଲାଞ୍ଜିଗଡ ବ୍ଲକ କୁ ବଦଳି କରିଦେଇଥିବାର ମାସେ ନ ପୁରୁଣୁ ରାଜନୈତିକ ଚାପ ପକାଇ ପୁନର୍ବାର ଜିଲ୍ଲାପାଳ ଙ୍କ ଆଦେଶ ସଂଖ୍ୟା ୫୯୪୪ ତା ୧୨.୧୧.୨୦୨୧ ରେ ମଲ୍ଲିକ ବାବୁ ଙ୍କୁ ଜୁନାଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଳାମୁଣ୍ଡ ବ୍ଲକ କୁ ବଦଳି କରାଯାଇ ଜୁନାଗଡ ବ୍ଲକ କୁ ଡେପୁଟେସନ କରାଯାଇଥିଲା । ସତେ ଯେମିତି ମଲ୍ଲିକ ବାବୁ ଙ୍କ ବିନା ଜୁନାଗଡ ବ୍ଲକ କ୍ଷଣେ ମାତ୍ର ଚାଲି ପାରିବ ନାହିଁ । ଯାହା ଫଳରେ ଲାଞ୍ଜିଗଡ ବିଡିଓ ଆଦେଶ ସଂଖ୍ୟା ୨୯୧୦ ତା୧୫.୧୧.୨୦୨୧ ଅପରାହ୍ନ ରେ ରିଲିଭ କରିଦେଇଥିବା ବେଳେ ଗୋଳାମୁଣ୍ଡ ବ୍ଲକ ବିଡିଓ ଙ୍କ ଆଦେଶ ସଂଖ୍ୟା ୨୯୨୪ ତା ୧୬.୧୧.୨୦୨୧ ଅନୁସାରେ ତା୧୫.୧୧.୨୦୨୧ ଅପରାହ୍ନ ରେ ଗୋଳାମୁଣ୍ଡା ରୁ ରିଲିଭ ହୋଇ ତା ୧୭.୧୧.୨୦୨୧ ଦିନ ଜୁନାଗଡ ବ୍ଲକ ରେ ପୁନର୍ବାର ଯୋଗ ଦେଇଥିବା ଜଣାପଡିଛି । ଇତି ମଧ୍ୟରେ କଳାହାଣ୍ଡି ଜିଲ୍ଲାପାଳ ଙ୍କ ଆଦେଶ ସଂଖ୍ୟା ୩୮୯୬ ତା ୧୩.୧୦.୨୦୨୨ ଅନୁସାରେ ଜୀ ପି ଟି ଏ ରୁ କନିଷ୍ଠ ଯନ୍ତ୍ରୀ ( ଜେ ଇ ) ଭାବରେ ଜୁନାଗଡ ବ୍ଲକ ରେ ହିଁ ଅବସ୍ଥାପିତ ହୋଇଥିବା ଜଣାପଡିଛି । 

ଅନ୍ୟପକ୍ଷରେ ରାଜ୍ୟ ପଞ୍ଚାୟତିରାଜ ବିଭାଗ ର ପତ୍ର ସଂଖ୍ୟା ୧୮୫୭୮ ତା୧୮.୧୦.୨୦୧୯ ଅନୁସାରେ କୌଣସି ଜିପିଟିଏ/ଜେଇ ନିର୍ଦ୍ଦିଷ୍ଟ ଏକ ବ୍ଲକ ରେ ପାଞ୍ଚ ବର୍ଷ ରୁ ଅବସ୍ଥାପିତ ହୋଇପାରିବେ ନାହିଁ ବୋଲି ନିର୍ଦ୍ଦେଶନାମା ରହିଥିବା ବେଳେ ଏହି ଗତ ୨୦୧୫ ରୁ ଜୁନାଗଡ ରେ ଅବସ୍ଥାପିତ କରିତକର୍ମା ଜେଇ ମଲ୍ଲିକ ବାବୁ ଙ୍କ ପକ୍ଷରେ ପ୍ରଶାସନ କିଭଳି ଆଭିମୁଖ୍ୟ ରଖୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe